ETV Bharat / city

ରାଜ୍ୟର ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା

author img

By

Published : Mar 6, 2021, 8:08 PM IST

ଓଡିଶା ଚାଷୀଙ୍କ ଲାଗି ଖୁସି ଖବର । ଏଣିକି ରାଜ୍ୟର ଚାଷୀ ପାଇବେ ପିଏମ କିଷାନ ଯୋଜନାର ଲାଭ । ଅଧିକ ପଢନ୍ତୁ....

ରାଜ୍ୟର ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା
ରାଜ୍ୟର ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା

ଭୁବନେଶ୍ବର : ଓଡିଶା ଚାଷୀଙ୍କ ଲାଗି ଖୁସି ଖବର । ଏଣିକି ରାଜ୍ୟର ଯୋଗ୍ୟ ଚାଷୀ ପାଇବେ ପିଏମ କିଷାନ ଯୋଜନାର ଲାଭ ।ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ପିଏମ କିଷାନ ଯୋଜନାର ଲାଭ ପାଇବା ନେଇ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।ଓଡ଼ିଶାର ଚାଷୀ ପିଏମ କିଷାନ ପାଇବାରେ ଥିବା ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

କେନ୍ଦ୍ର କୃଷିମନ୍ତ୍ରୀଙ୍କ ଏହି ପ୍ରତିଶୃତି ପରେ ତାଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମ କିଷାନରେ ଥିବା ଅସଙ୍ଗତି ଦୂର କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ର କୃଷିମନ୍ତ୍ରୀ ଏ ନେଇ ପଦକ୍ଷେପ । ପିଏମ କିଷାନ ଯୋଜନାରେ ଥିବା ସମସ୍ୟାର ସମାଧାନ କରିବାକୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ଯୋଜନାରେ ଯେଭଳି ଓଡ଼ିଶାର ସବୁ ଯୋଗ୍ୟ ଚାଷୀ ଲାଭ ପାଇବେ ତାକୁ ଗୁରୁତ୍ବ ଦିଆଯାଉ ବୋଲି ଧର୍ମେନ୍ଦ୍ର ଚିଠିରେ ଦାବି କରିଥିଲେ ।

ବଲ୍କ ୱିଣ୍ଡୋ କ୍ଲିୟରାନ୍ସ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦିଆଯାଉ ବୋଲି ଧର୍ମେନ୍ଦ୍ର ଦାବି କରିଥିଲେ । ସ୍ଥଗିତ ଥିବା ସମସ୍ତ କିସ୍ତି ଟଙ୍କାକୁ ତୁରନ୍ତ ଓଡ଼ିଶାର ଚାଷୀଙ୍କ ଖାତାକୁ ପଠାଇବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ପିଏମ କିଷାନର ତାଲିକା ନେଇ ରାଜ୍ୟରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ରକୁ ରାଜ୍ୟ ସରକାର ଚାଷୀଙ୍କ ତାଲିକା ଦେଉନଥିବା ଅଭିଯୋଗ କରିଥିଲା ବିଜେପି । କେନ୍ଦ୍ର ସରକାରଙ୍କୁ ରାଜ୍ୟର କୃଷକଙ୍କ ତାଲିକା ଦେବା ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମ କିଷାନ ୱେବସାଇଟରେ କିଛି ଅସଙ୍ଗତି ଥିବା ଦର୍ଶାଇ ଧର୍ମେନ୍ଦ୍ରଙ୍କୁ ହସ୍ତକ୍ଷେପ କରିବା ଲାଗି ଅନୁରୋଧ କରିଥିଲେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ । ଏହା ପରେ ଏହି ଘଟଣା ସମାଧାନ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.