ଭୁବନେଶ୍ବର: ଚର୍ଚ୍ଚାରେ ରାଜଧାନୀର ବଣ୍ଟି ଓ ବବଲି । ଫିଲ୍ମ ବଣ୍ଟି ଔର ବବଲି ଷ୍ଟାଇଲରେ ଠକାମି କରିଛନ୍ତି ଏହି ଦମ୍ପତି । ନକଲି କମ୍ପାନୀ କରି ରାଜଧାନୀରେ ଠକ ଦମ୍ପତି ଲୁଟିଛନ୍ତି ୧୦୦ କୋଟି ଟଙ୍କା । ଏଭଳି ଏକ ବ୍ୟାଙ୍କ ଓ ଫାଇନାନ୍ସ ଠକେଇର ଖୁଲାସା କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । ଠକ ଏମଡି ତଥା ପତ୍ନୀ ଅମ୍ରିତା କିଣ୍ଡୋକୁ ଗିରଫ କରିଛି ଇଓଡବ୍ଲୁ ଟିମ୍ ।

ଏମାନେ ରାଜଧାନୀରେ ୧୦୦ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି କରିଛନ୍ତି । ନକଲି ଡକ୍ୟୁମେଣ୍ଟ ଜରିଆରେ ଲୋନ ଜାଲିଆତି କରି ଠକେଇ କରିଛନ୍ତି। ବିଭିନ୍ନ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀରୁ ଏମାନେ ୧୦୦ କୋଟିର ଠକେଇ କରିଛନ୍ତି । ଠକ କମ୍ପାନୀ କରି ବିଭିନ୍ନ ବ୍ୟାଙ୍କକୁ ଚୁନା ଲଗାଉଥିଲେ ଏହି ଦମ୍ପତି । ଠକେଇ ଅଭିଯୋଗରେ ପତ୍ନୀକୁ ଗିରଫ କରିଛି ଇଓଡବ୍ଲୁ ଟିମ । ଦିୟା ଡାଏରି ଏଗ୍ରୋ ପ୍ରା ଲିମିଟେଡର ଏମଡି ଅମ୍ରିତା କିଣ୍ଡୋ ଗିରଫ ହୋଇଛନ୍ତି । ପତି ଦିପକ କିଣ୍ଡୋ ଏବେ ବି ଫେରାର ଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ: Suspicious Death: କୂଅ ଭିତରୁ ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର
ଅଭିଯୋଗକାରୀ ଅନ୍ନପୂର୍ଣ୍ଣା ଫାଇନାନ୍ସର କର୍ତ୍ତୃପକ୍ଷଙ୍କ ଅଭିଯୋଗ ମୁତାବକ ୨୦୨୦ ମସିହାରେ ସମ୍ବନ୍ଧ ଫାଇନାନ୍ସ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ ଯିଏକି ଖଣ୍ଡଗିରିରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସରୁ ୫ କୋଟି ଲୋନ ପାଇ ଆବେଦନ କରିଥିଲେ । SHG ଗ୍ରୁପ ଜରିଆରେ ବିଭିନ୍ନ ଗ୍ରୁପକୁ ଫାଇନାନ୍ସ ଦେବା ପାଇଁ ଏପରି ୫କୋଟିର ଲୋନ ନେଇଥିଲେ। ହେଲେ ଆଉ ୫ କୋଟି ସୁଝି ନଥିଲେ । ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ତଦନ୍ତରୁ ଜଣାପଡିଥିଲା ଏହା ଏକ ବଡ ଧରଣର ଜାଲିଆତି।
କେବଳ ଦୀପକ କିଣ୍ଡୋ ନୁହଁନ୍ତି ତାଙ୍କ ପତ୍ନୀ ଅମ୍ରିତା, ଉଭୟ ଠକ କମ୍ପାନୀ ଖୋଲି ଏପରି ଡିସିବି ବ୍ୟାଙ୍କ, ଏସଆଇଡିବିଆଇ, ବୋପା ପିଟି ଇ( ସିଙ୍ଗାପୁରର ଏକ ଫାଇନାନ୍ସ କମ୍ପାନୀ) ସମେତ ଅନେକ ବ୍ୟାଙ୍କ ଓ ଫାଇନାନ୍ସରୁ ୧୦୦କୋଟି ଠକେଇ କରିଛନ୍ତି । ଫର୍ଜି ଡକ୍ୟୁମେଣ୍ଟ କରି ଲୋନ ହାତେଇବା ପରେ ନ ସୁଝି ଏପରି ଧରାଛୁଆଁ ଦେଉନଥିଲେ ଏହି ଦମ୍ପତି । ଦୁଇ ଠକ ଦମ୍ପତି ଏପରି ଅନେକ କମ୍ପାନୀକୁ ଚୁନା ଲଗାଇଥିବା ଜଣାପଡିଛି । ଘଟଣାରେ ପତ୍ନୀ ଅମ୍ରିତାଙ୍କୁ ଗିରଫ କରିଥିବା ବେଳେ ଏବେ ବି ଦୀପକ ଫେରାର ଅଛନ୍ତି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ