ETV Bharat / city

ସୌମ୍ୟଜିତଙ୍କ ଗିରଫଦାରୀ ଦାବି, DCPଙ୍କୁ ଭେଟିଲେ ଶ୍ବେତାଙ୍କ ପରିବାର

ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ମୃତ୍ୟୁ ଘଟଣା । ବଏଫ୍ରେଣ୍ଡ ସୌମ୍ୟଜିତର ଗିରଫଦାରୀ ଦାବି କରି DCPଙ୍କୁ ଭେଟିଛି ପରିବାର । ଆତ୍ମହତ୍ୟା ପଛରେ ସୌମ୍ୟଜିତର ସମ୍ପୃକ୍ତି ନେଇ ପରିବାର ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ

author img

By

Published : Aug 25, 2022, 3:46 PM IST

ସୌମ୍ୟଜିତଙ୍କ ଗିରଫଦାରୀ ଦାବି, DCPଙ୍କୁ ଭେଟିଲେ ଶ୍ବେତାଙ୍କ ପରିବାର
ସୌମ୍ୟଜିତଙ୍କ ଗିରଫଦାରୀ ଦାବି, DCPଙ୍କୁ ଭେଟିଲେ ଶ୍ବେତାଙ୍କ ପରିବାର

ଭୁବନେଶ୍ବର: ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ମୃତ୍ୟୁ ଘଟଣା (Software Engineer Shweta Death case)। ବଏଫ୍ରେଣ୍ଡ୍ ସୌମ୍ୟଜିତ ବିରୋଧରେ ପ୍ରମାଣ ନେଇ ଡିସିପି ଅଫିସରେ ଶ୍ବେତାର‌ ପରିବାର । ସୌମ୍ୟଜିତଙ୍କୁ ଗିରଫଦାରୀ ପାଇଁ ଜୋର ଧରିଲା ପରିବାର ଲୋକଙ୍କ ଦାବି ।

ମିଳିଥିବା ସୂଚନାନୁସାରେ ଶ୍ବେତା ସହ ସୌମ୍ୟଜିତର ସମ୍ପର୍କର ସମସ୍ତ ତଥ୍ୟ ଶ୍ବେତାର ୪ ସାଙ୍ଗଙ୍କ ପାଖରେ ବଳିଷ୍ଠ ପ୍ରମାଣ ରହିଛି । ଶ୍ବେତା ନିଜର କିଛି ସ୍କୁଲ ସାଙ୍ଗକୁ ଏ ସମ୍ପର୍କରେ ଜଣାଇଥିଲା । ସେମାନଙ୍କ ପାଖରୁ ପୋଲିସକୁ ସୌମ୍ୟଜିତଙ୍କ ବିରୋଧରେ ସବିଶେଷ ପ୍ରମାଣ ମିଳିପାରେ । ଆତ୍ମହତ୍ୟା ପାଇଁ ସୌମ୍ୟଜିତର ସମ୍ପୃକ୍ତିକୁ ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏଥିଲାଗି ସେମାନେ ସୌମ୍ୟଜିତର ଗିରଫ ପାଇଁ ଦାବି କରିଛନ୍ତି ।

ଏହା ବି ପଢନ୍ତୁ- ସଫ୍ଟୱେର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା, NHRCରେ ମାମଲା

ଶ୍ବେତାଙ୍କ ପରିବାର ଡିସିପିଙ୍କୁ ଅନେକ ତଥ୍ୟ ଦେଇଥିବାବେଳେ, ଶ୍ବେତାର‌ କିଛି ମେସେଜ ଓ ଚାଟ୍‌କୁ ଡିସିପିଙ୍କୁ ଦେଇଛନ୍ତି ପରିବାର । ଏହି ଘଟଣା ଉପରେ ଏବେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ରାଜ୍ୟବାସୀ ନଜର ରଖିଛନ୍ତି । ସେପଟେ ପୋଲିସ ନିକଟରେ ଶ୍ବେତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପହଞ୍ଚିଛି । ଶ୍ବାସରୁଦ୍ଧ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏହି ଘଟଣା ନେଇ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି ।

ଏହା ବି ପଢନ୍ତୁ- ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ଶ୍ୱେତାଙ୍କ ମୃତ୍ୟୁ, ଆଗେଇପାରୁନି ସୋମ୍ୟଜିତ୍ ପାଇଁ ତଦନ୍ତ

ଶ୍ବେତାଙ୍କ ପରିବାର ଅଭିଯୋଗ କ୍ରମେ ପୁରୁଷ ବନ୍ଧୁ ସୌମ୍ୟଜିତ ବିରୋଧରେ ୩୦୬ ଦଫା ଲାଗିଛି । ସୌମ୍ୟଙ୍କ ମାନସିକ ସ୍ଥିତି ଭଲନାହିଁ । ଯାହାଦ୍ବାରା ପରିବାର ଲୋକଙ୍କ ସହ ତାଙ୍କୁ ଘରକୁ ପଠାଇ ଦିଆଯାଇଛି । ଘରଲୋକେ ସୌମ୍ୟଙ୍କୁ ସହଯୋଗ କରିବାକୁ ଡିସିପି କହିଛନ୍ତି । ଝିଅର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିବାବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- ଶ୍ବେତା ଆତ୍ମହତ୍ୟା ମାମଲା, ଘର ଛାଡିଲେ ସୋମ୍ୟଜିତଙ୍କ ପରିବାର ଲୋକେ

ସୂଚନା ଥାଉ କି, ଚଳିତ ମାସ ଅଗଷ୍ଟ ୨୨ରେ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ଶ୍ବେତା ଉତ୍କଳ କୁମାରୀଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି । ୨୦୧୮ ମସିହାରୁ ଶ୍ବେତା ଭୁବନେଶ୍ବରର ଏକ ଆଇଟି କମ୍ପାନୀରେ ଚାକିରି କରୁଥିଲେ ।

ତାଙ୍କ ସହିତ ସମ୍ବଲପୁରର ସୌମ୍ୟଜିତ ମହାପାତ୍ର ନାମକ ଯୁବକ ମଧ୍ୟ ସେଠାରେ ଚାକିରି ମଧ୍ୟ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଝିଅ ମୃତ୍ୟୁ ପଛରେ ସୌମ୍ୟଜିତଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.