ETV Bharat / city

ତିର୍ତ୍ତୋଲ ଓ ବାଲେଶ୍ବର ଭୋଟଗଣତି: ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ - odisha byelection

ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ନେଇ ଭୋଟ ଗଣତି ପକ୍ରିୟା ଜାରି ରହିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ କମିଶନର ଶୁଶୀଲ କୁମାର ଲୋହାନୀ। ଅଧିକ ପଢ଼ନ୍ତୁ...

ତିର୍ତ୍ତୋଲ ଓ ବାଲେଶ୍ବର ଭୋଟ ଗଣତି ନେଇ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ

author img

By

Published : Nov 10, 2020, 4:35 PM IST

ଭୁବନେଶ୍ବର: ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ନେଇ ଭୋଟ ଗଣତି ପକ୍ରିୟା ଜାରି ରହିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ କମିଶନର ଶୁଶୀଲ କୁମାର ଲୋହାନୀ। ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜୁ ଜନତା ଦଳ ଆଗୁଆ ରହିଛି। ତିର୍ତ୍ତୋଲ ଓ ବାଲେଶ୍ଵର ସଦରରେ ଭୋଟ ଗଣତି ସୁରୁଖୁରୁରେ ଚାଲିଥିବା ନେଇ ସୂଚନା ମିଳିଛି।

ତିର୍ତ୍ତୋଲ ଓ ବାଲେଶ୍ବର ଭୋଟ ଗଣତି ନେଇ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ

ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ଶୁଶୀଲ କୁମାର ଲୋହାନୀ କହିଛନ୍ତି ଯେ, "10ଟି ରାଉଣ୍ଡ ଭୋଟ ଗଣତି ସୁଦ୍ଧା ତିର୍ତ୍ତୋଲରେ ବିଜେପିକୁ 18 ହଜାର 977 ଭୋଟ ମିଳିଛି। ବିଜେପି ଠାରୁ ବିଜେଡି 16 ହଜାର222 ଭୋଟରେ ଆଗୁଆ ରହିଛି। ସେହିଭଳି ବାଲେଶ୍ବର ସଦରରେ ମଧ୍ୟ ବିଜେଡିକୁ 40 ହଜାର 749 ଭୋଟ ମିଳିଛି। ଏହି ବିଧାନ ସଭା ଆସନରେ ବିଜେପିକୁ 35 ହଜାର 276 ଭୋଟ ମିଳିଛି। ବାଲେଶ୍ବର ସଦରରେ ବିଜେଡି ବିଜେପିଠାରୁ 5 ହଜାର 473 ଭୋଟରେ ଆଗୁଆ ରହିଛି। ସମସ୍ତ ଭୋଟ ଗଣତି କେନ୍ଦ୍ରରେ କୋଭିଡ ନିୟମର ପାଳନ କରାଯାଉଛି। ସଂଧ୍ୟା ସୁଦ୍ଧା ଭୋଟ ଗଣତି ଶେଷ ହେବ ବୋଲି ଆଶା କରାଯାଉଛି।"

ବାଲେଶ୍ବର ସଦର ପାଇଁ କଂଗ୍ରେସ ପକ୍ଷରୁ ମମତା କୁଣ୍ଡୁ, ବିଜେପି ପକ୍ଷରୁ ମାନସ ଦତ୍ତ ଓ ବିଜେଡି ପକ୍ଷରୁ ସ୍ବରୁପ ଦାସଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି। ସେହିଭଳି ତିର୍ତ୍ତୋଲରେ ବିଜେଡି ପକ୍ଷରୁ ବିଜୟ ଶଙ୍କର ଦାସ, କଂଗ୍ରେସ ପକ୍ଷରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ବିଜେପି ପକ୍ଷରୁ ରାଜ କିଶୋର ବେହେରାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.