ETV Bharat / city

ରାଜ୍ୟର ଦୁଇ ଶିଳ୍ପ ନଗରୀରେ ଖୋଲିବ ESI ଡାକ୍ତରଖାନା

କର୍ମଚାରୀମାନେ ଏଣିକି ହାତ ପାଆନ୍ତାରେ ପାଇପାରିବେ ଚିକିତ୍ସା ସୁବିଧା । କର୍ମଚାରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅନୁଗୋଳ ଓ ଡୁବୁରୀ ଠାରେ ଖୋଲିବ ଇଏସ୍ଆଇ ଡିସପେନସରୀ । ଅଧିକ ପଢନ୍ତୁ...

ଅନୁଗୋଳ ଓ ଡୁବୁରୀ ଠାରେ ଖୋଲିବ ESI ଡାକ୍ତରଖାନା: ଶ୍ରମ ମନ୍ତ୍ରୀ

author img

By

Published : Oct 1, 2021, 10:17 PM IST

ଭୁବନେଶ୍ବର: ଓଡିଶା କର୍ମକାରୀ ତଥା ରାଜ୍ୟ ବୀମା ନିଗମର ୮୦ତମ ଆଞ୍ଚଳିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଅବସରରେ ଅନୁଗୋଳ ଓ ଡୁବୁରୀ ଠାରେ ଖୋଲିବ ଇଏସ୍ଆଇ ଡାକ୍ତରଖାନା । ମାର୍ଚ୍ଚ 2021 ସୁଦ୍ଧା ଓଡ଼ିଶାରେ 7 ଲକ୍ଷ 51 ହଜାର ଶ୍ରମିକ ବୀମାଭୁକ୍ତ ହୋଇଛନ୍ତି । ଇଏସଆଇ ଯୋଜନା, ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଇବା ସହିତ ଅସୁସ୍ଥତା, ମୃତ୍ୟୁ, ଦୁର୍ଘଟଣା, ଅକ୍ଷମତା, ଇତ୍ୟାଦି ଘଟଣାରେ ଚିକିତ୍ସା ସୁବିଧା ତଥା ଆର୍ଥିକ ସୁବିଧା ପ୍ରଦାନ କରିଥାଏ।

ଅନୁଗୋଳ ଓ ଡୁବୁରୀ ଠାରେ ଖୋଲିବ ESI ଡାକ୍ତରଖାନା: ଶ୍ରମ ମନ୍ତ୍ରୀ
ଅନୁଗୋଳ ଓ ଡୁବୁରୀ ଠାରେ ଖୋଲିବ ESI ଡାକ୍ତରଖାନା: ଶ୍ରମ ମନ୍ତ୍ରୀ

ଅନୁଗୋଳସ୍ଥିତ ଡାକ୍ତରଖାନାରେ ଇଏସଆଇ ନିଗମ ଦ୍ଵାରା ତୁରନ୍ତ ଉପଯୁକ୍ତ ସଂଖ୍ୟକ ବିଶେଷଜ୍ଞ, ବୀମାଭୁକ୍ତ ମେଡିକାଲ୍ ଅଫିସର (ଆଇଏମଓ) ଏବଂ ପାରା ମେଡିକାଲଙ୍କୁ ନିୟୋଜିତ କରିବା ଉପରେ ଗୁରୁତ୍ୱାରୋପ ହୋଇଛି । ଏହା ସହ ଅତିରିକ୍ତ କର୍ମଚାରୀଙ୍କ ନିଯୁକ୍ତିର ଆବଶ୍ୟକତା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି।

ESI ନୂଆଦିଲ୍ଲୀ ସ୍ତରରେ ପଡିରହିଥିବା ଯାଜପୁର ଜିଲ୍ଲା ଡୁବୁରୀଠାରେ ନିର୍ମିତ ହେବାକୁ ଥିବା 100 ଶଯ୍ୟା ବିଶିଷ୍ଟ ଇଏସଆଇ ଡାକ୍ତରଖାନାର ଜମି ଅଧିଗ୍ରହଣ ପ୍ରସ୍ତାବକୁ ଶୀଘ୍ର ଅନୁମୋଦନ କରିବାକୁ ମନ୍ତ୍ରୀ ସୁଶାନ୍ତ ସିଂ ଇଏସଆଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଶ୍ରମିକ ସଙ୍ଗଠନର ପ୍ରତିନିଧିମାନ ମଧ୍ୟ ଡୁବୁରୀରେ ଇଏସଆଇ ହସ୍ପିଟାଲର ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପ୍ରସଙ୍ଗ ଉଠାଇଥିଲେ। ଝାରସୁଗୁଡା ଭଳି ଖଣିଜ ସମ୍ପଦରେ ଭରପୁର ଅଞ୍ଚଳରେ 100 ଶଯ୍ୟାବିଶିଷ୍ଟ ଡାକ୍ତରଖାନା ସ୍ଥାପନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରକାଶ କରିଛନ୍ତି । ସମ୍ବଲପୁର (ରେଙ୍ଗାଲୀ) ଏବଂ ବରଗଡ଼ ଅଞ୍ଚଳର ଇଏସଆଇ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାରେ ମଧ୍ୟ ଭାଗରେ ଏକ ଇଏସ୍ଆଇ ଡାକ୍ତରଖାନା ସ୍ଥାପନ କରିବାର ଆବଶ୍ୟକତା ରହିଛି ।

ତେବେ ଭୁବନେଶ୍ଵରରେ ପ୍ରସ୍ତାବିତ ଇଏସଆଇସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟ ଆରମ୍ଭ କରିବାକୁ ଇଏସଆଇସି କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଭୁବନେଶ୍ବରରେ ESI ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବର ପୁନର୍ବିଚାର କରିବାକୁ ସେ ନୂଆଦିଲ୍ଲୀ ଇଏସଆଇସିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।
କୋଭିଡ ମହାମାରୀକୁ ଦୃଷ୍ଟିରେ ରଖ୍ ଦୁଇଟି ଯୋଜନା ଆରମ୍ଭ କରାଯାଇଛି । କୋଭିଡ୍ ରିଲିଫ ଯୋଜନାରେ ମାସିକ ଭତ୍ତା ପ୍ରଦାନ କରାଯାଇଛି ଏବଂ ଏଥିରେ ଆଜି ସୁଦ୍ଧା ବୀମାଭୁକ୍ତ 73ଜଣ କୋଭିଡ଼ ମୃତକଙ୍କ ପରିବାରକୁ ପେନସନ ପ୍ରଦାନ କରାଯାଇଛି । ଅଟଳ ବିମିତ ବ୍ୟକ୍ତି ଯୋଜନା ମାଧ୍ୟମରେ କୋଭିଡ କାରଣରୁ ଚାକିରି ହରାଇଥିବା ଶ୍ରମିକମାନଙ୍କୁ କିମ୍ବା ସେମାନେ ଅନ୍ୟ କୌଣସି ଚାକିରି ନ ପାଇବା ପର୍ଯ୍ୟନ୍ତ 3ମାସ ପାଇଁ ସେମାନଙ୍କ ବେତନର 50ପ୍ରତିଶତ ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ 325 ଜଣ କର୍ମଚାରୀଙ୍କୁ ପ୍ରାୟ 34 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପାରାଦୀପରେ 30 ଶଯ୍ୟାବିଶିଷ୍ଟ ଡାକ୍ତରଖାନା ନିର୍ମାଣ ପାଇଁ ଅନୁମୋଦନ ମିଳିଛି । ବହୁସଂଖ୍ୟକ ନୂତନ ଡିସପେନସରୀ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବିଚାର ଚାଲିଛି। ଏହି ବୈଠକରେ ରାଉରକେଲାର ଇଏସଆଇ ମଡେଲ ହସ୍ପିଟାଲର ଶଯ୍ୟା ସଂଖ୍ୟା 200 ଶଯ୍ୟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଡିସପେନସରୀ ଏବଂ ଡାକ୍ତରଖାନା ଗୁଡ଼ିକରେ ଖାଲିଥିବା ପଦବୀ ପୂରଣ ଏବଂ ଔଷଧ କିଣି ଡିସପେନସରି ଓ ଡାକ୍ତରଖାନାକୁ ଔଷଧ ସାମଗ୍ରୀ ଯୋଗାଣ ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଶ୍ରମ ଏବଂ ଇଏସଆଇ ବିଭାଗ ପ୍ରମୁଖ ଶାସନ ସଚିନ ତଥା ଆଞ୍ଚଳିକ ବୋର୍ଡର ଉପାଧ୍ୟକ୍ଷ ଚିତ୍ରା ଅରୁମୁଗମ୍, ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା, ଇଏସଆଇ ଯୋଜନା ନିର୍ଦେଶକ ଜ୍ୟୋତି ରଞ୍ଜନ ପ୍ରଧାନ, ନିଗମର ସଦସ୍ୟ ଗୋକୁଳାନନ୍ଦ ଜେନା, ଅତିରିକ୍ତ ଶ୍ରମ କମିଶନର, ଇଏସ୍ଆଇ ହସ୍ପିଟାଲ ଭୁବେନେଶ୍ୱର, ରାଉରକେଲା ଏବଂ ଅନୁଗୋଳ ମେଡିକାଲ ସୁପରିଟେଣ୍ଡେଣ୍ଟ୍‌ ଆଦି ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.