ଭୁବନେଶ୍ବର: ଥମୁନି ବହୁ ଚର୍ଚ୍ଚିତ କ୍ୟାମେରମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା । ଦିନକୁ ଦିନ ତଦନ୍ତକୁ ଗତିପଥକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ ଓ ଆଇନଜୀବୀ । ଏପଟେ ଆଇନର ଗଳାବାଟରେ ଖସି ଯିବେ କି ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ରାଉତ ।
ସେହିପରି ଅଫିସର ଓ ସାମ୍ବାଦିକତା ଜ୍ଞାନରେ ଚକମା ଦେବେକି ଏହି ୨ ମୁଖ୍ୟ ଅଭିଯୁକ୍ତ । ତେବେ ହତ୍ୟାର ସବୁ ଦୋଷ ସହଯୋଗୀଙ୍କୁ କାନ୍ଧରେ ଲଦି ଖସି ଯିବେ କି ଦୁଇ ମୁଖ୍ୟ ଅପରାଧୀ । ସେହିଭଳି ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠୁଛି ।
ଏଥିସହ ଶର୍ମିଷ୍ଠା ରହୁଥିବା ଫ୍ଲାଟରେ କ୍ରାଇମବ୍ରାଞ୍ଚର ସିନ ରିକ୍ରିଏସନ ପୁର୍ବ ଦିନ ଜଣେ ମହିଳା ଫ୍ଲାଟରେ ପଶି କିଛି ବ୍ୟାଗ ଓ ଆସବାବପତ୍ର ନେଇ ଚମ୍ପଟ ମାରିଥିବା ଖବରରୁ ଜଣାପଡିଛି । ତେବେ ଏହା କଣ କ୍ରାଇମବ୍ରାଞ୍ଚ ଆସିବ ଜାଣିବା ପରେ ଫ୍ଲାଟରୁ ପ୍ରମାଣ ନଷ୍ଟ କରି ଦିଆଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ