ETV Bharat / city

ଅକ୍ଟୋବରରେ ତୃତୀୟ ଲହର ! ସ୍କୁଲ ଖୋଲିବା ନିଷ୍ପତ୍ତି ବିରୁଦ୍ଧରେ ଶିକ୍ଷାବିତ୍ - covid crisis

ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ଆରମ୍ଭରୁ ସାମ୍ଭାବ୍ୟ ତୃତୀୟ ଆସିପାରେ ବୋଲି କୁହାଯାଉଛି । ଏପରିସ୍ଥିତିରେ ସ୍କୁଲ କଲେଜ ଖୋଲିବା ନିଷ୍ପତ୍ତି ପିଲାମାନଙ୍କ ଜୀବନକୁ ବିପଦଗାମୀ କରିଛି । ଗୋଟିଏ ପଟେ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ଛାଡିବାକୁ ଭୟ କରୁଥିବାବେଳେ ଶିକ୍ଷାବିତମାନେ ମଧ୍ୟ ସ୍କୁଲ ଖୋଲା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ..

ଅକ୍ଟୋବରରେ ତୃତୀୟ ଲହର ! ସ୍କୁଲ ଖୋଲିବା ନିଷ୍ପତ୍ତି ବିରୁଦ୍ଧରେ ଶିକ୍ଷାବିତ୍

author img

By

Published : Aug 24, 2021, 10:55 PM IST

ଭୁବନେଶ୍ବର: ସାମ୍ଭାବ୍ୟ ତୃତୀୟ ଲହର ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବାର ଆରମ୍ଭରୁ ଆସିପାରେ । ନୀତି ଆୟୋଗ କମିଟି ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । ତେବେ ଗୋଟିଏ ପଟେ ସାମ୍ଭାବ୍ୟ ଲହରର ଭୟ ଏବଂ ଅନ୍ୟପଟେ ରାଜ୍ୟରୁ ସ୍କୁଲ କଲେଜ ଖୋଲିବା ନେଇ ଏବେ ଚିନ୍ତିତ ଅଛନ୍ତି ଅଭିଭାବକ । ଅନ୍ୟପଟେ ଶିକ୍ଷାବିତ୍ ମଧ୍ୟ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।

ଅକ୍ଟୋବରରେ ତୃତୀୟ ଲହର ! ସ୍କୁଲ ଖୋଲିବା ନିଷ୍ପତ୍ତି ବିରୁଦ୍ଧରେ ଶିକ୍ଷାବିତ୍
ତୃତୀୟ ଲହର ଆଶଙ୍କା ମଧ୍ୟରେ ବର୍ତ୍ତମାନ ରାଜ୍ୟରେ ବଢ଼ି ଚାଲିଛି ଶିଶୁ ସଂକ୍ରମଣ । ଦୈନିକ 100ରୁ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି । ରାଜ୍ୟରେ ଶିଶୁଙ୍କ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ବିଶେଷ ସୁବିଧା ନଥିଲେ ବି ରାଜ୍ୟ ସରକାର ଶିଶୁଙ୍କ ପାଇଁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ବେଡ଼ର ବ୍ୟବସ୍ଥା କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସ୍କୁଲ କଲେଜ ଖୋଲିବା ସଂକ୍ରମଣ ଭୟକୁ ଦ୍ବିଗୁଣିତ କରିଛି । ଗୋଟିଏ ପଟେ ଶିଶୁ ସଂକ୍ରମଣ ବଢୁଛି ଅନ୍ୟପଟେ ସଚେତନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଉଛନ୍ତି । ତେଣୁ ଏପରି ସ୍ଥିତିରେ ସ୍କୁଲ କଲେଜ ନ ଖୋଲିବା ଭଲ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ ।

ଶିକ୍ଷାବିତଙ୍କ କହିବା କଥା, ରାଜ୍ୟରେ ଦୀର୍ଘ ଦେଢ଼ ବର୍ଷ ଧରି ସ୍କୁଲ କଲେଜ ବନ୍ଦ ରହିଥିଲା । ପିଲାମାନେ ଅନଲାଇନରେ ପାଠପଢୁଥିଲେ । କିନ୍ତୁ ଯେତେବେଳେ ଜାତୀୟସ୍ତରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ଅକ୍ଟୋବରରେ ତୃତୀୟ ଲହର ଆସିବ, ହେଲେ ସରକାର ଏହି ସମୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ଚିନ୍ତା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସରକାରୀ ସ୍କୁଲରେ ସାମାଜିକ ଦୂରତା ରକ୍ଷା ବା କୋଭିଡ ନିୟମ ମାନି ପିଲାମାନଙ୍କ ପାଠପଢା ପାଇଁ ସେଭଳି କିଛି ଭିତ୍ତିଭୂମି ନାହିଁ । ଯଦି ସ୍କୁଲ ଯିବା ପରେ ପିଲାମାନଙ୍କ କୌଣସି ଅଘଟଣ ଘଟିଲା, ତେବେ ସରକାର ଏଥିପାଇଁ ଦାୟୀ ରହିବେ ବୋଲି କହିଛନ୍ତି ଶିକ୍ଷାବିତ୍ ବାସୁଦେବ ଛାଟୋଇ ।

ଅନ୍ୟପଟେ ଯେଉଁ ଜିଲ୍ଲାଗୁଡିକରେ ଅନଲାଇନ କ୍ଳାସ କ୍ଷେତ୍ରରେ ପିଲାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ସରକାର କରନ୍ତୁ । ପିଲାମାନେ ସ୍କୁଲ ନ ଯାଇ ଅନଲାଇନ ପାଠ ପଢ଼ିବା ବ୍ୟବସ୍ଥା କରାଯାଉ ।

କୋରୋନା ପାଇଁ ଅନେକ ପିଲାମାନେ ଡ୍ରପ ଆଉଟ ହେବାର ସମ୍ଭାବନା ଅଧିକ ରହୁଛି । ଏହାର ମୁଖ୍ୟକାରଣ ହେଉଛି ଆର୍ଥିକ ସମସ୍ୟା । କୋରୋନା ସମୟରେ ଅନେକଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦେଇଛି । ଯାହା ପ୍ରଭାବ ପାଠ ପଢୁଥିବା ପିଲାଙ୍କ ଉପରେ ସିଧାସଳଖ ପଡୁଛି । ଏହି ସମୟରେ ଅଧିକ ପିଲା ପାଠ ଛାଡି ଦୁଇ ପଇସା ରୋଜଗାର କରିବାକୁ ଆଗେଇ ଆସି ପାରନ୍ତି । ଏଥିସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଇଣ୍ଟରନେଟ ସମସ୍ୟା ଯୋଗୁଁ ପାଠ ପଢିବା ସହଜ ହେଉନାହିଁ । ଯାହାଫଳରେ ପାଠ ଛାଡିବାକୁ ବାଧ୍ୟ ହୋଇଥାଆନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ବିଏମ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର କ୍ଳାସ ଚାଲିଛି । କିନ୍ତୁ ଯେତେବେଳେ ପିଲାମାନେ ସ୍କୁଲ ଆସୁଛନ୍ତି ସେହି ସମୟରେ ସମ୍ପୂର୍ଣ୍ଣ ଭାବରେ କୋଭିଡ କଟକଣା କଡ଼ାକଡ଼ି ଭାବରେ ପାଳନ କରାଯାଉଛି । ଅଫଳାଇନରେ କ୍ଳାସ ଚାଲୁଥିବାବେଳେ ଅନେକ ପିଲାମାନେ କ୍ଳାସ କରିବାକୁ ଆସୁନାହାନ୍ତି । ଯେଉଁ ପିଲାମାନେ କ୍ଳାସକୁ ଆସୁନାହାନ୍ତି ସେମାନେ ଅନଲାଇନ ମାଧ୍ୟମରେ କ୍ଳାସ କରୁଥିବା ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.