ଭୁବନେଶ୍ବର: ଏମକେସିଜି ମେଡିକାଲରେ ସିଟ୍ ଦେବା ନାଁରେ ଠକେଇ । ଆଡମିସନ କରି ଦେବାକୁ କହି 15 ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଭୁବନେଶ୍ବରରୁ ଦଲାଲକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ସୁନୀଲ ସାମନ୍ତରାୟ ।
ଗଣମାଧ୍ୟମର ଜଣେ କର୍ମଚାରୀ କହି ଉପର ସ୍ତରରେ ସେଟିଂ କରିଦେବା ବାହାନାରେ ଠକେଇ କରୁଥିଲା ଅଭିଯୁକ୍ତ । ଜେଇଇ ନାଁରେ ଅସଲି ଡିମାଣ୍ଡ ଡ୍ରାଫ୍ଟ ସହ ଫେକ୍ ଲେଟର ଇସୁ କରାଇ ଏଭଳି ଠକେଇ କରିଥିବା ଜଣାପଡିଛି ।
ସେପଟେ, ଅଭିଯୁକ୍ତ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ। ତା ଠାରୁ ଫୋର୍ଡ଼ ଏଣ୍ଡେଭୋର କାର ଜବତ କରିଛି ପୋଲିସ। ଗିରଫ ପରେ ମେଡିକାଲ ସିଟ ସ୍କାମର ବଡ ନେଟୱର୍କର ଚେର ହାତରେ ଲାଗିଥିବା ପୋଲିସ ସୁତ୍ରରୁ ଜଣାପଡିଛି। ତେବେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ।
ଅନ୍ୟପଟେ, ମାମଲା ରୁଜୁ ପରେ ଅଭିଯୁକ୍ତ ୧୦ ଲକ୍ଷ ଟଙ୍କା ଫେରସ୍ତ କରିଥିବା ଜଣାପଡିଛି। MBBS ସିଟ ବ୍ଲକିଙ୍ଗ ମାମଲାରେ ପୂର୍ବରୁ ଗିରଫ ହୋଇଥିଲା ଏହି ଅଭିଯୁକ୍ତ। ଅନ୍ୟପଟେ, ଅଭିଯୁକ୍ତ ଠାରୁ ଅଧିକ ଖୋଳତାଡ ପାଇଁ ରିମାଣ୍ଡରେ ନେଲେ ଏହାର ନେଟୱର୍କ ସାମ୍ନାକୁ ଆସିପାରିବ ବୋଲି ଜଣାପଡିଛି। ଅଭିଯୁକ୍ତ ଠାରୁ ୱେବ ପୋର୍ଟାଲ ସାମ୍ବାଦିକତାର ଆଇକାର୍ଡ ଜବତ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ