ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗଦେବେ । ଶାହା ଦିନ 10ଟା 40ରେ ଲୋକସେବା ଭବନର ନୂଆ କନଫରେନ୍ସ ହଲରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେହି ସମୟରେ ପହଞ୍ଚିବା ନେଇ ଜଣାପଡିଛି। ଉଭୟ ଶାହ ଓ ନବୀନ ଲାଉଞ୍ଜରେ କିଛି ସମୟ ଅତିବାହିତ କରିବେ। ଏହାପରେ ସେମାନଙ୍କ ପାଇଁ ଚା ପାନ ବ୍ୟବସ୍ଥା ହୋଇଛି।
ଲୋକସଭା ଭବନରେ ଦିନ 11ଟାରୁ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ଆରମ୍ଭ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଉଦବୋଧନ ଦେବେ। ଏହାପରେ ବିହାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିବେ। ବୈଠକକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆସିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ତାଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ବୈଠକରେ ଉପସ୍ଥିତ ରହିବେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ