ETV Bharat / city

୮୭% ନେଇନାହାନ୍ତି ବୁଷ୍ଟର ଡୋଜ୍, ଚିନ୍ତା ପ୍ରକଟ କଲା ସ୍ବାସ୍ଥ୍ୟ ବିଭାଗ - ବୁଷ୍ଟର ଡୋଜ ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା

ରାଜ୍ୟରେ ପ୍ରାୟ ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇନାହାନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

୮୭% ନେଇନାହାନ୍ତି ବୁଷ୍ଟର ଡୋଜ୍, ଚିନ୍ତା ପ୍ରକଟ କଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Aug 4, 2022, 5:07 PM IST

ଭୁବନେଶ୍ବର: ବୁଷ୍ଟର ଡୋଜ୍‌ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ରାଜ୍ୟବାସୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ଏ ନେଇ ଚିନ୍ତା ପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ । ସମସ୍ତେ ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, "ରାଜ୍ୟର ୨ କୋଟି ୮୪ ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ । ଯାହାକି ମାତ୍ର ୧୩ ପ୍ରତିଶତ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ଲୋକ ନେଇ ନାହାନ୍ତି ଦ୍ବିତୀୟ ଡୋଜ ଟିକା । ରାଜ୍ୟର ୬ ଜିଲ୍ଲାରେ ଟିକାକରଣ ପ୍ରତିଶତ କମ ରହିଛି । କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୋଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତରୁ କମ ଟୀକାକରଣ ହୋଇଛି ।"

ଏହା ବି ପଢନ୍ତୁ- Odisha Corona: ଦିନକରେ 870 ସଂକ୍ରମିତ ଚିହ୍ନଟ

ତେବେ କେନ୍ଦ୍ର ସରକାରଙ୍କ ଦ୍ବାରା କରଯାଉଥିବା ମାଗଣା ଟୀକାକରଣକୁ ଆଉ କମ ଦିନ ବାକି ଥିବାରୁ ସମସ୍ତଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ଲାଗି ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ରାଜ୍ୟରେ କୋଭିସିଲ୍ଡ଼ ଟିକା କମ ରହିଥିବାରୁ କେନ୍ଦ୍ରକୁ ଏ ନେଇ ମଧ୍ୟ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.