ETV Bharat / city

ଫନିକୁ 2 ବର୍ଷ; ମନେ ପଡିଲେ ଥରି ଉଠେ ଛାତି

author img

By

Published : May 3, 2021, 11:03 AM IST

Updated : May 4, 2021, 8:54 AM IST

2019 ମସିହା ମେ’ 3ରେ ପ୍ରାୟ ଅଧା ଓଡିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି । ଆଜିକୁ 2 ବର୍ଷ ପୂରିଛି ବାତ୍ୟା ଫନିକୁ । ଅଧିକ ପଢନ୍ତୁ....

ଫନିକୁ 2ବର୍ଷ
ଫନିକୁ 2ବର୍ଷ

ଭୁବନେଶ୍ବର: ଆସୁଛି ବାତ୍ୟା । ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ମାତ୍ର ମନରେ ଖେଳିଯାଏ ଆତଙ୍କ । ସେମିତି ଆତଙ୍କ ଖେଳାଇଥିଲା 2019 ମସିହା ମେ 3ରେ ହୋଇଥିବା ବାତ୍ୟା ଫନି । ଆଜିକୁ ଠିକ ବର୍ଷେ ତଳେ ଓଡିଶା ଦେଖିଥିଲା ବାତ୍ୟା ଫନିର କରାଳ ରୂପ । ଗାଁରୁ ସହର ଚାରିଆଡେ 'ଫନି' ରଚିଥିଲା ତାଣ୍ଡବ ।

ବଙ୍ଗୋପସାଗରରେ ଏପ୍ରିଲ 26ରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ଝଡ । 30 ତାରିଖରେ ବାତ୍ୟାର ରୂପ ନେଇଥିଲା ଫନି । ଆନ୍ଧ୍ର ଦେଇ ଓଡିଶା ଉପକୂଳକୁ ମାଡି ଆସିଥିଲା ଫନି । ଏହାର ପ୍ରଭାବରେ ମେ’ 2 ତାରିଖରୁ ଆରମ୍ଭ ହୋଇଯାଇଥିଲା ପବନ ସହ ବର୍ଷା । ସମୟ ଯେତେ ଗଡୁଥାଏ 'ଫନି' ତାର ପ୍ରକୋପର ବେଗ ସେତିକି ବଢାଇ ମାଡି ଆସୁଥାଏ । ମେ’ 3 ତାରିଖ ସକାଳୁ ଆରମ୍ଭ ହୋଇଯାଇଥିଲା ଫନିର ତାଣ୍ଡବ । ଧୀରେ ଧୀରେ ବଢି ଚାଲିଲା ପବନର ବେଗ । ଘଣ୍ଟା ପ୍ରତି 200 କିଲୋମିଟର ବେଗରେ ସୁ ସୁ ହୋଇ ବହିଲା ପବନ । ତା ସହ ମୂଷଳ ଧାରାରେ ବର୍ଷା । ସମୟ ପାଖାପାଖି 9ଟା ବେଳକୁ ପୁରୀରେ ଲ୍ୟାଣ୍ଡଫଲ କଲା ଫନି । ନିମିଷକରେ ସବୁ କିଛି ଛାରଖାର ହୋଇଗଲା । ମଡ ମଡ ହୋଇ ଭାଙ୍ଗିଯାଇଥିଲା ବିରାଟ ବିରାଟ ଗଛ । ଉଡିଗଲା ଚାଳ ଉପୁଡି ପଡିଲା ବିଦ୍ୟୁତ ଖୁଣ୍ଟି । ଫନିରେ ସବୁଠୁ ବେଶୀ କ୍ଷତି ସହିଥିଲେ ପୁରୀ ଜିଲ୍ଲାବାସୀ । ଫନି ପ୍ରକୋପରେ ଜିଲ୍ଲାର ଦୃଶ୍ୟ ଥିଲା ହୃଦୟବିଦାରକ ।

ସବୁଠୁ ବଡ କଥା ହେଲା ବାତ୍ୟା ଫନିର କୋପରୁ ବଞ୍ଚି ନଥିଲେ ରାଜଧାନୀବାସୀ । ମେ’ 3 ତାରିଖରେ ରାଜଧାନୀରେ ରାଜ କରିଥିଲା ବାତ୍ୟା ଫନି । ସୁ ସୁ ପବନ ସାଙ୍ଗକୁ ମାଟିରେ ସୁଆଇ ଦେଇଥିଲା ଅନେକ ଗଛ ଓ ଇଲେକ୍ଟ୍ରି ଖୁଣ୍ଟିକୁ । ପ୍ରାୟ ତିନି ଘଣ୍ଟା ଧରି ଲାଗି ରହିଥିଲା ବର୍ଷା ଓ ପବନ । ରାଜଧାନୀର ଅନେକ ବସ୍ତି ହୋଇଯାଇଥିଲା ଛାରଖାର । ଫନିର କୋପ କମିବା ପରେ ରାଜଧାନୀ ରାଜରାସ୍ତାର ଦୃଶ୍ୟ ଥିଲା ଏକଦମ ଅଲଗା । ଦିନ ତମାମ ଗାଡି ମୋଟରର କେଁ କେଁ ଶଦ୍ଦରେ କାନ ଫାଟି ଯାଉଥିବା ସହର ଫନିର କୋପରେ ଯେମିତି କୋମାକୁ ଚାଲିଯାଇଥିଲା ।

କ୍ଷୟକ୍ଷତି...

ଫନିରେ ପ୍ରାୟ ଅଧା ଓଡିଶା ପ୍ରଭାବିତ ହୋଇଥିଲା । ପୁରୀ,କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାରେ ବ୍ୟାପକ କ୍ଷତି ଘଟାଇଥିଲା ଫନି । ଏହା ସହିତ ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ନୟାଗଡ ଜିଲ୍ଲା ମଧ୍ୟ ସାମାନ୍ୟ ପ୍ରଭାବିତ ହୋଇଥିଲା । ବାତ୍ୟାରେ 64ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ହଜାର ୨୮୧ ଗୃହପାଳିତ ପଶୁଙ୍କ ଜୀବନ ଯାଇଥିଲା । ଖରା ବର୍ଷା ସହି ଝାଳ ବୁହାଇ ଫସଲ ଅମଳ କରିଥିବା ଚାଷୀର ଫସଲ ଧୋଇଦେଇଥିଲା ଫନି । 1 ଲକ୍ଷ 40ହଜାର ହେକ୍ଟର ଫସଲକୁ ଭସେଇ ନେଇଥିଲା ଫନି । ରାସ୍ତା, ବିଦ୍ୟୁତ ଓ ରେଲୱେ ଅଧିକ କ୍ଷତି ସହିଥିଲା । ଫନିରେ ପ୍ରକୋପରେ ରାଜଧାନୀଠାରୁ ଆରମ୍ଭ କରି ସିଲିଭର ସିଟି ସବୁଠି ବିଚ୍ଛିନ୍ନ ହୋଇଥିଲା ବିଦ୍ୟୁତ ସେବା । ବିନା ବିଦ୍ୟୁତରେ ମେ ମାସ ଖରାରେ ଛଟପଟ ହୋଇଥିଲେ ସହରବାସୀ । ବାତ୍ୟାର ପ୍ରାୟ 20ଦିନ ପରେ ସ୍ବାଭାବିକ ହୋଇଥିଲା ବିଦ୍ୟୁତ ସେବା ।

1999 ମସିହା ମହାବାତ୍ୟା ପରେ ଓଡିଶା ଦେଖିଥିଲା ଆଉ ଏକ ବଡ ବାତ୍ୟା । 1999ରୁ 2021 ଭିତରେ ଓଡିଶାରେ ଅନେକ ବାତ୍ୟା ହୋଇଛି । ହେଲେ ମହାବାତ୍ୟା ପରେ ଫନିର କମ୍ପନ ଥିଲା ସବୁଠୁ ଅଧିକ । ଆଜିକୁ ବାତ୍ୟା ଫନିକୁ 2 ବର୍ଷ ପୂରଣ ହୋଇଛି । ମାତ୍ର 2019ର ସେ ଦିନ ମନେ ପଡିଲେ ଆଜି ବି ଥରି ଉଠେ ଛାତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : May 4, 2021, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.