ETV Bharat / city

ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ନୀତି, ସ୍ବାଗତ କଲା କିନ୍ନର ସଂଘ

author img

By

Published : Oct 6, 2021, 9:23 PM IST

ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ନୀତି ଘୋଷଣା କଲେ ସରକାର । ମୁଖ୍ୟସ୍ରୋତରେ ହେବେ ସାମିଲ। ନିଷ୍ପତ୍ତିକୁ ସ୍ବାଗତ କଲା କିନ୍ନର ସଂଘ । ଅଧିକ ପଢନ୍ତୁ...

ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ନୀତି, ସ୍ବାଗତ କଲା କିନ୍ନର ସଂଘ
ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ନୀତି, ସ୍ବାଗତ କଲା କିନ୍ନର ସଂଘ

ଭୁବନେଶ୍ବର: ଟ୍ରାନ୍ସଜେଣ୍ଡରଙ୍କୁ ପାଇଁ ଜାରି ହେଲା ସମାନ ସୁଯୋଗ ନୀତି, ଗଠନ ହେବ ପରାମର୍ଶଦାତା ପରିଷଦ । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସରେ ଶ୍ରବଣ ଶକ୍ତିବାଧିତ, ଦୃଷ୍ଟି ବାଧିତ ଓ ବରିଷ୍ଠ ନାଗରିକଙ୍କ ଭଳି କିନ୍ନରଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲକ୍ ବ୍ୟବସ୍ଥା କରାଯିବ । ସେହିପରି ଟ୍ରାନ୍ସଜେଣ୍ଡର ଆଡଭାଇଜରି କାଉନସିଲ୍ ଗଠନ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହାସହ ରାଜ୍ୟରେ କିନ୍ନରଙ୍କୁ ସମାନତା ଅଧିକାର ଦେବା ପାଇଁ ବିଭିନ୍ନ କ୍ଷେତ୍ରରେ ସମାନ ସୁଯୋଗ ନୀତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯାହାକୁ କିନ୍ନର ସମାଜ ସ୍ବାଗତ କରିଥିବାବେଳେ ଘୋଷଣାର କାର୍ଯ୍ୟକାରୀତାକୁ ଅପେକ୍ଷା କରିଛନ୍ତି । ଟ୍ରାନ୍ସଜେଣ୍ଡରମାନଙ୍କୁ ସମାନ ଅଧିକାର ସୁନିଶ୍ଚିତ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନୀତି ଜାରି କରାଯାଇଛି । ଟ୍ରାନ୍ସଜେଣ୍ଡର ଅଧିକାର ସୁରକ୍ଷା ନିୟମ ମୁତାବକ ଚାକିରି ବା ଯେକୌଣସି କ୍ଷେତ୍ରରେ ନିରାପଦ ପରିବେଶ ଯୋଗାଇବା ପାଇଁ ପ୍ରତ୍ୟେକ ପ୍ରତିଷ୍ଠାନ ସମସ୍ତ ପଦକ୍ଷେପ ପାଳନ କରିବେ ।

ଭିତ୍ତିଭୂମିରେ ସଂଶୋଧନ ସହ ନିଯୁକ୍ତି, ରୋଜଗାର ସୁବିଧା, ପଦୋନ୍ନତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ସମାନ ସୁଯୋଗ ଯୋଗାଇ ଦିଆଯିବ । ସେମାନଙ୍କ ପ୍ରତି ଯେପରି କୌଣସି ଭେଦଭାବ ନହେବ ସେଥିଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ୨୫ ରୁ ୩୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଯାଉଥିବା ସମ୍ମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସରେ ଶ୍ରବଣ ଶକ୍ତିବାଧିତ, ଦୃଷ୍ଟିବାଧିତ ଓ ବରିଷ୍ଠ ନାଗରିକଙ୍କ ଭଳି କିନ୍ନରମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲକ୍ ବ୍ୟବସ୍ଥା କରାଯିବ ।

ସେହିପରି ଖୁବଶୀଘ୍ର ରାଜ୍ୟରେ ଟ୍ରାନ୍ସଜେଣ୍ଡର ଆଡ଼ଭାଇଜରି କାଉନସିଲ ଗଠନ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ତେବେ ସଂସଦରେ ୨୦୧୯ରେ ପାରିତ ହୋଇଥିବା ଆଇନକୁ କାର୍ଯ୍ୟକାରୀ କରିବାକୁ ଯାଇ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଏପରି ପଦକ୍ଷେପ ନିଆଯାଉଛି । ବିଭିନ୍ନ କ୍ଷେତ୍ର ଯଥା ହୋଲ୍ଡିଂ ଟିକସ ଓ ପାର୍କିଂ ଫି ଭଳି କାର୍ଯ୍ୟରେ ନିୟୋଜିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉଛି ।

ସେପଟେ କିନ୍ନରଙ୍କୁ ୨୦୧୪ ମସିହାରେ ତୃତୀୟ ଲିଙ୍ଗର ମାନ୍ୟତା ମିଳିବା ପରଠାରୁ ରାଜ୍ୟ ସରକାର କିନ୍ନରଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାରେ ଏସିଆ ମହାଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିଥିବାବେଳେ ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛି କିନ୍ନର ସଂଘ । ତେବେ କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ମାଳମାଳ ଯୋଜନା ସତ୍ତ୍ବେ ମଧ୍ୟ ଲୋକଙ୍କ ମାନସିକତାରେ କିନ୍ନର ସମାଜ ପ୍ରତି ଭେଦଭାବରେ ପରିବର୍ତ୍ତନ ହେବା ପରିଲିକ୍ଷିତ ହେଉନାହିଁ । ଏଥିପାଇଁ କେବଳ ଜନସାଧାରଣ ନୁହେଁ ବରଂ କିନ୍ନରମାନଙ୍କ ଶାରୀରିକ ଚାଲିଚଳନ, ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିବା ଆବଶ୍ୟକ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.