ETV Bharat / city

ଭିଜିଲାନ୍ସ ଅଧିକାରୀ କହି ଠକୁଥିବା ଠକ ଗିରଫ - ନକଲି ଭିଜିଲାନ୍ସ ଅଫିସର ଗିରଫ

ରେଲୱେ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଛି ଆଶିଷ ରଞ୍ଜନ ସିଂ ନାମକ ଯୁବକ । କମର୍ସିଆଲ ଜବ୍‌ କରାଇଦେବା କହି ଯୁବକଙ୍କ ଠାରୁ ଲକ୍ଷେ ରୁ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଟଙ୍କା ଲୁଟିଥାଏ ଏହି ଠକ । ନୟାପଲ୍ଲୀ ପୋଲିସ ଗିରଫ କରିଛି ଏହି ନକଲି ଭିଜିଲାନ୍ସ ଅଫିସରଙ୍କୁ ।

ଡିଜାଇନ ଫଟୋ
author img

By

Published : Aug 16, 2019, 11:55 AM IST

ଭୁବନେଶ୍ବର: ଭିଜିଲାନ୍ସ ଅଫିସର ପରିଚୟ ଦେଇ କରୁଥିଲେ ଠକେଇ । ଶେଷରେ ଧରାପଡିଛି ଏହି ଠକ । ରେଲୱେ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଛି ଆଶିଷ ରଞ୍ଜନ ସିଂ ନାମକ ଯୁବକ । କମର୍ସିଆଲ ଜବ୍‌ କରାଇଦେବା କହି ଯୁବକଙ୍କ ଠାରୁ ଲକ୍ଷେ ରୁ ପାଞ୍ଚ ଲକ୍ଷ ଟଙ୍କା ଯାଏଁ ଟଙ୍କା ଲୁଟିଥାଏ ଏହି ଠକ । ନୟାପଲ୍ଲୀ ପୋଲିସ ଗିରଫ କରିଛି ଏହି ନକଲି ଭିଜିଲାନ୍ସ ଅଫିସରଙ୍କୁ ।

ଭିଜିଲାନ୍ସ ଅଫିସର ପରିଚୟ ଦେଉଥିଲା । ବିଶ୍ବାସ ଜନ୍ମାଇବା ପରେ ଆରମ୍ଭ କରୁଥିବା ଅପରେସନ୍‌ । ବେକାର ଯୁବକ ଯୁବତୀଙ୍କୁ କମର୍ସିଆଲ ଚାକିରି ଦେବ କହି ଲକ୍ଷେ ଦୁଇ ଲକ୍ଷ ଏପରିକି ୫ ଲକ୍ଷ ପର୍ଯନ୍ତ ଠକି ନିଏ। ଏପରିକି ଅନେକଙ୍କୁ ଫେକ୍‌ ଜବ୍‌ ଲେଟର ଅଫର ବି ଅଫର୍‌ କରିଛି ଏହି ଠକ । ଶେଷରେ ଏହି ଠକେଇ ବିରୋଧରେ ନୟାପଲ୍ଲୀ ଥାନାରେ ସୁଭେନ୍ଦୁ କୁମାର ବେହେରା ନାମକ ଯୁବକ ଅଭିଯୋଗ କରିଥିଲେ । ଶେଷରେ ଭିଜିଲାନ୍ସ ଅଫିସର କହି ଠକେଇ କରୁଥିବା ଏହି ଠକ ପୋଲିସ ଜାଲ୍‌ରେ ଫସିଛି ।

ଅନେକ ଖୋଳତାଡ୍‌ ଓ ଛାନ୍‌ଭିନ୍‌ କରି ନକଲି ଅଫିସରଙ୍କ ଫର୍ଦ୍ଦାଫାଶ କରିଛି ପୋଲିସ। ଏହି ନକଲି ଭିଜିଲାନ୍ସ ଅଫିସର ଜଣକ ହେଲେ ଆଶିଷ ରଞ୍ଜନ ସିଂ । ଘର ଝାରଖଣ୍ଡର ରାଜଧାନୀ ରାଞ୍ଚି ଧ୍ରୁବାର ଏଚ୍‌ଇସି କଲୋନୀରେ। ବର୍ଷେ ହେଲା ସେ ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଏକ ଫ୍ଲାଟ୍‌ରେ ଘରଭଡା ନେଇ ରହୁଥିଲା।

ଭିଜିଲାନ୍ସ ଅଫିସର କହି ଅନେକ ସମୟରେ ଅନେକଙ୍କ ଠାରୁ ଏପରି ଅଭିନବ ଉପାୟରେ ଠକାମି କରୁଥିଲା। ତେବେ ଗିରଫ ପରେ ତା ନିକଟରୁ କିଛି ନକଲି ଲେଟର ପ୍ୟାଡ୍‌, ରବର ଷ୍ଟାମ୍ପ ,ଏକ ଚାରିଚକିଆ କାର ଜବତ କରିଛି। ଅଭିଯୁକ୍ତକୁ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧ରେ କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଭିଜିଲାନସ ଅଫିସର ନାରେ ଠକେଇ,
ନୟାପଲ୍ଲି ଥାନାରେ ଗିରଫ ହେଲା ଠକ

Body:
ଭିଜିଲାନସ ଅଫିସର କହି ଠକେଇ। ରେଲୱେରେ ଭିଜିଲାନସ ଅଫିସର କହି ବିଶ୍ବାସ ଭାଜନ ହେଉଥିଲା । ପରେ କମର୍ସିଆଲ ଚାକିରି ଦେବ କହି ଲକ୍ଷେ ଦୁଇ ଲକ୍ଷ ଏପରିକି ୫ ଲକ୍ଷ ପର୍ଯନ୍ତ ଠକୁଥିଲା। ଏପରିକି ଅନେକଙ୍କୁ ଫେକ ଜବ ଲେଟର ଅଫର ଲେଟର ଦେଇ ଠକାମି କରୁଥିଲା। ଯାହା ବିରୋଧରେ ନୟାପଲ୍ଲି ଥାନାରେ ସୁଭେନ୍ଦୁ କୁମାର ବେହେରା ନାମକ ଯୁବକ ଅଭିଯୋଗ ପରେ ସମ୍ପୃକ୍ତ ନକଲି ଅଫିସର ର ଫର୍ଧାଫାସ କରିଛି ପୋଲିସ।ତେବେ ନକଲି ଭିଜିଲାନସ ଅଫିସର ଜଣକ ହେଲେ ଆଶିଷ ରଂଜନ ସିଂ ଘର ଝାରଖଣ୍ଡର ରାଂଚି ଧ୍ରୁବା ର ଏଚଇସି କଲୋନିରେ। ଦିର୍ଘ ଏକ ବର୍ଷ ଧରି ସେ ଏଠାରେ ଖଣ୍ଡଗିରି ରେ ଏକ ଫ୍ଲାଟରେ ଘରଭଡା ରହୁଥିଲା। ନିଜକୁ ଭିଜିଲାନସ ଅଫିସରରର ପରିଚୟ ଦେଇ ଲୋକଙ୍କ ବିଶ୍ବାସ ଜନ୍ମାଇଥିଲା। ଅନେକ ସମୟରେ ଅନେକଙ୍କ ଠାରୁ ଏପରି ଅଭିନବ ଉପାୟରେ ଠକାମି କରୁଥିଲା। ତେବେ ଗିରଫ ପରେ ତା ନିକଟରୁ କିଛି ନକଲି ଲେଟର ପ୍ଯାଡ,ରବର ଷ୍ଟାମ୍ପ ,ଏକ କ୍ବିଡି ଚାରିଚକିଆ କାର ଜବତ କରିଛି।ତେବେ ଅଭିଯୁକ୍ତକୁ ଆପିସିର ଧାରା ୪୧୯/୪୨୦/୪୬୮/୪୭୧ରେ କୋର୍ଟ ଚାଲାଣ କରିଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.