ETV Bharat / city

ନୂଆ ରୂପରେ କଳା ଓ କାରିଗରଙ୍କ 'ଏକାମ୍ର ହାଟ', ଜମିବ ଆସର

ନୂଆ ରୂପରେ ଖୋଲିଲା ‘ଏକାମ୍ର ହାଟ’ । ଦୀର୍ଘ ଦୁଇ ବର୍ଷ ଧରି କୋଭିଡରେ ପ୍ରଭାବିତ ହୋଇଥିବା ହସ୍ତଶିଳ୍ପୀ ତଥା ବୁଣାକାରମାନଙ୍କ ମଧ୍ୟରେ ଆଶାର ନୂତନ କିରଣ ଭାବେ ଉଭା ହୋଇଛି ଏହି ‘ଏକାମ୍ର ହାଟ’। ଅଧିକ ପଢନ୍ତୁ...

ନୂଆ ରୂପରେ ଖୋଲିଲା କଳା ଓ କାରିଗରଙ୍କ ହାଟ 'ଏକାମ୍ର ହାଟ'

author img

By

Published : Oct 3, 2021, 2:10 PM IST

ଭୁବନେଶ୍ବର: ନୂଆ ରୂପରେ ଖୋଲିଲା ‘ଏକାମ୍ର ହାଟ’ । ଗତ ଅକ୍ଟୋବର ୨୦୨୦ରେ ଓଡ଼ିଶାରେ ଥିବା ଅର୍ବାନ୍ ହାଟଗୁଡ଼ିକର ପରିଚାଳନା ଦାୟିତ୍ଵ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ନିଜ ହାତକୁ ନେବା ପରେ, ଭୁବନେଶ୍ଵର ୟୁନିଟ-୩ସ୍ଥିତ ଏକାମ୍ର ହାଟକୁ କାରିଗର ଓ ବୁଣାକାରମାନଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ ନୂତନ ଭାବରେ ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ହସ୍ତଶିଳ୍ପ ତଥା ବୁଣାକାରମାନଙ୍କୁ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ବଜାର ପାଇଁ ସୁଯୋଗ ଦେବା ଏକାମ୍ର ହାଟର ମୁଖ୍ୟ ଉଦ୍ଦେଶ୍ୟ । ଦୀର୍ଘ ଦୁଇ ବର୍ଷ ଧରି କୋଭିଡରେ ପ୍ରଭାବିତ ହୋଇଥିବା ହସ୍ତଶିଳ୍ପୀ ତଥା ବୁଣାକାରମାନଙ୍କ ମଧ୍ୟରେ ଆଶାର ନୂତନ କିରଣ ଭାବେ ଉଭା ହୋଇଛି ଏହି ‘ଏକାମ୍ର ହାଟ’।

ନୂଆ ରୂପରେ ଖୋଲିଲା କଳା ଓ କାରିଗରଙ୍କ ହାଟ 'ଏକାମ୍ର ହାଟ'

ହାଟକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇଛି, ଯଥା—‘ଏକାମ୍ର କୁଟୀର’, ଯେଉଁଠି ୮ଟି କଳା ପ୍ରଦର୍ଶନ ଷ୍ଟଲ ସହିତ ୫୦ଟି ଷ୍ଟଲ ଏବଂ ‘ଏକାମ୍ର ବଜାର’ ଯେଉଁଠି ଏକ ଖୋଲା ଜାଗା ପରିବେଷ୍ଟିତ ୩୩ଟି ଷ୍ଟଲ ଅଛି । ସମୁଦାୟ ୮୩ଟି ଷ୍ଟଲ ମଧ୍ୟରୁ ୫୬ଟି ହସ୍ତଶିଳ୍ପ ପାଇଁ ଓ ୨୭ଟି ହସ୍ତତନ୍ତ ପାଇଁ ଉଦ୍ଦିଷ୍ଟ । ପରିଦର୍ଶକମାନେ ଏକାମ୍ର ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇପାରିବେ ତଥା ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରିବେ । ଏଠାରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଦ୍ଵାରା ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରତ୍ୟକ୍ଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି, ଯଦ୍ବାରା ପରିଦର୍ଶକମାନେ ଓଡ଼ିଶାର ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ । ଏହି ହାଟରେ ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ସଂସ୍ଥାମାନଙ୍କ ଷ୍ଟଲ ଖୋଲାଯାଇଛି ।

ଏକାମ୍ର ହାଟରେ ୧୦ଟି ସ୍ଵତନ୍ତ୍ର ଜଳପାନ ଷ୍ଟଲ ବ୍ୟବସ୍ଥା କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟାନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଗୋଟିଏ ଛାତ ତଳେ ଉପଲବ୍ଧ କରାଯାଇଛି । ଏହାସହ ପରିଦର୍ଶକ/ ପ୍ରଦର୍ଶକ/ କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଞ୍ଚ, ଏଟିଏମ୍, ପାର୍କିଂ ସ୍ଥଳ ଆଦିର ସୁବିଧା ଅଛି ।

ଏକାମ୍ର ହାଟ ଏପରି ଗୋଟିଏ ସୁନ୍ଦର ପରିକଳ୍ପନା ଯେଉଁଠାରେ ଓଡ଼ିଶା ରାଜ୍ୟର ପୁରାତନ ସଂସ୍କୃତି ଓ ପରମ୍ପରା ସହିତ ହସ୍ତଶିଳ୍ପ ଓ ହସ୍ତତନ୍ତ ତଥା ପାରମ୍ପରିକ ସୁସ୍ୱାଦୁ ଖାଦ୍ୟକୁ ଉପଲବ୍ଧ କରାଯାଇଛି । ଏକାମ୍ର ହାଟ ପ୍ରତ୍ୟେଳ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତ କୋଭିଚ୍‌-୧୯ ନିୟମ ପାଳନ ସହିତ ଖୋଲା ରହିବ । ସରକାରଙ୍କ କୋଭିତ ନିୟମ ଅନୁଯାୟୀ ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଖୋଲିବା ସମୟରେ ପରିବର୍ତ୍ତନ କରାଯିବ । ଏପଟେ ଏକାମ୍ର ହାଟର ପରିଚାଳନା ଦାୟିତ୍ଵ, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍) ଉପରେ ନ୍ୟସ୍ତ ହୋଇଛି । ତେଣୁ ଏହାର ସୁବିଧା ଆଗାମୀ ଦିନର ରାଜଧାନୀବସୀ ସହ ବାହାରୁ ଅସାସୁଥିବା ପର୍ଯ୍ୟଟକ କିଭଳି ସୁବିଧା ଉପଭୋଗ କରିପାରିବେ, ଏନେଇ ବିଭାଗୀୟ ସଚିବ ଶୋଭା ଶର୍ମା ନିଜେ ପରିଦର୍ଶନ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.