ETV Bharat / city

ମେଡିସିନ ପେଟିରେ ଗଞ୍ଜେଇ ଚାଲାଣ, ବରମୁଣ୍ଡା ବସଷ୍ଟାଣ୍ଡରୁ 3 ଗିରଫ - ବରମୁଣ୍ଡା ବସ ଷ୍ଟାଣ୍ଡରେ ଅବକାରି ଟିମର ଚଢାଉ

ମେଡିସିନ ପେଟିରେ ଗଞ୍ଜେଇ ଚାଲାଣ। ପୋଲିସକୁ ଚକମା ଦେବାକୁ ବେପାରିଙ୍କ ନୂଆ ଫଣ୍ଡା। ଏମିତି ଢଙ୍ଗରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ଭୁବନେଶ୍ବର ଅବକାରୀ ଟିମ ଓ ଫ୍ଲାଇଙ୍ଗ ସ୍କ୍ବାଡ। ଅଧିକ ପଢନ୍ତୁ...

ମେଡିସିନ ପେଟିରେ ଗଞ୍ଜେଇ ଚାଲାଣ,ବରମୁଣ୍ଡା ବସ ଷ୍ଟାଣ୍ଡରୁ 3 ଗିରଫ

author img

By

Published : Feb 5, 2021, 12:43 PM IST

ଭୁବନେଶ୍ବର: ମେଡିସିନ ପେଟିରେ ଗଞ୍ଜେଇ ଚାଲାଣ। ପୋଲିସକୁ ଚକମା ଦେବାକୁ ଗଞ୍ଜେଇ ବେପାରୀଙ୍କ ନୂଆ ଚାଲ। ଏମିତି ଢଙ୍ଗରେ ଗଞ୍ଜେଇ ଚାଲାଣ ବେଳେ ଭୁବନେଶ୍ବର ଅବକାରୀ ଟିମ ଓ ଫ୍ଲାଇଙ୍ଗ ସ୍କ୍ବାଡ 3 ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୪୦ କେଜି ଗଞ୍ଜେଇ ସହ ଏକ କାର ଜବତ କରିଛି ପୋଲିସ।

ମେଡିସିନ ପେଟିରେ ଗଞ୍ଜେଇ ଚାଲାଣ,ବରମୁଣ୍ଡା ବସ ଷ୍ଟାଣ୍ଡରୁ 3 ଗିରଫ

ତେବେ ବରମୁଣ୍ଡା ବସଷ୍ଟାଣ୍ଡ କଡରେ ଏମିତି ଢଙ୍ଗରେ ଡେଲିଭେରି ପାଇଁ ଯୋଜନା ଚଳାଇଥିବା ବେଳେ ସୂଚନା ପାଇଥିଲା ଅବକାରୀ ଟିମ। ମେଡିସିନ ପେଟିରେ ଗଞ୍ଜେଇ ପ୍ୟାକ କରି କାର ଯୋଗେ ଚାଲାଣ ପାଇଁ ଅପେକ୍ଷା କରିଥିଲେ ବେପାରୀ।

ପୋଲିସ ଯେପରି ସନ୍ଦେହ ନକରିବ କାରରେ ଆସି ଏକ ବସ ଯୋଗେ ପଠାଇବା ପାଇଁ ଚାଲ ଚଳାଇଥିଲେ। ହେଲେ ଅବକାରି ଟିମର ଛାପା ବେଳେ ସବୁ ସତ ଧରା ପଡିଯାଇଥିଲା। ପ୍ୟାକେଟ ଡେଟ ପୁରୁଣା ଥିବାରୁ ସନ୍ଦେହରେ ପେଟି ଖୋଲିବାକୁ କହିଥିଲେ ପରେ ଗଞ୍ଜେଇ କାରବାରର ସୁରାକ ପାଇଥିଲା ଅବକାରୀ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.