ETV Bharat / city

କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଚ୍ଛେଦ ଆରମ୍ଭ

author img

By

Published : Nov 16, 2020, 9:05 PM IST

କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ । ବିଡିଏ, ବିଏମ୍ସି, ସ୍ମାର୍ଟ ସିଟି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁ...

କ୍ୟାପିଟାଲ ହସ୍ପିଟାଲରେ ଉଛେଦ
କ୍ୟାପିଟାଲ ହସ୍ପିଟାଲରେ ଉଛେଦ

ଭୁବନେଶ୍ବର: ଟ୍ରମା କେୟାର ସେଣ୍ଟର ପାଇଁ ହଟିଲା ଜବରଦଖଲ । କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ । ବିଡିଏ, ବିଏମ୍ସି, ସ୍ମାର୍ଟ ସିଟି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି ।

କ୍ୟାପିଟାଲ ହସ୍ପିଟାଲରେ ଉଚ୍ଛେଦ

ଦୀର୍ଘ ବର୍ଷ ଧରି ଥିବା ସେବା ମେଡିସିନ ଷ୍ଟୋର ସମେତ ଏବଂ ତା ପଛରେ ଥିବା ଘର ଗ୍ୟାରେଜ ଗୃହକୁ ଉଚ୍ଛେଦ କରାଯାଇଛି । ଏହି ସ୍ଥାନରେ ନୂଆ କରି ଟ୍ରୋମା କେୟାର ସେଣ୍ଟର ନିର୍ମାଣ କରାଯିବ । ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଗ୍ୟାରେଜ ଘରେ ବର୍ଷ ବର୍ଷ ଧରି ଏହି ମେଡିସିନ ଷ୍ଟୋର ବେଆଇନ ଭାବେ ଚାଲୁଥିଲା । ଉଚ୍ଛେଦ ପ୍ରକ୍ରିୟାରେ ୧ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ଟ୍ରମା କେୟାର ସେଣ୍ଟର ହେବା ପାଇଁ ଜାଗା ନିରୂପଣ ହୋଇଥିଲା ।

ଏଥିପାଇଁ ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରାଯାଇଛି । ଉକ୍ତ ଦୋକାନ ଗୁଡିକ ଉଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଆଗରୁ ରିକ୍ୟୁଜିସନ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.