ETV Bharat / city

ନିର୍ବାଚନ ପରୀକ୍ଷା ପାଇଁ ଦଳ ପ୍ରସ୍ତୁତ: ବିଜେପି ରାଜ୍ୟ ସଭାପତି

author img

By

Published : Apr 24, 2022, 8:50 PM IST

୨୦୨୪ ସାଧାରଣ ନିର୍ବାଚନକୁ ନେଇ ବର୍ତ୍ତମାନ ପ୍ରମୁଖ ରାଜନୈତିକ ଦଳ ଘନଘନ ବୈଠକ କରୁଛନ୍ତି । ହେଲେ ଏ କ୍ଷେତ୍ରରେ ପଛରେ ପଡ଼ି ଯାଇଛି ବିଜେପି । ଅଧିକ ପଢ଼ନ୍ତୁ

ନିର୍ବାଚନ ପରୀକ୍ଷା ପାଇଁ ଦଳ ପ୍ରସ୍ତୁତ କହିଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବର: ୨୦୨୪ ସାଧରଣ ନିର୍ବାଚନକୁ ନେଇ ବର୍ତ୍ତମାନ ପ୍ରମୁଖ ରାଜନୈତିକ ଦଳ ଘନଘନ ବୈଠକ କରୁଛନ୍ତି । ହେଲେ ଏ କ୍ଷେତ୍ରରେ ପଛରେ ପଡ଼ି ଯାଇଛି ବିଜେପି । ବିଜେଡି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ, ମନ୍ତ୍ରୀମଣ୍ଡଳ ବୈଠକ କରାଯାଉଛି । ସେପଟେ କଂଗ୍ରେସ ମଧ୍ୟ ଜିଲ୍ଲା ସ୍ତରରେ ବୈଠକ ସହ ସମୀକ୍ଷା ବୈଠକ କରି ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ଏହାକୁ ନେଇ ଉତ୍ତର ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି ଯେ, "ରାଜନୈତିକ ଦଳ ପାଇଁ ନିର୍ବାଚନ ହେଉଛି ପରୀକ୍ଷା, ଏ ପରୀକ୍ଷା ଦେବା ପାଇଁ ଆମେ ପ୍ରସ୍ତୁତି କରୁଛୁ । ୨୦୨୪ ସାଧାରଣ ନିର୍ବାଚନରେ ୧୨୦ ଆସନ ଅକ୍ତିଆର ହେଉଛି ଆମର ଲକ୍ଷ୍ୟ । ବିରୋଧୀ ଦଳର ଭାବରେ ଜନସାଧାରଣ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ଆମେ ତୁଲାଇଛୁ । ଆଗାମୀ ଦିନରେ ବିଜେପି ରଣନୀତି ପ୍ରସ୍ତୁତ କରି ଏ ସରକାରର ଯେଉଁ କପିପେଷ୍ଟ ନୀତି କରୁଛି, ତାହା ଲୋକଙ୍କ ପାଖରେ ଉଜାଗର କରାଇବୁ ।"

ଆଗାମୀ ଦିନରେ ରାଜ୍ୟକୁ ବିଜେପି ରାଷ୍ଟ୍ରୀୟ ସଭାପତି ଓ ନେତୃତ୍ୱ ଆସିବାର କାର୍ଯ୍ୟକ୍ରମ ରହିଛି l ଭାରତୀୟ ଜନତା ପାର୍ଟି ସମୀକ୍ଷା ବୈଠକ କରୁଛି । ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି ନେତାଏ । କର୍ମକର୍ତ୍ତାଙ୍କ ପାଖକୁ ଯାଇ ପ୍ରତ୍ୟେକ କଥା ବୁଝୁଛୁ ବୋଲି କହିଛନ୍ତି ସମୀର ମହାନ୍ତି । କେଉଁଠି କଣ ଅଭାବ ରହିଛି ଓ ଆଗକୁ କଣ କରିବାକୁ ପଡ଼ିବ ସେନେଇ ରିପୋର୍ଟ ଆମ ପାଖକୁ ଆସୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହାପୂର୍ବରୁ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଖୁବ୍‌ଶୀଘ୍ର ୨୦୨୪ ପାଇଁ ପ୍ରସ୍ତୁତି ବୈଠକ ହେବ ବୋଲି କହିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.