ଭୁବନେଶ୍ବର: ବସିଲା ଏଥିକ୍ସ କମିଟିର ବୈଠକ । କମିଟିର ସଦସ୍ୟ ଥିବା ଦୁଇ ଜଣ ମନ୍ତ୍ରୀ, ଜଣେ ସରକାରୀ ମୁଖ୍ୟ ସଚେତକଙ୍କୁ ଶୁଭେଚ୍ଛା ଜଣାଇ ଏହି ବୈଠକ ଆରମ୍ଭ ହୋଇଥିଲା । ପ୍ରଥମ କରି ଅବିଭକ୍ତ କୋରାପୁଟ ଜିଲ୍ଲାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ପରେ ସାରା ରାଜ୍ୟରେ ଯୋଜନା କରାଯାଇ ସବୁ ଜିଲ୍ଲାକୁ ପରିଦର୍ଶନ କରି ଅନେକ ସମସ୍ୟା ଗ୍ରହଣ କରାଯିବ । ଏନେଇ ଆଜି(ମଙ୍ଗଳବାର) ସୂଚନା ଦେଇଛନ୍ତି ଏଥିକ୍ସ କମିଟି ଅଧ୍ୟକ୍ଷ ଅମର ଶତପଥୀ ।