ETV Bharat / city

ସ୍ମାର୍ଟସିଟିର ମୁଣ୍ଡବିନ୍ଧା ପାଲଟିଛି ପାର୍କିଂ; ରିୟାଲିଟି ଚେକ କଲା 'ଇଟିଭି ଭାରତ'

author img

By

Published : Feb 19, 2020, 10:53 PM IST

ସ୍ମାର୍ଟସିଟି ପାଇଁ ପାର୍କିଂ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବଢୁଛି ସହର ,ବଢୁଛି ଜନସଂଖ୍ୟା । ହେଲେ ପାର୍କିଂ ପାଇଁ ସଠିକ ଭିତ୍ତିଭୂମି ନାହିଁ । ମୁଖ୍ୟ ରାସ୍ତା ବି ଘଣ୍ଟା ଘଣ୍ଟା ଧରି ଜାମ , ସୌନ୍ଦର୍ଯ୍ୟକରଣ ନାଁରେ ସଙ୍କୁଚିତ ହେଉଛି ରାସ୍ତା। ଯାହାର ରିୟାଲିଟି ଚେକ କରିବାକୁ ପହଞ୍ଚିଥିଲା 'ଇଟିଭି ଭାରତ' । ଅଧିକ ଖବର ପଢନ୍ତୁ...

ରାଜଧାନୀରେ 'ଇଟିଭି ଭାରତ'ର ରିୟାଲିଟି ଚେକ
ରାଜଧାନୀରେ 'ଇଟିଭି ଭାରତ'ର ରିୟାଲିଟି ଚେକ

ଭୁବନେଶ୍ବର: ସ୍ମାର୍ଟସିଟି ପାଇଁ ପାର୍କିଂ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବଢୁଛି ସହର, ବଢୁଛି ଜନସଂଖ୍ୟା । ହେଲେ ପାର୍କିଂ ପାଇଁ ସଠିକ ଭିତ୍ତିଭୂମି ନାହିଁ । ମୁଖ୍ୟ ରାସ୍ତା ବି ଘଣ୍ଟା ଘଣ୍ଟା ଧରି ଜାମ , ସୌନ୍ଦର୍ଯ୍ୟକରଣ ନାଁରେ ସଙ୍କୁଚିତ ହେଉଛି ରାସ୍ତା। ଯାହା ଭବିଷ୍ୟତରେ ଭୟଙ୍କର ଟ୍ରାଫିକ ଜାମକୁ ନେଇ ଆଶଙ୍କା ଦେଖା ଦେଇଛି ।

ବିକଳ ହେବାରେ ଲାଗିଛି, ସ୍ମାର୍ଟସିଟିର ପାର୍କିଂ ବ୍ୟବସ୍ଥା । ବଢୁଥିବା ଲୋକସଂଖ୍ୟା ସହ ତାଳ ଦେଇ ଏଠି ପାର୍କିଂ ଏବଂ ଟ୍ରାଫିକ ଭିତ୍ତିଭୂମିର ବିକାଶ ପାଇଁ ନାହିଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା। ଯିଏ ଯେଉଁଠି ପାରିଲା ବେଧଡକ ପାର୍କିଂ କଲା । ନୀତିନିୟମକୁ ଫୁ । ପ୍ରଶାସନ କେବଳ କାଗଜ କଲମରେ ଚାଲିଛି । ପାର୍କିଂ ନାଁରେ ଆଦାୟ ହେଉଛି କୋଟି କୋଟି ଟଙ୍କା ଦେୟ । ହେଲେ ସୁଫଳ ମିଳୁନି ଲୋକଙ୍କୁ । ତେବେ କଣ ରହିଛି ରାଜଧାନୀରେ ବିପର୍ଯ୍ୟସ୍ତ ପାର୍କିଂ ବ୍ୟବସ୍ଥାର ବାସ୍ତବ ଚିତ୍ର , ଏନେଇ ରିୟାଲିଟି ଚେକ କରିବାକୁ ପହଞ୍ଚିଥିଲା 'ଇଟିଭି ଭାରତ' ।

ରାଜଧାନୀରେ 'ଇଟିଭି ଭାରତ'ର ରିୟାଲିଟି ଚେକ

ସ୍ଥାନ ରାମମନ୍ଦିର ଛକ । 10 ବର୍ଷ ତଳେ ଏଠି ସ୍ଥିତି ଏମିତି ନଥିଲା । 60 ଫୁଟର ରାସ୍ତାକୁ ଅତିକ୍ରମ କରିବା ପାଇଁ ମାତ୍ର 2 ମିନିଟ ଲାଗୁଥିଲା, କିନ୍ତୁ ଏବେ ଏହି ରାସ୍ତାକୁ ଅତିକ୍ରମ କରିବାକୁ ଅତିକମରେ 10 ରୁ 15 ମିନିଟ ସମୟ ଲାଗୁଛି । ବେଳେ ବେଳେ ରାସ୍ତାରେ ଅତିକ୍ରମ କଲାବେଳେ ବି ଦୁର୍ଘଟଣାର ଶିକାର ହେବାକୁ ପଡୁଛି,କାରଣ ଏ କେବଳ ଗୋଟିଏ ଅଞ୍ଚଳର ସ୍ଥିତି ନୁହେଁ ରାଜଧାନୀ ରେ ବଢୁଥିବା ବିପର୍ଯ୍ୟସ୍ତ ପାର୍କିଂଗ ବ୍ୟବସ୍ଥାର ଏ ହେଉଛି ନିଚ୍ଛକ ଚିତ୍ର , ଯେଉଁଥିରେ ଘାଣ୍ଟି ହେଉଛନ୍ତି ସ୍ମାର୍ଟସିଟି ବାସିନ୍ଦା। ତେବେ ଏନେଇ କଣ କହୁଛନ୍ତି ଛାତ୍ର ଶୁଣନ୍ତୁ...

ରାଜଧାନୀରେ 'ଇଟିଭି ଭାରତ'ର ରିୟାଲିଟି ଚେକ

ଦୃଶ୍ୟ ଭାତ ହାଣ୍ଡିରୁ ଗୋଟିଏ ଭଳି, ଅର୍ଥାତ ରାଜଧାନୀରେ ବଢୁଥିବା ବିକଳ ପାର୍କିଂ ବ୍ୟବସ୍ଥାର ପୁରା ସତସତିକା ଚିତ୍ର। ଆପଣ ମାନେ ଯେଉଁଠିକି ଗଲେ ବି ଏ ଚିତ୍ର ଦିନକୁ ଦିନ ବଢିବାରେ ଲାଗିଛି ସବୁଠି ଅବ୍ୟବସ୍ଥା। 2011 ମସିହାରେ ରାଜଧାନୀର ଲୋକସଂଖ୍ୟା ଥିଲେ ପ୍ରାୟ 8 ରୁ 15 ଲକ୍ଷ । ଦଶ ବର୍ଷ ଭିତରେ ଏହା ବଢିଛି ପାଖାପାଖି ଦେଢ଼ ଗୁଣା ।

ହେଲେ ଜନସଂଖ୍ୟା ତୂଳନାରେ ଭିତ୍ତିଭୂମି ପୁରା ଜିରୋ । ଠିକ ସେମିତି 10 ବର୍ଷ ପୂର୍ବେ ଏଠାରେ ଗାଡି ସଂଖ୍ୟା ଥିଲା ପାଖାପାଖି ୧ ଲକ୍ଷ , ଏବେ ସେ ସଂଖ୍ୟା 10 ଗୁଣା ଟପିଛି । ଯାହା ଆରଟିଓରେ ତଥ୍ୟ ପ୍ରକାଶ ପାଇଛି। ଦିନକୁ ଦିନ ଏଠି ଜନସଂଖ୍ୟା ବଢୁଛି, ହେଲେ ବିଏମସି ର ପାର୍କିଂ ସ୍ଲଟ ବଢ଼ୁନାହିଁ।

ସେପଟେ ବିଏମସିର ଯୁକ୍ତି ହେଉଛି ଭୁବନେଶ୍ବରରେ 72ଟି ପାର୍କିଂ ସ୍ଲଟ ରହିଛି। ବାର୍ଷିକ 2 କୋଟିରୁ ଊର୍ଦ୍ଧ୍ବ ଟିକସ ଆଦାୟ ହେଉଛି । ଏବେ ନୂଆ କୋଠା ନିର୍ମାଣ କଲେ ପାର୍କିଂ ବ୍ୟବସ୍ଥା କରିବାକୁ ବାଧ୍ୟ । ଭୁବନେଶ୍ବରରେ ପାର୍କିଂ ସମସ୍ୟା ନୂଆ ନୁହେଁ , ତେବେ ପାର୍କିଂ ଟିକସ କୁ ରାଜସ୍ବ ହିସାବରେ ନିଆ ନଯାଉ । ବହୁତ ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି ଆଗକୁ ସେଗୁଡ଼ିକ ବନ୍ଦ କରାଯିବ । ଜନସାଧାରଣ ସଚେତନ ହେବା ଦରକାର । ଧୀରେ ଧୀରେ ସ୍ଥିତି ସୁଧୁରିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ରାଜଧାନୀରେ 'ଇଟିଭି ଭାରତ'ର ରିୟାଲିଟି ଚେକ

ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଅର୍ଥାତ ବଢୁଥିବା ସ୍ମାର୍ଟସିଟିର କଳେବର ସହ ତାଳ ଦେଇ ପାର୍କିଂ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଦରକାର । କେବଳ "ଅନ୍ୟକୁ ଅନୁକରଣ ଶୈଳୀରେ ଏଠି ରାସ୍ତା ଉପରେ ପାର୍କିଂ ବ୍ୟବସ୍ଥା କଲେ ହେବ ନାହିଁ ,ବାସ୍ତବ କାର୍ଯ୍ୟକ୍ରମ ଆବଶ୍ୟକ। ସେପଟେ ପାର୍କିଂ ସମସ୍ୟା ଦେଶର ସବୁ ସ୍ଥାନରେ ସମାନ। ଯେଉଁଠି ଅଧିକ ପାର୍କିଂ ସେଠାରେ ଅଧିକ ଟ୍ରାଫିକ ସମସ୍ୟା। ବଡ଼ବଡ଼ ପାର୍କିଂ ସ୍ଥାନ ପରିଚାଳନା କରିବାକୁ ହେଲେ ଛୋଟ ଛୋଟ ଷ୍ଟ୍ରିଟ ପାର୍କିଂ ଠାରୁ ଟିକସ ଆଦାୟ କରିବା ଦରକାର। ସରକାର ପାର୍କିଂ ପାଇଁ ଅଧିକ ବ୍ୟୟ ନକରିବା ଭଲ। ପାର୍କିଂ ଲୋକଙ୍କ ମାନସିକତା ଉପରେ ନିର୍ଭର କରେ , ଲୋକମାନେ ଚାହିଁଲେ ସବୁ ପରିବର୍ତ୍ତନ ହୋଇପାରିବ ବୋଲି" ଦେଶର ପାର୍କିଂ ଏକ୍ସପର୍ଟ ଶ୍ରେୟା ଗଡପଲ୍ଲୀ କହିଛନ୍ତି।

ରାଜଧାନୀରେ 'ଇଟିଭି ଭାରତ'ର ରିୟାଲିଟି ଚେକ

ବେଳହୁଁ ସାବଧାନ ହେବା ଜରୁରୀ। ବଢୁଛି ସହରର କଳେବର, ବଢୁଛି ଟ୍ରାଫିକ ସମସ୍ୟା । ଗମ୍ଭୀର ହେବାରେ ଲାଗିଛି ସ୍ଥିତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ 2017ରେ ରାଜଧାନୀରେ ଛୋଟବଡ ପାଖାପାଖି 475ଟି ଦୁର୍ଘଟଣା ଘଟିଥିବା ବେଳେ 2028ରେ 530ଟି ଦୁର୍ଘଟଣା ଘଟିଛି । 2019 ରେ ସଂଖ୍ୟା 713 ଦୁର୍ଘଟଣା ଘଟିଛି। ଯାହା ଏବେ ଚିନ୍ତାଜନକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.