ଭୁବନେଶ୍ବର: ସରୁନି ରସିକିଆ ଦଶମ ଫେଲ ଡାକ୍ତରର ପତ୍ନୀଙ୍କ ଲିଷ୍ଟ । ୧୮ଜଣଙ୍କ ପରେ ଏବେବି ଲାଇନରେ ରହିଛନ୍ତି ଅନେକ ପ୍ରେମିକା । ଠକେଇର ଖୋଳତାଡ ପାଇଁ ଠକ ଡାକ୍ତରକୁ ୫ଦିନିଆ ରିମାଣ୍ଡରେ ନେଲା ମହିଳା ଥାନା ପୋଲିସ । ଖୋଲିବ ୩୦ ବର୍ଷରେ ଠକେଇର ଚେର । ଠକ ଡାକ୍ତର ଜଣଙ୍କ କେତେ ଜଣଙ୍କୁ ବିବାହ କରି ଠକିଥିଲେ ଓ କେତେଜଣକୁ ବିବାହର ପ୍ରଲୋଭନ ଦେଇ ଠକିଥିଲେ ଏବଂ ଆଉ କେତେଜଣ ଏବେବି ଲାଇନରେ ଥିଲେ ସେନେଇ ଖୋଳତାଡ କରିବ ଯାଞ୍ଚ କରିବ କମିଶନରେଟ ପୋଲିସ ।
ଯୁବତୀ, ବିଧବା ମହିଳା ଓ ଏକୁଟିଆ ରହୁଥିବା ବୟସ୍କା, ପାଠ ପଢୁଆ ଧନି ମହିଳା ଥିଲେ ଠକ ଡାକ୍ତରର ଟାର୍ଗେଟରେ । ଏଯାବତ ୧୮ଜଣଙ୍କୁ ବିବାହ କରି ଠକିଥିବା ଲିଙ୍କ ସାମ୍ନାକୁ ଆସିଥିବା ବେଳେ ବିଗତ ୩୦ବର୍ଷ ହେଲା ପ୍ରେମ ଜାଲ ବିଛାଇ ମହିଳାଙ୍କୁ ଠକୁଥିଲା ଦଶମ ଫେଲ ଡାକ୍ତର । ତେବେ ମିଛ ପରିଚୟ ଦେଇ ମହିଳାଙ୍କୁ ଚୂନ ଲଗାଉଥିଲା ଅଭିଯୁକ୍ତ ଜଣଙ୍କ ।
କେବଳ ସେତିକି ନୁହେଁ ଆଉ ଏକ ସାଂଘାତିକ ତଥ୍ୟ ଠକ ଡାକ୍ତରଙ୍କ ବିରୋଧରେ ଆସିଛି । ଜଣେ ମହିଳାଙ୍କର କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ମଧ୍ୟ ଲୁଚାଇ ଆଣି ସେହି କାର୍ଡରୁ ୨୦ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିଲେ। ଏଭଳି ଅନେକ ଅଭିଯୋଗ ଆସିଥିବା ବେଳେ ବିଭିନ୍ନ ଦିଗକୁ ନେଇ ପୋଲିସ ପଚରାଉଚରା କରିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । ଏହାସହ ଅଙ୍ଗ ତସ୍କରି ମାମଲା ପଚରାଉଚରା କରାଯିବ । ଠକ ନକଲି ଡାକ୍ତର ନାଁରେ ଏଯାବତ ୧୧ ଏଫାଇଆର ହୋଇଛି ।
ତେବେ ଏହି ଠକାମୀ ଟଙ୍କାକୁ ନେଇ କଣ କରୁଥିଲା ରସିକିଆ ଠକ ଡାକ୍ତର, ଏହା ପଛରେ ଆଉ କିଏ କିଏ ରହିଛନ୍ତି ଓ ଏହାର କାରଣ କଣ ସେନେଇ ଖୋଳତାଡ କରିବାକୁ ଆଜି ରିମାଣ୍ଡରେ ନେଇଛି ମହିଳା ଥାନା ପୋଲିସ । ରିମାଣ୍ଡ ବେଳେ ଡାକ୍ତରଙ୍କ ମିଳିଥିବା ତଥ୍ୟ ଆଧାରରେ ଯାଞ୍ଚ କରିବ କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ