ETV Bharat / city

ଠକ ଡାକ୍ତର ପରେ ନକଲି CBI ଅଫିସର, ଟ୍ୟାକ୍ସି ଡ୍ରାଇଭରଙ୍କ ଜରିଆରେ ଚାଲିଥିଲା ଗ୍ୟାଙ୍ଗ - ଦିବ୍ୟାଙ୍ଗ ନକଲି ସିବିଆଇ ଅଫିସର ଗିରଫ

ଠକ ଡାକ୍ତର ପରେ ନକଲି ସିବିଆଇ ଅଫିସର । ସିବିଆଇ ଅଫିସରର ପରିଚୟ ଦେଇ ରାଜଧାନୀରେ ଲୋକଙ୍କୁ ଚୂନ ଲଗାଉଥିଲା ଦିବ୍ୟାଙ୍ଗ ଯୁବକ । ଅଧିକ ପଢନ୍ତୁ

ଠକ ଡାକ୍ତର ପରେ ନକଲି ସିବିଆଇ ଅଫିସର, ଟ୍ୟାକ୍ସି ଡ୍ରାଇଭରଙ୍କ ଜରିଆରେ ଠକାମିର‌ ଗ୍ୟାଙ

author img

By

Published : Mar 3, 2022, 7:39 AM IST

Updated : Mar 3, 2022, 8:21 PM IST

ଭୁବନେଶ୍ବର: ଅପରାଧ ଓ ଠକେଇର ସାମ୍ରାଜ୍ୟ ସାଜୁଛି ରାଜଧାନୀ । ନକଲି ଡାକ୍ତର ପରେ ଏବେ ସ୍ମାର୍ଟସିଟିରୁ ସାମ୍ନାକୁ ଆସିଛି ନକଲି ସିବିଆଇ(CBI) ଅଫିସର । ଯିଏକି ବିଭିନ୍ନ କମ୍ପାନୀର ଟ୍ୟାକ୍ସି ଡ୍ରାଇଭର ଜରିଆରେ ଠକାମିର ନେଟୱର୍କ ବିଛାଇଥିଲା । ଠକାମି ପାଇଁ ଭୁବନେଶ୍ବରରେ ଗଢା ହୋଇଥିଲା ଏକ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ଲିଡ୍‌ ନେଉଥିଲା ନକଲି ସିବିଆଇ ସାଜିଥିବା ଜଣେ ଦିବ୍ୟାଙ୍ଗ ଯୁବକ, ଯାହାଙ୍କ ନାମ ନିଖିଲ । ରାଜଧାନୀକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକଙ୍କୁ ଏହି ଠକ ଗ୍ୟାଙ୍ଗ ଟାର୍ଗେଟ କରୁଥିଲେ ।

ଠକ ଡାକ୍ତର ପରେ ନକଲି ସିବିଆଇ ଅଫିସର, ଟ୍ୟାକ୍ସି ଡ୍ରାଇଭରଙ୍କ ଜରିଆରେ ଠକାମିର‌ ଗ୍ୟାଙ
ଠକ ଡାକ୍ତର ପରେ ନକଲି ସିବିଆଇ ଅଫିସର, ଟ୍ୟାକ୍ସି ଡ୍ରାଇଭରଙ୍କ ଜରିଆରେ ଠକାମିର‌ ଗ୍ୟାଙ

କୌଣସି ବ୍ୟକ୍ତି ଟ୍ୟାକ୍ସିରେ ଯାଉଥିବାବେଳେ ସେମାନଙ୍କର ସମସ୍ୟା ସମ୍ପର୍କରେ ଜାଣିପାରିଲେ ଠକାମିରେ ସାମିଲ ଡ୍ରାଇଭର ସମ୍ପୃକ୍ତ ଯାତ୍ରୀଙ୍କୁ ନିଖିଲର ନମ୍ବର ଦେଉଥିଲେ ଏବଂ ତାଙ୍କୁ ଜଣେ ପ୍ରତିଷ୍ଠିତ ସିବିଆଇ ଅଫିସର ଭାବେ ପରିଚୟ ଦେଉଥିଲେ । ଏପରିକି ନିଖିଲର ସବୁ ବିଭାଗରେ ଭଲ ପରିଚୟ ଥିବା ଡ୍ରାଇଭର ଯାତ୍ରୀଙ୍କୁ ଜଣାଉଥିଲେ । ରୋଗୀ ଅପରେସନଠୁ ଆରମ୍ଭ କରି ଚାକିରି ପାଇଁ କ୍ଲିୟରାନ୍ସ ଯାଏଁ, କଣ୍ଟ୍ରାକ୍ଟରଙ୍କ ବିଲ କ୍ଲିୟରାନ୍ସଠୁ ଶିକ୍ଷା ବିଭାଗର ଖାତା କାମ ଓ ନକଲି ସାର୍ଟିଫିକେଟ କରାଇ ଦେବାକୁ ସେମାନେ ମିଛ ପ୍ରତିଶ୍ରୁତି ଦେଉଥିଲେ । ଏହାପରେ ଟ୍ୟାକ୍ସିରେ ଯାଉଥିବା ଲୋକଙ୍କ ସମସ୍ୟା ଅନୁସାରେ ସାହାଯ୍ୟର ଆଶା ଦେଇ ହାତଗୁଞ୍ଜ ନେଉଥିଲା ନିଖିଲ । ହେଲେ ଶେଷରେ ଏହି ଧୂର୍ତ୍ତ ଠକର ଠକେଇ ପର୍ଦ୍ଦାଫାସ ହୋଇଛି ।

ସୂଚନାଯୋଗ୍ୟ, ତମାଣ୍ଡୋ ଅଞ୍ଚଳର ଟିକା ପୃଷ୍ଟି ନାମକ ଜଣେ ମୋବାଇଲ ଦୋକାନି ନିଜ ପତ୍ନୀଙ୍କ ସହ କାରରେ ଯିବା ବେଳେ ତାଙ୍କ କର୍କଟ ପୀଡିତ ଝିଅ ସମ୍ପର୍କରେ କଥା ହୋଇଥିଲେ । ସେମାନେ ଝିଅର ଅପରେସନ ବାବଦକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ଆଲୋଚନା କରିଥିଲେ । ଟ୍ୟାକ୍ସି ଡ୍ରାଇଭର ଜରିଆରେ ଏହି ଅପରେସନ କଥା ଜାଣିପାରି ସେମାନଙ୍କ ସହ ଯୋଗାଯୋଗ କରିଥିଲା ଠକ ନିଖିଲ । ଅପରେସନ ୫ ଲକ୍ଷ ବଦଳରେ ୨ ଲକ୍ଷରେ କରାଇଦେବ କହି ଦମ୍ପତିଙ୍କଠୁ ୩୦ ହଜାର ଠକି ନେଇଥିଲା । ଯାହାକୁ ନେଇ ଟିକା ପୃଷ୍ଟି ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ।

ଠକ ଡାକ୍ତର ପରେ ନକଲି CBI ଅଫିସର, ଟ୍ୟାକ୍ସି ଡ୍ରାଇଭରଙ୍କ ଜରିଆରେ ଚାଲିଥିଲା ଗ୍ୟାଙ୍ଗ

ସେହିପରି ଏୟାରପୋର୍ଟ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ନିଖିଲ ଏକ କାର କିଣାଇ ଦେବ କହି ନିଜକୁ ଏକ ପରିବହନ ବିଭାଗର ସେକ୍ରେଟାରୀ ଦର୍ଶାଇ ୪୦ ହଜାର ଟଙ୍କାର ଚୂନ ଲଗାଇଥିଲା । ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଛି । ଏହିଭଳି ଭାବେ ଏବେ ଠକେଇର ଅଭିଯୋଗ ଧିରେ ଧିରେ ଲମ୍ବିବାରେ ଲାଗିଛି । ଠକ ନିଖିଲକୁ ଏବେ ତମାଣ୍ଡୋ ଥାନାରେ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି(ଗୁରୁବାର) କୋର୍ଟ ଚାଲାଣ କରିପାରେ ।

ଠକ ଡାକ୍ତର ରମେଶ ସ୍ବାଇଁ ପରି ଠକ ନିଖିଲ ଏକ ଧୂର୍ତ୍ତ ଠକ, ଯାହାର ନେଟୱର୍କରେ ଅନେକ ଡ୍ରାଇଭର ମଧ୍ୟ ଅଛନ୍ତି । ସେମାନେ କମିଶନ‌ ହିସାବରେ ଠକଠୁ ଟଙ୍କା ନେଇଥାନ୍ତି । ଠକେଇ ପାଇଁ ଏକ ଗ୍ୟାଙ୍ଗ ତିଆରି କରି ‌ନିରୀହ ଲୋକଙ୍କୁ ଏପରି‌ ଠକୁଥିବା ନେଟୱର୍କର ପର୍ଦ୍ଦାଫାସ ହେଲେ ଅନେକ ସତ ସାମ୍ନାକୁ ଆସିବ ।

ଭୁବନେଶ୍ବରରୁ ତାପସ ପରିଡା ଓ ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 3, 2022, 8:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.