ETV Bharat / city

ଇଞ୍ଜିନିୟରଙ୍କ ଅଜବ ସଉକ, ସଂଗ୍ରହ କରିଛନ୍ତି 3 ହଜାରରୁ ଊର୍ଦ୍ଧ୍ବ ଗଣେଶ - engineer passion is to collect ganesh statue

ବୃତ୍ତି ସହିତ ମଣିଷର ପ୍ରବୃତ୍ତି ଯୋଡି ହୋଇ ରହିଥାଏ। କେତେବେଳେ ଯେ ସଉକ ନିଶାରେ ପରିଣତ ହୋଇଯାଏ ତାହା ମଣିଷ ନିଜେ ବି ଜାଣି ପାରେନି । ସେମିତି ଏକ ବ୍ୟକ୍ତିତ୍ୱ ହେଉଛନ୍ତି କ୍ଷିତିଶ ବିହାରୀ ସ୍ୱାଇଁ । ଛୋଟବେଳର ସଉକ ଏବେ ନିଶାରେ ପରିଣତି କରି ଏବେ କୁ 3250 ଗଣେଶଙ୍କ ମୂର୍ତ୍ତ ସଂଗ୍ରହ କରିଛନ୍ତି । ଦେଖନ୍ତୁ ତାଙ୍କୁ ନେଇ ଏହି ସ୍ପେସିଆଲ ରିପୋର୍ଟ...

ଗଣେଶ ମୂର୍ତ୍ତି ସଂଗ୍ରହ କରିବା ଇଂଞ୍ଜିନିୟରଙ୍କ ପେଶା..

author img

By

Published : Aug 26, 2020, 7:43 PM IST

ଭୁବନେଶ୍ୱର: ପେଶାରେ ଜଣେ ଇଂଞ୍ଜିନିୟର । ହେଲେ ନିଶା ହେଉଛି ଗଣେଶଙ୍କ ମୂର୍ତ୍ତି ସଂଗ୍ରହ କରିବା । ଭୁବନେଶ୍ୱର ନୂଆପଲ୍ଲି ବ୍ରିଟ କଲୋନୀ ଅଞ୍ଚଳରେ ରହୁଥିବା କ୍ଷିତିଶ ବିହାରୀ ସ୍ବାଇଁ । ଇଞ୍ଜିନିୟରକୁ ବୃତ୍ତି କରିବା ସହ ନିଜର ଏକ କନସଲଟାନ୍ସୀ ଫାର୍ମ କରି ନିଜର ବୃତ୍ତିକୁ ଆଗେଇ ନେଉଛନ୍ତି । କର୍ମମୟ ଜୀବନ ଭିତରେ ନିଜ ସଉକୁ ଭୁଲି ସାରିଥିବା ବେଳେ 2015ରେ ନିଜ ଝିଅ ଦେଇଥିବା ଏକ ଉପହାର ତାଙ୍କ ସୁପ୍ତ ମନକୁ ପୁଣି ଥରେ ଗଣେଶଙ୍କ ମୂର୍ତ୍ତ ସଂଗ୍ରହ କରିବାକୁ ବଧ୍ୟ କରିଥିଲା । ସେବେଠାରୁ ଏପର୍ଯ୍ୟନ୍ତ 3 ହଜାରରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ସଂଗ୍ରହ କରିଥିବା ସେ କହିଛନ୍ତି ।

ଗଣେଶ ମୂର୍ତ୍ତି ସଂଗ୍ରହ କରିବା ଇଂଞ୍ଜିନିୟରଙ୍କ ପେଶା..

ଯେଉଁଥିରେ ରହିଛି ଚାରକୋଲ,ଧାନ,ତମ୍ବା,ପିତ୍ତଳ,ଟେରାକୋଟା,ବାଉଁଶ,କାଠ,କାଚ,ଲାଖ, ଘାସ ଆଦିର ଗଣେଶଙ୍କ ବିଭିନ୍ନ ପ୍ରକାରର ମୂର୍ତ୍ତି । ଯାହାକୁ ସେ କେଉଁ ପ୍ରଦର୍ଶନୀ,ପୂଜା,ମେଳା କିମ୍ବା ଦର୍ଶନୀୟ ସ୍ଥାନରୁ କିଣିଥାନ୍ତି।ନଚେତ କିଏ ତାଙ୍କୁ ଉପହାର ଦେଇଥାଏ । ଖାଲି ଏତିକି ନୁହେଁ ଗଣେଶ ଆଧାରିତ ଯେ କୌଣସି ଜିନିଷ ଯଥା ବିବାହ କାର୍ଡ,ଚାବି ରିଙ୍ଗ,ହାର,ପୋଷ୍ଟ କାର୍ଡ,ଫଟୋ,ପେପର କ୍ଲିପିଙ୍ଗ ଆଦି ମଧ୍ୟ ସଂଗ୍ରହ କରି ଘରେ ସାଇତିକି ରଖିଥିବା କହିଛନ୍ତି।

ଏସବୁ କାର୍ଯ୍ୟ ନିଜେ କରୁଥିଲେ ମଧ୍ୟ ପରିବାର ସମସ୍ତ ସଦସ୍ୟ ତାଙ୍କୁ ସହଯୋଗ କରିଥାନ୍ତି । ତାଙ୍କ ସହଧର୍ମିଣୀ ଜଣେ ଆର୍କିଟେକ୍ଟ ହୋଇଥିବା ବେଳେ ଏସବୁକୁ ସଜାଡି ରଖିବାରେ ବେଶ ସହାୟକ କରି ରଖିବା ସହ ବିଭିନ୍ନ ସ୍ଥାନରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ଆଣିବାରେ ସହଯୋଗ କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ନିଜ ପାଖରେ 3250 ଗଣେଶଙ୍କ ମୂର୍ତ୍ତି ବ୍ୟତୀତ ଗଣେଶଙ୍କ ଛବି /ମୂର୍ତ୍ତିଥିବା 100 ଚାବି ରିଙ୍ଗ, 145 ପାଖାପାଖି ପୋଷ୍ଟ କାର୍ଡ ଆଦି ରହିଛି । ତେବେ ତାଙ୍କ ପାଖରେ ଥିବା ସବୁଠୁ ବଡ଼ ଗଣେଶ ମୂର୍ତ୍ତିର ଉଚ୍ଚତା 2 ଫୁଟ 3ଇଞ୍ଚ ର ଥିବା ବେଳେ ସବୁଠୁ ଛୋଟ ମୂର୍ତ୍ତିର ଉଚ୍ଚତା 3/4 ଇଞ୍ଚ ଅଟେ । ଏପର୍ଯ୍ୟନ୍ତ ଏହାକୁ ନେଇ ସେ କୌଣସି ପ୍ରକାର ପ୍ରଦର୍ଶନୀ କିମ୍ବା ଶୋ କରି ନଥିଲେ ମଧ୍ୟ ଭବିଷ୍ୟତରେ ଏପରି କରିବାକୁ ଯୋଜନା ରଖିଥିବା କହିଛନ୍ତି । ସେହିପରି ଆଗକୁ ନିଜ ଘରେ କିମ୍ବା ସୁବିଧା ସ୍ଥାନରେ ଏକ ମ୍ୟୁଜିୟମ କରିବା ସହ ଆଗାମୀ ପିଢୀକୁ ଏ ବିଷୟରେ ଅବଗତ କରାଇବାକୁ ଇଚ୍ଛା ରଖିଛନ୍ତି ।

ନିଶା ଅନେକ ସମୟରେ ସମାଜ ପାଇଁ ଉଦାହରଣ ପଲଟିଥାଏ ତ କେତେବେଳେ ଦେଶ ଓ ରାଜ୍ୟ ପାଇଁ ଗୌରବର କାରଣ ପାଲଟିଥାଏ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କ୍ଷିତିଶ ବିହାରୀ ସ୍ବାଇଁ

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.