ଭୁବନେଶ୍ବର: ବଡ଼ବିଲ ମ୍ୟୁନିସପାଲିଟି ଟଙ୍କା ହଡପ ମାମଲାର ଖୁଲାସା । ପଶ୍ଚିମବଙ୍ଗରୁ ୨୪ ପ୍ରାଙ୍ଗଣରୁ ୨ ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ(EOW) । ମୁଖ୍ୟ ଅଭିଯୁକ୍ତ ସୁବାସ ସିଂ ଗିରି ଓ ତାର ସହଯୋଗୀ ସୟଦ ସେହବାଜ ନକବିକୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଓଡିଶା ଆଣୁଛି ଇଓଡବ୍ଲୁ ଟିମ ।
ସୂଚନା ମୁତାବକ ୧୬ ମାର୍ଚ୍ଚ ୨୦୨୨ରୁ ୨୧ମାର୍ଚ୍ଚ ୨୦୨୨ ମଧ୍ୟରେ ୨ ଠକ ଏକ ଚକ୍ରାନ୍ତ କରିଥିଲେ । ବଡ଼ବିଲ ମ୍ୟୁନିସପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଶେକ ପଣ୍ଡାଙ୍କଙ୍କ ନାଁରେ ଜାଲ ଦସ୍ତଖତ କରି ବ୍ୟାଙ୍କ ଅଫ ବରୋଦାରୁ ଚେକ ଜରିଆରେ ୨ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କା ସରକାରୀ ଆକାଉଣ୍ଟରୁ ହଡପ କରିନେଇଥିଲେ । ଯାହାକୁ ନେଇ ତନାଘନା କରି ଜାଣିବା ପରେ ଏହି ଠକେଇ ମାମଲାରେ ଦୁଇ ଠକ ସମ୍ପର୍କରେ ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।
ଜାଲ ଦସ୍ତଖତ କରି ଏପରି ସରକାରୀ ଟଙ୍କା ହଡପ କରୁଥିଲେ ଏମାନେ । କେବଳ ଏ ଘଟଣା ନୁହେଁ ଏଭଳି ଅନେକ ଲୋକଙ୍କ ନାଁରେ ଜାଲ ଦସ୍ତଖତ କରି ଅନେକ ଲୋକଙ୍କ ଠାରୁ ଟଙ୍କା ହଡପ କରୁଥିଲେ । ଏନେଇ କ୍ରାଇମବ୍ରାଞ୍ଚ ଟିମ ଖବର ପାଇ କେନ୍ଦୁଝର ପୋଲିସ ଓ ପଶ୍ଚିମବଙ୍ଗ କମିଶନରେଟ ପୋଲିସ ସହାୟତାରେ ଗିରଫ ପରେ ତାକୁ ପଶ୍ଚିମବଙ୍ଗର ବାରାକ କୋର୍ଟରେ ହାଜର କରାଇ ଟ୍ରାନଜିଟ ରିମାଣ୍ଡରେ ଆଣୁଛି ଟିମ । ଏଥିସହ ଠକେଇ ଟଙ୍କାକୁ ଛାଡି ଆଉ ୧କୋଟି ୧୫ ଲକ୍ଷ ଟଙ୍କା ମଧ୍ୟ ଫ୍ରିଜ କରିଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ