ETV Bharat / city

SWAYAM ପୋର୍ଟାଲରୁ ହଟିଲା ଓଡିଆ ଭାଷା, କ୍ଷୋଭ ପ୍ରକାଶ କଲେ ମନ୍ତ୍ରୀ ତୁଷାରକାନ୍ତି

author img

By

Published : Jun 11, 2021, 7:39 AM IST

Updated : Jun 11, 2021, 4:41 PM IST

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିଛି । ଏନେଇ ବୈଦୁତିକ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତ ବେହେରା କ୍ଷୋଭ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଓଡ଼ିଆ ଭାଷା
ଓଡ଼ିଆ ଭାଷା

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିଛି । ଏନେଇ ବୈଦୁତିକ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତ ବେହେରା କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସ୍ଵୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡ଼ିଥିବା ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀ ତୁଷାରକାନ୍ତ ବେହେରା ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ପିଲାମାନେ ଅନଲାଇନ ଶିକ୍ଷା ଉପରେ ବହୁଳ ଭାବେ ନିର୍ଭର କରୁଛନ୍ତି । ରାଜ୍ୟ ସରକାର ମାଲକାନଗିରି ସମେତ ଅନେକ ଉପାନ୍ତ ଅଞ୍ଚଳରେ ନେଟୱର୍କ ସୁଦୃଢୀକରଣ ଉପରେ ଗୁରୁତ୍ବ ଦେଉଛନ୍ତି । ସ୍ଵୟଂ ଅନଲାଇନ ଶିକ୍ଷା ପୋର୍ଟାଲ ଏକ ଭଲ ବ୍ୟବସ୍ଥା । ଏଥିରେ ବିଜ୍ଞାନ, ବୈଷୟିକ, ଫର୍ମାସୀ, ସାମାଜିକ ବିଜ୍ଞାନ, ଆଇନ ଓ ମ୍ୟାନେଜମେଣ୍ଟ ଆଦି ବିଷୟର ପାଠ୍ୟ ପୁସ୍ତକ ଆଇଆଇଟି, କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଏବଂ ଆଇଆଇଏସସିର ଅଭିଜ୍ଞ ଅଧ୍ୟାପକଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ।

ଶିକ୍ଷା ଗ୍ରହଣରେ ଭାଷା ଯେପରି ବାଧକ ନ ସାଜେ ତାହାକୁ ନଜରରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଆ ଭାଷା ସମେତ ମୋଟ 10 ଟି ଭାଷାରେ ପାଠ୍ୟ ପୁସ୍ତକ ଉପଲବ୍ଧ କରିବା ନେଇ ଘୋଷଣା କରିଥିଲେ । ଏହା ନିଶ୍ଚିତ ଭାବେ ସ୍ଵାଗତ ଯୋଗ୍ୟ ପଦକ୍ଷେପ । ତେବେ ଏଆଇସିଟିଇ ପକ୍ଷରୁ ପାଠ୍ୟ ପୁସ୍ତକ ଅନୁବାଦ ସମୟରେ ଓଡ଼ିଆ ଭାଷା ବାଦ ପଡ଼ିଥିବା ସାମ୍ନାକୁ ଆସିଛି । ପୂର୍ବରୁ ଓଡ଼ିଆ ଭାଷାରେ ପାଠ୍ୟ ବିଷୟ ଉପଲବ୍ଧ ନେଇ ଘୋଷଣା ହୋଇଥିବା ବେଳେ ଅଧାରୁ ଏହାର ପରିବର୍ତ୍ତନ ଠିକ ନୁହେଁ ।

ବହୁ ପ୍ରାଚୀନ ଓଡ଼ିଆ ଭାଷା ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି । ଆଇଟି କ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚୟ ହାସଲ କରିଛି । ଭିଭିନ୍ନ କ୍ଷେତ୍ରରେ ଓଡ଼ିଆ ମାନେ ଦେଶ ବିଦେଶରେ ନିଜ ଅବସ୍ଥିତି ପ୍ରମାଣିତ କରିଛନ୍ତି । ହିନ୍ଦୀ, ବଙ୍ଗାଳୀ, ଗୁଜୁରାଟୀ, ତାମିଲ, ତେଲଗୁ, କନ୍ନଡ ଓ ମାଲାୟାଲାମ ଆଦି ଭାଷାଭାଷୀ ପିଲାମାନେ ନିଜ ଭାଷାରେ ପାଠ ପଢ଼ିବାର ସୁଯୋଗ ପାଉଛନ୍ତି । ଓଡ଼ିଆ ପିଲା ଏଥିରୁ ବଞ୍ଚିତ ହେବା ଠିକ ନୁହେଁ । ତେବେ ଓଡ଼ିଆ ଭାଷା ଜରିଆରେ ଅନଲାଇନ ଶିକ୍ଷା ଗ୍ରହଣ ପାଇଁ ଇଛା ରଖୁଥିବା ରାଜ୍ୟର ଗ୍ରାମାଞ୍ଚଳ ତଥା ଗରିବ ଛାତ୍ରଛାତ୍ରୀଙ୍କ ଲାଗି ବେଶ ଉପଯୋଗୀ ହୋଇପାରନ୍ତା ।

ତେଣୁ ଏ ସମ୍ପର୍କରେ ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ ପୁଙ୍ଖାନୁପୁଙ୍ଖ ଅନୁଧାନ ସହ ଓଡ଼ିଆ ପିଲାଙ୍କ ସ୍ବାର୍ଥରକ୍ଷା ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରନ୍ତୁ । ଏହି ଗୁରୁତର ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 11, 2021, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.