ETV Bharat / city

ଖରା ଛୁଟିକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି

author img

By

Published : Apr 22, 2022, 11:43 AM IST

ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ସ୍କୁଲମାନଙ୍କରେ ଜୁନରେ 11 ଦିନିଆ ଖରାଦିନ ଛୁଟି ଘୋଷଣା ହୋଇଛି । ଯାହାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖରା ଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

ଖରା ଛୁଟିକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ସ୍କୁଲମାନଙ୍କରେ ଜୁନରେ 11 ଦିନିଆ ଖରାଦିନ ଛୁଟି ଘୋଷଣା ହୋଇଛି । ଯାହାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖରା ଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ଜୁନ୍‌ ବଦଳରେ ମେ’ରେ ଖରା ଛୁଟି ପାଇଁ ଅନେକ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ ସେନେଇ ବିଭାଗ ବିଚାର କରିବ କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ।

ପାଠପଢାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ବର୍ତ୍ତମାନ କୋରୋନା ପ୍ରଭାବ ଏତେ ନାହିଁ । ଦଶମ, ଦ୍ବାଦଶ ପରୀକ୍ଷାରେ ଅସୁବିଧା ହେବନି । ଏ ସପ୍ତାହରେ ସ୍ବତନ୍ତ୍ର ପୁସ୍ତିକା ମିଳିବ ଯେଉଁଥିରେ ୨ ବର୍ଷର ପୁରୁଣା ପାଠ ରହିବ । ମେ’ରେ ନୂ‌ଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ ବୋଲି ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ । ଦୁଇ ବର୍ଷର ପିଲାଙ୍କ ପାଠପଢା କ୍ଷତି ଭରଣା କରିବା ଉଦ୍ଦେଶ୍ୟ ଏହି ବ୍ୟବସ୍ଥା ହୋଇଛି । ଏହା କେବଳ ଖରା ଛୁଟି ସମୟରେ ହେବାକୁ ଥିବା କ୍ଲାସରେ ପଢ଼ାଯିବନି, ପୁରା ସେସନରେ ପଢ଼ାଯିବ ।

ପ୍ରକାଶ ଥାଉ କି, କିଛି ଦିନ ତଳେ ଚଳିତ ବର୍ଷର ଖରାଦିନ ଛୁଟି 11 ଦିନ ଘୋଷଣା ହୋଇଥିଲା । କୋରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ମେ’ ମାସରେ ସର୍ବାଧିକ ଖରା ହେଉଥିବାବେଳେ ପିଲାମାନେ କେମିତି ସ୍କୁଲ ଯିବେ ଏନେଇ ପ୍ରଶ୍ନ କରିଥିଲେ ଅଭିଭାବକ । ଜୁନ୍‌ ମାସ ଛୁଟି ବଦଳରେ ମେ ମାସରେ ସ୍କୁଲ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.