ETV Bharat / city

ରାଜଧାନୀ କଲେଜରୁ ପୁଣି 6 ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ

ରାଜଧାନୀରୁ ପୁଣି ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ । ବିଜେବି କଲେଜ ପରେ ରାଜଧାନୀ କଲେଜରୁ ପୁଣି 6 ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

fake disabilities students identified from rajdhani college in bhubaneswar
ରାଜଧାନୀ କଲେଜରୁ ପୁଣି 6 ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ
author img

By

Published : Apr 29, 2022, 10:28 AM IST

ଭୁବନେଶ୍ବର: ରାଜଧାନୀରୁ ପୁଣି ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ । ବିଜେବି କଲେଜ ପରେ ରାଜଧାନୀ କଲେଜରୁ ପୁଣି 6 ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଛାତ୍ରଙ୍କ ବିରୋଧରେ ଖଣ୍ଡଗିରି ଥାନାରେ କଲେଜ ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡ଼ିଛି ।

ଭୁବନେଶ୍ବରରେ ଲମ୍ବିଛି ଜାଲ ସାର୍ଟିଫିକେଟର ଚେର । ଜାଲ ପ୍ରମାଣପତ୍ର ଜରିଆରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ସିଟ ହାତଉଛନ୍ତି ସାଧାରଣ ପିଲା । ଚିକିତ୍ସାଧିକାରୀଙ୍କ ଦ୍ବାରା ରାଜଧାନୀ କଲେଜରୁ 6 ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଛାତ୍ରଙ୍କ ମଧ୍ୟରୁ 2ଜଣ କଟକ ଜିଲ୍ଲାର ହୋଇଥିବାବେଳେ ନୟାଗଡ଼ ଜିଲ୍ଲାରୁ 3 ଜଣ ଓ ଖୋର୍ଦ୍ଧାରୁ ଜଣେ ହୋଇଥିବା ଜଣାପଡ଼ିଛି । ନକଲି ଛାତ୍ର ଚିହ୍ନଟ ହେବା ପରେ ରାଜଧାନୀ କଲେଜ ଅଧ୍ୟକ୍ଷ ଖଣ୍ଡଗିରି ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏନେଇ ରାଜଧାନୀ କଲେଜର ଅଧକ୍ଷା ଡ.ସସ୍ମିତା ଷଡଙ୍ଗୀ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.