ETV Bharat / city

ରାଷ୍ଟ୍ରପତି ନିର୍ବାଚନ, ଭୁବନେଶ୍ବରରେ ପହଞ୍ଚିଲା ନିର୍ବାଚନ ସାମଗ୍ରୀ

author img

By

Published : Jul 13, 2022, 8:49 AM IST

ଆସନ୍ତା 18 ତାରିଖରେ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଭୁବନେଶ୍ବର ବିମାନବନ୍ଦରରେ ଭୋଟ ଗ୍ରହଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଆସି ପହଞ୍ଚିଛି । ଅଧିକ ପଢନ୍ତୁ

ରାଷ୍ଟ୍ରପତି ନିର୍ବାଚନ, ଭୁବନେଶ୍ବରରେ ପହଞ୍ଚିଲା ନିର୍ବାଚନ ସାମଗ୍ରୀ
ରାଷ୍ଟ୍ରପତି ନିର୍ବାଚନ, ଭୁବନେଶ୍ବରରେ ପହଞ୍ଚିଲା ନିର୍ବାଚନ ସାମଗ୍ରୀ

ଭୁବନେଶ୍ବର: ଆସନ୍ତା 18 ତାରିଖରେ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏନେଇ ସମସ୍ତ ବ୍ୟବସ୍ଥା ହୋଇଛି । ମଙ୍ଗଳବାର ଭୁବନେଶ୍ବର ବିମାନବନ୍ଦରରେ ଭୋଟ ଗ୍ରହଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଆସି ପହଞ୍ଚିଛି । କଡା ପୋଲିସ ସୁରକ୍ଷା ଭିତରେ ନିର୍ବାଚନ ଆନୁଷଙ୍ଗିକ ସରଞ୍ଜାମକୁ ବିଧାନସଭା ନିଆଯାଇଛି ।

ବିଧାନସଭା ପ୍ରଥମ ମହଲାର ରୁମ ନମ୍ବର 54ରେ ଭୋଟ ଗ୍ରହଣ କରିବା ପାଇଁ ସ୍ଥିର ହୋଇଛି । ସମସ୍ତ ବିଧାନସଭା ସଦସ୍ୟ ସେଠାରେ ନିଜର ମତ ସାବ୍ୟସ୍ତ କରିବେ । 18 ତାରିଖ ସକାଳ 10ରୁ 5ଟା ଯାଏ ମତଦାନ ଚାଲିବ ।

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ସେହିପରି ବିରୋଧୀ ଦଳ ଯଶୋବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । 16 ତମ ରାଷ୍ଟ୍ରପତି ନିର୍ବାଚନ ନେଇ 18ରେ ଭୋଟ ଗ୍ରହଣ ହେବ ଏବଂ 21 ତାରିଖରେ ଗଣତି ହେବ । ଚଳିତ ଥର 233 ରାଜ୍ୟସଭା ସାଂସଦ, 543 ଲୋକସଭା ସାଂସଦ, 4120 ରାଜ୍ୟ ବିଧାନସଭା ସଦସ୍ୟଙ୍କୁ ମିଶାଇ ମୋଟ 4,896 ନିର୍ବାଚିତ ଜନ ପ୍ରତିନିଧି ଭୋଟିଂରେ ଅଂଶଗ୍ରହଣ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.