ଭୁବନେଶ୍ବର: ଡ୍ରାଇଭିଂ ଲାଇସେନ୍ସ, ପରମିଟ ଓ ଗାଡି ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ଏହି ଅବଧିକୁ ଜୁନ 30 ଯାଏ ବଢ଼ାଇଛନ୍ତି । ଫେବୃଆରୀ ପହିଲାରୁ ଶେଷ ହୋଇଥିବା ଅବଧି ଗାଡି ପାଇଁ ଏହା ଲାଗୁ ହେବ । ଲାକଡାଉନ ପାଇଁ ସମସ୍ତ ପରିବହନ କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟ ସରକାର ଏ ନେଇ ତୁରନ୍ତ ଚିଠି କରିବା ସହିତ ଲୋକେ ଯେପରି ସମସ୍ୟାର ସମ୍ମୁଖିନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ