ETV Bharat / city

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ, ସମାଲୋଚନା କଲା କଂଗ୍ରେସ - ସରକାରୀ କର୍ମଚାରୀ

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ କରିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ସମାଲୋଚନା କରିଛି । ଅଧିକ ପଢନ୍ତୁ...

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ, ସମାଲୋଚନା କଲା କଂଗ୍ରେସ

author img

By

Published : Jun 28, 2021, 9:00 PM IST

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତ୍ତା ବନ୍ଦ କରିଛନ୍ତି କେନ୍ଦ୍ର ଓ ଓଡ଼ିଶା ସମେତ କିଛି ରାଜ୍ୟ ସରକାର । ଏନେଇ ଉଭୟ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ । କୋରନା ଆଳ ଦେଖାଇ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ କରିବା ନିନ୍ଦନୀୟ କାର୍ଯ୍ୟ ବୋଲି କହିଛନ୍ତି ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ, ସମାଲୋଚନା କଲା କଂଗ୍ରେସ

2020 ମସିହାରୁ ଉଭୟ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତା ବନ୍ଦ କରିଛନ୍ତି ସରକାର । ଫଳରେ ଏହା ସିଧାସଳଖ ଦେଶର ଅର୍ଥନୀତି ଉପରେ ପଡୁଛି । କାରଣ ଲୋକଙ୍କ ପାଖରେ ଟଙ୍କାର ଅଭାବ ରହିଛି । ସେପଟେ ସରକାର ଟଙ୍କା ବନ୍ଦ କରିଛନ୍ତି । ଫଳରେ ଲୋକ ପୂର୍ବପରି ହାତ ଖୋଲି ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି । କାଳେ ଆଗାମୀ ଦିନରେ ସମସ୍ୟା ବଢିବ ତେଣୁ ଖର୍ଚ୍ଚ କରିବାକୁ ନିବୃତ୍ତ ରହି ସଞ୍ଚୟ କରିବାକୁ ଗୁରୁତ୍ୱ ଦେଉଛନ୍ତି । ଫଳରେ ଦେଶର ଅର୍ଥନୀତିର ସାଇକେଲ ଗଡୁନାହିଁ ।

ଅନ୍ୟପଟେ ଯେଉଁ କମ୍ପାନୀର ଆୟ ଦୁଇ ଗୁଣା ବୃଦ୍ଧି ହୋଇଛି, ସେହି କମ୍ପାନୀଙ୍କୁ ଷ୍ଟିମୁଲସ ପ୍ରଦାନ କରୁଛନ୍ତି ସରକାର । ଏହା ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି । ଆୟକର ଓ ଜିଏସଟି ବୃଦ୍ଧି ହେଉଥିବା ସରକାର ଯୁକ୍ତି ଦର୍ଶାଉଛନ୍ତି । ପ୍ରକୃତରେ ଏହା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରୁ ଏହା ଆଦାୟ ହେଉଛି । ସାମ୍ପ୍ରତିକ ବିଭିନ୍ନ ସ୍ୱାସ୍ଥ୍ୟ ଉପକରଣର ଚାହିଦା ରହିଥିବାରୁ ଏମିତି ହେଉଛି । ହେଲେ FMCGରୁ ଟିକସ ବୃଦ୍ଧି ହୋଇନାହିଁ ।

Money makes money ପଦ୍ଧତି ଆପଣାଇବା ଲାଗି ପଞ୍ଚାନନ ପରାମର୍ଶ ଦେଇଛନ୍ତି । ଯେତେବେଳେ ବିଶ୍ଵର ଅର୍ଥନୀତି ଦୋହଲି ଯାଇଥିଲା, ସେତେବେଳେ ମନମୋହନ ସିଂହ ଦେଶର ଅର୍ଥନୀତିକୁ ସମ୍ଭାଳି ନେଇଥିଲେ । ତେଣୁ କେନ୍ଦ୍ର ସରକାର ଅହଙ୍କାର ଛାଡ଼ନ୍ତୁ । ଅର୍ଥନୀତି ସୁଧାରିବା ଲାଗି ମନମୋହନଙ୍କ ପରାମର୍ଶ ନିଅନ୍ତୁ ବୋଲି ପଞ୍ଚାନନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.