ETV Bharat / city

ମନ୍ଦିର ଖୋଲିବା ପ୍ରସଙ୍ଗ, ବିଭିନ୍ନ ଧାର୍ମିକ ଅନୁଷ୍ଠାନର ଜରୁରୀକାଳୀନ ବୈଠକ

author img

By

Published : Oct 19, 2020, 7:23 AM IST

Updated : Oct 20, 2020, 6:23 PM IST

ଓଡ଼ିଶାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମାନଙ୍କର ଜରୁରୀ କାଳୀନ ବୈଠକ। ଓଡ଼ିଶା ମନ୍ଦିର ସେବାୟତ ସଂଘର ଓଡ଼ିଶାର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକ ଖୋଲିବା ପାଇଁ ଦାବି। ଅଧିକ ପଢନ୍ତୁ...

open-the-temple
ମନ୍ଦିର ଖୋଲିବା ନେଇ ରାଜ୍ୟର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଜରୁରୀ କାଳୀନ ବୈଠକ

ଭୁବନେଶ୍ବର: ଓଡିଶା ସେବାୟତ ସଂଘର କର୍ମକର୍ତ୍ତାମାନେ ଦୀର୍ଘ ଦିନ ଧରି ରାଜ୍ୟରେ ବନ୍ଦ ରହିଥିବା ମନ୍ଦିର ଗୁଡିକକୁ ଖୋଲିବା ପାଇଁ ଦାବି କରିଛନ୍ତି । ବାରମ୍ବାର ସରକାରଙ୍କୁ ଏନେଇ ଜଣାଇଥିଲେ ମଧ୍ୟ କୌଣସି ମନ୍ଦିର ଏପର୍ଯ୍ୟନ୍ତ ଭକ୍ତଙ୍କ ପାଉଁ ଖୋଲା ହୋଇପାରିନହିଁ। ଏନେଇ ଆଦିତ୍ୟ ବାହୀନି, ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ, ବଜରଙ୍ଗ ଦଳ, ଓଡ଼ିଶା ବ୍ରାହ୍ମଣ ସମିତି, ରୁଦ୍ର ସେନା, ବିଶ୍ବହିନ୍ଦୁ ପରିଷଦ, ଓଡ଼ିଶା ଗୋ ସୁରକ୍ଷା ସମିତି, ଅଖିଳ ଭାରତୀୟ ବ୍ରାହ୍ମଣ କଲ୍ୟାଣ ସଂସ୍ଥାନ, କୋଶଳ ବ୍ରାହ୍ମଣ ପରିବାର, ଜଗନ୍ନାଥ ସେନା, ଇଣ୍ଡିଆନ ବ୍ରାହ୍ମଣ ଫେଡରେସନ, ଓଡ଼ିଶା ବୈଦିକ ସମାଜର ରାଜ୍ୟ ସଭାପତି ମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଜଣାଇ ଦିଆଗଲା ଯେ, ବିଗତ ଦିନରେ ସରକାରଙ୍କୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ ମନ୍ଦିର ଭକ୍ତଙ୍କ ପାଇଁ ମନ୍ଦିର ଖୋଲିଲାନି କି ସେବାୟତଙ୍କୁ ସହାୟତା ମିଳିଲାନି।

ମନ୍ଦିର ଖୋଲିବା ପ୍ରସଙ୍ଗ, ବିଭିନ୍ନ ଧାର୍ମିକ ଅନୁଷ୍ଠାନର ଜରୁରୀକାଳୀନ ବୈଠକ

ତେଣୁ ଆଗାମୀ ୭ ଦିନ ମଧ୍ୟରେ ଯଦି ସରକାର ଏ ଦିଗରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତ, ସେବାୟତ, ବ୍ରାହ୍ମଣ ରାଜରାସ୍ତାକୁ ଓହ୍ଲାଇ ଚରମ ପ୍ରତିବାଦର ପନ୍ଥା ଅବଲମ୍ବନ କରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 20, 2020, 6:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.