ETV Bharat / city

ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ - ଭୋଟ ଗଣତିକୁ ନେଇ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍‌ ମୁଖ୍ୟାଳୟରେ ୩ଦିନ ଧରି ଭୋଟ ଗଣନା କାର୍ଯ୍ୟ କରାଯିବ । ଏହାକୁ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସମୀକ୍ଷା ବୈଠକ କରିଥିଲେ । ଅଧିକ ପଢ଼ନ୍ତୁ

ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିର୍ବାଚନ ଆୟୋଗଙ୍କ ସମୀକ୍ଷ ବୈଠକ

author img

By

Published : Feb 23, 2022, 10:16 PM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍‌ ମୁଖ୍ୟାଳୟରେ ୩ଦିନ ଧରି ଭୋଟ ଗଣନା କାର୍ଯ୍ୟ କରାଯିବ । ଭୋଟଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏହାକୁ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମାଙ୍କ ସହ ସମୀକ୍ଷା ବୈଠକ କରିଥିଲେ ।

ଭୋଟଗଣତି କେନ୍ଦ୍ର ବାହାରେ, ବିଶେଷ କରି ଭୋଟଗଣତି ସମୟରେ ହେବାକୁ ଥିବା ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ । ଭୋଟଗଣତି କାର୍ଯ୍ୟ ରାତି ପର୍ଯ୍ୟନ୍ତ ଚାଲିଲେ, ସେ ସମୟରେ ସମ୍ଭାବ୍ୟ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । କୌଣସି ପରିସ୍ଥିତିରେ କୌଣସି ସ୍ଥାନରେ ଯେପରି ବିଶୃଙ୍ଖଳା ନ ଉପୁଜିବ ସେ ଦିଗରେ ତୀକ୍ଷ୍ମ ଦୃଷ୍ଟି ଦେବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯିବ । ଏଥଇପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.