ଭୁବନେଶ୍ବର: ଯଦିଓ କୋଭିଡ ସଂକ୍ରମଣ ଭୁବନେଶ୍ଵରରେ ବେଶି ନାହିଁ କିନ୍ତୁ ପାଣ୍ଡାମିକ ସରିଯାଇ ନାହିଁ । ତେଣୁ ନୂଆ ପ୍ରଜାତିର ଭୂତାଣୁ ଆସିବାର ଭୟ ରହିଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ତେଣୁ, ତା’କୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନକୁ ଆମେ କଡ଼ାକଡ଼ି ମାନିବାକୁ ହେବ, ସାମାଜିକ ଦୂରତା ଓ ମାସ୍କ ସାନିଟାଇଜର ବ୍ୟବହାରକୁ ହେବ ଅଧିକ ଗୁରୁତ୍ବ ଦେବାକୁ ହେବ ବୋଲି ଡିସିପି କହିଛନ୍ତି ।
ଅନେକ ଲୋକଙ୍କୁ ଗହଳି ସ୍ଥାନକୁ ଚିହ୍ନଟ କରାଯାଇଛି । ସେଠାକୁ ନଯିବାକୁ ଲୋକଙ୍କୁ ମାଇକିଙ୍ଗ କରି ସଚେତନତା କରାଯିବ ତା’ ହେଲେ ସାମ୍ଭାବ୍ୟ ଓମିକ୍ରନ ସଂକ୍ରମଣର ବିପଦକୁ ଏଡାଇ ଦିଆଯାଇପାରିବ । ଏହାସହ ଏନଫୋର୍ସମେଣ୍ଟକୁ ଅଧିକ ସକ୍ରିୟ କରାଯାଇଛି। ଲୋକ ଗହଳି ସ୍ଥାନରେ ଏନଫୋର୍ସମେଣ୍ଟକୁ ଅଧିକ ସକ୍ରିୟ କରାଯବ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ