ETV Bharat / city

ଓଡିଶାରୁ ଠକି ଦିଲ୍ଲୀରେ ମଉଜ, EOW ପଞ୍ଝାରେ ଚିଟଫଣ୍ଡ ଠକ

ଓଡିଶାରୁ ଠକି ଦିଲ୍ଲୀରେ କରୁଥିଲା ମଉଜ । ଏମିତି ଜଣେ ଚିଟଫଣ୍ଡ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ।

ଓଡିଶାରୁ ଠକି ଦିଲ୍ଲିରେ ମଉଜ, ଇଓଡବ୍ଲୁ ହାତରେ ଚିଟଫଣ୍ଡ ଠକ
author img

By

Published : Oct 22, 2019, 11:21 PM IST

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଦେଶର ରାଜଧାନୀ । ଟଙ୍କା ନେଇ ଫେରାର ଅପରାଧୀ । ଓଡିଶାରୁ ଠକି ଦିଲ୍ଲୀରେ କରୁଥିଲା ମଉଜ । ଏମିତି ଜଣେ ଚିଟଫଣ୍ଡ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ।

ମିଳିଥିବା ସୂଚନାନୁସାରେ ଗିରଫ ଅଭିଯୁକ୍ତ ଜଗତସିଂହପୁରର ମନୋରଞ୍ଜନ ରାଏ । ୨୦୧୦-୧୩ ମସିହାରୁ ସେ ରାଉରକେଲା, ଜଗତସିଂହପୁର, ବାଲେଶ୍ବର ଆଦି ଅଞ୍ଚଳରୁ ଚିଟଫଣ୍ଡ ନାମରେ ଟଙ୍କା ଡବଲର ଲୋଭ ଦେଖାଉଥିଲା । ଏହାସହ ଇଣ୍ଟର ଓସେଏନ ବିଦେଶ ଲିମିଟେଡ କମ୍ପାନୀ ନାମରେ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲା । ଏହାପରେ ଲୋକଙ୍କୁ ଟଙ୍କା ନଫେରାଇ ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗରେ ବସବାସ କରୁଥିଲା ।

ତେବେ ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଇଓଡବ୍ଲୁ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ପରେ ଦିଲ୍ଲୀରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ପରେ ଦିଲ୍ଲୀର ସାକେତ କୋର୍ଟରେ ହାଜର କରି ଟ୍ରାନଜିଟ ରିମାଣ୍ଡରେ ଓଡିଶା ଆଣୁଛି ଇଓଡବ୍ଲୁ । ତେବେ ଏହି କମ୍ପାନୀ ସହ ଆଲଫିନ ପିନ କର୍ପୋରେସନ, ଇଣ୍ଟର ଓସେନ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଭଳି ସଂସ୍ଥା ଜଡିତ ଥିବାର ଖବର ରହିଛି ।

ମନୋରଞ୍ଜନଙ୍କ କମ୍ପାନୀ ସହ ଏହି ସବୁ କମ୍ପାନୀର ଆର୍ଥିକ କାରବାର ସମ୍ପୃକ୍ତି ନେଇ ଖୋଳତାଡ କରୁଛି ଏସଟିଏଫ । ଆଇପିସିର ଧାରା ୪୬୭/୪୬୮/୪୭୧/୪୨୦/୪୦୬/୧୨୦ ବି, ମନି ସର୍କୁଲେସନ ଆକ୍ଟ ଓପିଆଇଡି ମମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଓଡିଶାରୁ ଠକି ଦିଲ୍ଲିରେ ମଉଜ,
ଇଓଡବ୍ଲୁ ହାତରେ ଚିଟଫଣ୍ଡ ଠକBody:

ଟଙ୍କା ନେଇ ଫେରାର ଅପରାଧି।ଓଡିଶାରୁ ଠକି ମୋଜ କରୁଥିଲା ଯାଇ ଦିଲ୍ଲି। ଏମିତି ଜଣେ ଚିଟଫଣ୍ଡ ଠକକୁ ଗିରଫ କରିଛି।ଅଭିଯୁକ୍ତ ନା ମନୋରଂଜନ ରାୟ ଘର ଖଇରାଘର,ନୁଆଗାଁ ଜଗସିଂହପୁର।୨୦୧୦-୧୩ ମସିହାରୁ ରାଉଲକେଲା,ଜଗତସିହପୁର,ବାଲେଶ୍ବର ଆଦି ଅଂଚଳରୁ ଚିଟଫଣ୍ଡ ନାରେ ଟଙ୍କା ଡବଲର ଲୋଭ ଦେଖାଇ ଇଣ୍ଟର ଓସେଏନ ଭିଦେଶ ଲିମଟେଡ ନାରେ ୫ କୋଟିରୁ ଉର୍ଧ ଟଙ୍କା ଠକେଇକରିଥିଲା। ଲୋକଙ୍କୁ ଟଙ୍କା ନଫେରାଇ ଦିଲ୍ଲିରେ ସଫେତରଗଂଜ ,ସାଉଥୱେଷ୍ଟରେ ରହି ମଉଜ କରୁଥିଲା। ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ । ଘଟଣାର ତଦନ୍ତ କରି ଦିଲ୍ଲିରୁ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଦିଲ୍ଲିର ସାକେତ କୋର୍ଟରେ ହାଜର କରି ଟ୍ରାନଜିଟ ରିମାଣ୍ଡରେ ଆଣୁଛି। ତେବେ ଏହି କମ୍ପାନି ସହ ଆଲଫିନ ପିନ କର୍ପୋରେସନ,ଇଣ୍ଟର ଓସେନ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ, ଭଳି ସଂସ୍ଥା ସହ ଆର୍ଥିକ କାରବାର ସମ୍ପୃକ୍ତ ଖୋଳତାଡ କରୁଛି ଏସଟିଏଫ ।ଆପିସିର ଧାରା ୪୬୭/୪୬୮/୪୭୧/୪୨୦/୪୦୬/୧୨୦ ବି,ମନି ସର୍କୁଲେସନ ଆକ୍ଟ ଓପିଆଇଡି ମମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.