ETV Bharat / city

ମା' ତାରିଣୀ କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ: କଲେଜ ଅଧ୍ୟକ୍ଷ ଓ SDPOଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

author img

By

Published : Jan 18, 2022, 4:51 PM IST

ନିର୍ବାଚନୀ ସଭା କରି ହଟହଟା ମହାକାଳପଡ଼ା ମା' ତାରିଣୀ କଲେଜ ଅଧ୍ୟକ୍ଷ ଓ ସାଲେପୁର SDPO । ସସପେଣ୍ଡ ଲାଗି ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ । ଅଧିକ ପଢନ୍ତୁ

ଆକ୍ସନମୋଡ଼ରେ ନିର୍ବାଚନ ଆୟୋଗ, ସାଲେପରୁ SDPOଙ୍କୁ ସସପେଣ୍ଡ ଲାଗି ସୁପାରିଶ

ଭୁବନେଶ୍ବର: ମହାକାଳପଡ଼ା ମା' ତାରିଣୀ କଲେଜରେ ନିର୍ବାଚନୀ ସଭା କରିବା ପ୍ରସଙ୍ଗ । ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ ଅୟୋଗ ସୁପାରିଶ । କଲେଜ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାଶ ଓ ସାଲେପୁର SDPO ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବାକୁ ସୁପାରିଶ କଲେ ନିର୍ବାଚନ ଆୟୋଗ ।

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ପଡିଲା ମହଙ୍ଗା । ସସପେଣ୍ଡ ହେବେ ମା' ତାରିଣୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିକାଶ ଦାସ ଏବଂ ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀ । ଗଡରୋମିତ ପଞ୍ଚାୟତ ପାଇଁ ନିର୍ବାଚନୀ ସଭା ଡକାଇ ଉଭୟ ପ୍ରାର୍ଥିନୀଙ୍କ ପାଇଁ ଭୋଟ ଭିକ୍ଷା କରୁଥିଲେ । ଏହାର ଦୃଶ୍ୟ ଏବେ ଗଣମାଧ୍ୟମରେ ଘୁରି ବୁଲୁଛି । ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ଏହା ବି ପଢନ୍ତୁ: ୫ କୋଟିର ଫେକ ଏଗ୍ରିମେଣ୍ଟରେ ଠକେଇ, ଠକ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଗିରଫ

କଲେଜ ଅଧ୍ୟକ୍ଷ ବିକାଶଙ୍କୁ ନିଲମ୍ବନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ନିର୍ବାଚନ ଅୟୋଗ । ଆଜି ସନ୍ଧ୍ୟା ସୁଦ୍ଧା ଆକ୍ସନ ରିପୋର୍ଟ ନିର୍ବାଚନ ଆୟୋଗଙ୍କୁ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସାଲେପୁର SDPOଙ୍କୁ ନିଲମ୍ବନ କରିବାକୁ DGPଙ୍କୁ ଚିଠି ଲେଖାଯାଇଛି । ତୁରନ୍ତ ସାଲେପୁର SDPOଙ୍କୁ ମୁଖ୍ୟାଳୟରେ ଅବସ୍ଥାପିତ କରିବାକୁ କୁହାଯାଇଛି । ଉଭୟଙ୍କ ବିରୋଧରେ IPC ସେକ୍ସନ 188 ଆଧାରରେ FIR ରୁଜୁ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.