ETV Bharat / city

ପୁଣି ଡରେଇଲାଣି ସଂକ୍ରମଣ, ପ୍ରିକସନ୍ ଡୋଜ ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

author img

By

Published : Apr 19, 2022, 4:10 PM IST

ଟୀକାକରଣ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ପ୍ରିକସନ ଡୋଜ ତୁରନ୍ତ ନେଇଯିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ପୁଣି ଡରେଇଲାଣି ସଂକ୍ରମଣ, ପ୍ରିକସନ୍ ଡୋଜ ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ
ପୁଣି ଡରେଇଲାଣି ସଂକ୍ରମଣ, ପ୍ରିକସନ୍ ଡୋଜ ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ଟୀକାକରଣ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟକୁ ବର୍ତ୍ତମାନ ଚତୁର୍ଥ ଲହର ଭୟ ରହିଛି । ଯେଉଁମାନେ ଦୁଇଟି ଡୋଜ ନେଇଛନ୍ତି ସେମାନେ ପ୍ରିକସନ୍ ଡୋଜ୍ ନିଶ୍ଚୟ ନେଇଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ କୋରୋନା ଯୋଦ୍ଧା, ସମ୍ମୁଖ ଯୋଦ୍ଧା ଏବଂ 60 ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ପ୍ରିକସନ ଡୋଜ ଟୀକା ଦିଆଯାଉଛି । ଯାହା ସରକାରୀ ଟୀକାକରଣ କେନ୍ଦ୍ରରେ ଦିଆଯାଉଛି ଏବଂ ଦ୍ୱିତୀୟ ଗ୍ରୁପ ହେଉଛି 18 ରୁ 59 ବର୍ଷ ବୟସର ଲୋକମାନେ ଯାହା ଘରୋଇ ଟୀକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ଯେଉଁମାନେ ସରକାରୀ ଟୀକାକରଣ କେନ୍ଦ୍ରରେ ପ୍ରିକସନ ଡୋଜ ନେଇଛନ୍ତି ସେମନଙ୍କ ସଂଖ୍ୟା 10 ଲକ୍ଷରୁ ଅଧିକ, ଯାହା 17 ପ୍ରତିଶତ ଅଟେ ।

ଘରୋଇ ଟୀକାକରଣ କେନ୍ଦ୍ରରେ 6 ହଜାରରୁ ଅଧିକ ଲୋକ ଟିକା ନେଇଛନ୍ତି । ରାଜ୍ୟରେ ମୋଟ 6 କୋଟି 48 ଲକ୍ଷରୁ ଊର୍ଦ୍ଧ୍ୱ ଡୋଜ ଦିଆସାରିଲାଣି । 18 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ପ୍ରଥମ ଡୋଜ ଟିକା 96 ପ୍ରତିଶତ ଟୀକାକରଣ କରାଯାଇ ଥିବାବେଳେ 91 ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି । ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପ୍ରିକସନ ଡୋଜ ଟିକା ତୁରନ୍ତ ନେଇଯାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.