ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ନକଲି କାରଖାନାର ଖବର ସାମ୍ନାକୁ ଆସୁଛି । ଏଥର ରାଜଧାନୀରେ ନକଲି ସଫ୍ଟ ଡ୍ରିଙ୍କ କାରଖାନାର ହୋଇଛି ପର୍ଦ୍ଦାଫାଶ । ବିନା ଟ୍ରେଡ ଲାଇସେନ୍ସରେ ଚାଲିଥିଲା ସଫ୍ଟ ଡ୍ରିଙ୍କ କାରଖାନା । ପ୍ରସ୍ତୁତ ହେଉଥିଲା ସଫ୍ଟ ଡ୍ରିଙ୍କ ଓ ସୋଡା।
ଯାହାର ସୁରାକ ପାଇ ରେଡ କରିଛି ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ । ବିନା ଅନୁମତି ରେ କିଭଳି ଏପରି ସଫ୍ଟ ଡ଼୍ରିଙ୍କ ପ୍ରସ୍ତୁତ କରି ମାର୍କେଟକୁ ଛାଡୁଥିଲେ, ଏପରିକି କିଭଳି ଲୋକଙ୍କ ଜୀବନ ସହ ଖେଳୁଥିଲେ ତାହା ସାମ୍ନାକୁ ଆସିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ