ETV Bharat / city

ନକଲି ଡାକ୍ତରଙ୍କ ପ୍ରେମରେ ଫସିଗଲେ ଅସଲି ଡାକ୍ତରାଣୀ - ମାଟ୍ରିମୋନିଆଲ ସାଇଟ

ନିସ୍ତେଜକ ଡାକ୍ତରାଣୀଙ୍କ ସହ ପ୍ରେମ ପରି ଫସିଲେ ଡ୍ରାଇଭର । ଏମିତି ଜଣେ ରସିକିଆ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଡାକ୍ତର କହି ଡାକ୍ତରାଣୀଙ୍କ ସହ ପ୍ରେମ
author img

By

Published : Aug 19, 2019, 9:59 PM IST

ଭୁବନେଶ୍ବର: ମହଙ୍ଗା ପଡିଲା ଡାକ୍ତରାଣୀଙ୍କ ସହ ପ୍ରେମ । ନିସ୍ତେଜକ ଡାକ୍ତରାଣୀଙ୍କ ସହ ପ୍ରେମ ପରି ଫସିଲେ ଡ୍ରାଇଭର। ଏମିତି ଜଣେ ରସିକିଆ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଡାକ୍ତର କହି ଡାକ୍ତରାଣୀଙ୍କ ସହ ପ୍ରେମ

ତେବେ ଗିରଫ ଯୁବକ ଜଣଙ୍କ ସାଲିଆ ସାହିର ଗାଡି ଡ୍ରାଇଭର। କେତେବେଳେ ଡାକ୍ତର ତ କେତେବେଳେ ନିଜକୁ ଆଇଏଏସ୍‌ର ପରିଚୟ ଦେଇଥାଆନ୍ତି ଏହି ଯୁବକ। ଏଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ସେ ମାଟ୍ରିମୋନିଆଲ ସାଇଟରେ ଯୋଡୁଥିଲା ପ୍ରେମ ସମ୍ପର୍କ। ଆଉ ଡାକ୍ତରାଣୀଙ୍କୁ ବିବାହ କରିବାର ଆଶା ନେଇ ଫସିଗଲେ ଏହି ଯୁବକ ।

ତେବେ ନିଜକୁ ଏମ୍‌ସର ଡାକ୍ତର ପରିଚୟ ଦେଇଥିବା ଏହି ଯୁବକ ଜଣକ ମାଟ୍ରିମୋନିଆଲ ସାଇଟରେ ଡାକ୍ତର ପ୍ରୋଫାଇଲ ଷ୍ଟାଟସ ଦେଇଥିଲେ। ପରେ ଜଣେ ଡାକ୍ତରାଣୀ ତାଙ୍କ ସହ ପ୍ରୋଫାଇଲ ମ୍ୟାଚ କରି ବିବାହ ପାଇଁ କଥାବାର୍ତ୍ତା ଆରମ୍ଭ କରିଥିଲେ। ତେବ ଉକ୍ତ ଯୁବତୀ ଜଣକ ଅନଲାଇନର ତାଙ୍କ ଡିପାର୍ଟମେଣ୍ଟ ସମ୍ପର୍କରେ ପଚାରିବା ବେଳେ ସେ ସଠିକ୍‌ ଉତ୍ତର ଦେଇ ପାରିନଥିଲେ। ଯାହାକୁ ନେଇ ଯୁବତୀଙ୍କ ସନ୍ଦେହ ଘେରକୁ ଆସିଥିଲା ଯୁବକ । ପରେ ସେହି ଯୁବକ ଜଣେ ଡାକ୍ତର ନୁହେଁ ବଂର ତାହା ଏକ ଫେକ୍ ପ୍ରୋଫାଇଲ ବୋଲି ଜାଣିବାକୁ ପାଇଥିଲେ ଯୁବତୀ।

ଏହାର କିଛିଦିନ ପରେ ଫେକ୍ ପ୍ରୋଫାଇଲ୍ କରିଥିବା ଯୁବକ ନିଜକୁ ଆଇଏଏସ୍ ଅଫିସର ଦର୍ଶାଇ ପ୍ରୋଫାଇଲ ଷ୍ଟାଟସ ବଦଳାଇଥିଲେ । ଏହାପରେ ସେ ଡାକ୍ତରାଣୀଙ୍କ ସମ୍ପର୍କୀୟଙ୍କ ସହ ଅନଲାଇନରେ ଚାଟ୍ କରିଥିଲା। ପରେ ସେହି ଯୁବକକୁ ଏକ ସ୍ଥାନରେ ଭେଟିବାକୁ ଡକାଇଥିଲେ ସମ୍ପର୍କୀୟ। ଏହା ପୂର୍ବରୁ ସେ ଏହା ଏକ ଫେକ୍ ଆକାଉଣ୍ଟ ବୋଲି ଜାଣି ପୋଲିସକୁ ଖବର ଦେଇଥିଲେ । ସେଠାରେ ଠିକ୍ ସେହି ସମୟରେ ପୋଲିସ ଯୁବକକୁ କାବୁ କରିଥିଲା ।

ତେବେ ଗିରଫ ହୋଇଥିବା ଯୁବକ ବିରଞ୍ଚି ନାରାୟଣ ନାଥ । ତାଙ୍କ ଘର ଅନୁଗୋଳ ଛେଣ୍ଡିପଦାରେ । ସେ ଭୁବନେଶ୍ବର ସାଲିଆସାହିରେ ରହି ଡ୍ରାଇଭର ଭାବେ କାମ କରୁଥିଲା । ଏନେଇ ନୟାପଲି ଥାନାରେ ଅଭିଯୋଗ ଆଧାରରେ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ଏହାସହ ସେ ବିବାହିତ ବୋଲି ମଧ୍ୟ ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଏଣିକି କଲମ ଫେପାଡିଲେ ହେବ ଗଛ, ଏମିତି କିଛି ଆବିଷ୍କାର କରିଛନ୍ତି ଭୁବନେଶ୍ୱର ଦୁଇ ଯୁବ ଇଂଜିନିୟରିଂ। ପେପର ପେନ ଓ ମାଂଜି ରେ ତିଆରି କଲମ ଯାହା କୁ ଫେପାଡିଲେ ମାଟି ରେ ଖୁବ ଶୀଘ୍ର ମିଶି ଯିବ।Body:ଭିଓ 1
କଲମ ଫେପାଡିଲେ ସେଠୁ ହେବ ଗଛ, ଶୁଣିଲେ ଆଚାର୍ଯ୍ୟ ଲାଗୁଥିବ ସତ।,ହେଲେ କଥା ଟି ସମ୍ପୂର୍ଣ୍ଣ ସତ। ଏଭଳି କି ଅସାଧ୍ୟ କାର୍ଯ୍ୟ କୁ ସାଧ୍ୟ ରେ ପରିଣତ କରିଛନ୍ତି ଭୁବନେଶ୍ୱର ର ଏହି ଦୁଇ ଯୁବ ଇଂଜିନିୟର। ଅନ୍ୟ ରାଜ୍ୟ ଏହି ଦୁଇ ଇଂଜିନିୟର ଙ୍କ ଘର ବାହାର ରାଜ୍ୟ ରେ ଥିବା ବେଳେ ରାଜଧାନୀ ସ୍ଥିତ ଏକ ଘରୋଇ କଲେଜ ର ଛାତ୍ର । ବର୍ତ୍ତମାନ ର ପ୍ଲାଷ୍ଟିକ ପେନ ବଦଳ ରେ ସେମାନେ ତିଆରି କରିଛନ୍ତି ପେପର ପେନ ଓ ଅନ୍ୟ ଟି ମଞ୍ଜି ଭରା ପେନ। ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ଛାତ୍ର ପ୍ରେମ ଓ ମହମ୍ମଦ।

ଭିଓ 2
ପ୍ଲାଷ୍ଟିକ ର ବହୁଳ ବ୍ୟବହାର ଯେତେବେଳେ ପରିବେଶ ପାଇଁ କ୍ଷତିକାରକ ହୋଇ ପଡୁଥିବା ଏହି ପେପର ପେନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ପେପର ପେନ ରେ କଲମ ର ରିଫିଲ ଟି ଖାଲି ପ୍ଲାଷ୍ଟିକ ଥିବା ବେଳେ ଖୋଳ ଟି ସମ୍ପୂର୍ଣ୍ଣ ଭାବରେ ପେପର ରେ ତିଆରି। ଅନ୍ୟ ପଟେ ତାଙ୍କର କଲମ ର ପେପର ଭିତରେ ଥାଏ ବିଭିନ୍ନ ଚାରା ଗଛ ର ମଞ୍ଜି ଯାହା କି ଜଣେ ଏହି କଲମ କୁ ଫେପାଡି ଦେଲେ ଅତି ସହଜ ରେ ମାଟି ସହ ମିଶି ଫଳ ମଧ୍ୟ ଦେବ। ବର୍ତ୍ତମାନ ସମୟରେ ପେନ ର ମୂଲ୍ୟ ମାତ୍ର 5 ଟଙ୍କା ଓ 7 ଟଙ୍କା ରହିଛି। ଆଗକୁ ଏହି ପେପର ପେନ କୁ ନେଇ ସେମାମେ ବଜାର କୁ ବି ମଧ୍ୟ ଆସିବେ ବୋଲି ପ୍ରେମ ଓ ମହମ୍ମଦ ଆଶା ରଖିଛନ୍ତି। କଲମ ର ନାଁ ମଧ୍ୟ ଦେଇଛନ୍ତି ଲିଖନ।
ବାଇଟ ପ୍ରେମ
ବାଇଟ ମହମ୍ମଦ
ବାଇଟ ବନ୍ଧୁ
ଫାଇନାଲ ଭିଓ
ସତରେ ବର୍ତ୍ତମାନ ର ଇୟୁଜ ଆଣ୍ଡ ଥ ସମୟ ରେ ଏହି ପେପର ପେନ ଏକ ସ୍ୱାଗତ ଯୋଗ୍ୟ ଓ ପ୍ରଶଂସନିୟ ଆବିଷ୍କାର କହିଲେ କିଛି ଭୁଲ ହେବ ନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.