ETV Bharat / city

Examination Season Starts: ଚାପମୁକ୍ତ ପରୀକ୍ଷା ଦେବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଦୁଇବର୍ଷ ପରେ ଆରମ୍ଭ ହେଲା ଅଫ୍‌ଲାଇନ ଯୁକ୍ତ ଦୁଇ ପରୀକ୍ଷା । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ । ଅଧିକ ପଢ଼ନ୍ତୁ

author img

By

Published : Apr 28, 2022, 1:35 PM IST

Examination Season Starts: ଚାପମୁକ୍ତ ପରୀକ୍ଷା ଦେବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ
Examination Season Starts: ଚାପମୁକ୍ତ ପରୀକ୍ଷା ଦେବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ଦୁଇବର୍ଷ ପରେ ଆରମ୍ଭ ହେଲା ଅଫ୍‌ଲାଇନ ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତକାଲି(ଶୁକ୍ରବାର)ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । କୋଭିଡ ପରିସ୍ଥିତି ପରେ ଛାତ୍ରଛାତ୍ରୀ ପ୍ରଥମ ଥର ପରୀକ୍ଷା ଦେଉଛନ୍ତି । ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ପାନୀୟ ଜଳର ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ORSର ବ୍ୟବସ୍ଥା ମଧ୍ୟ କରାଯାଇଛି । ଦିନରେ ଯେଭଳି ବିଦ୍ୟୁତ କାଟ ନହେବ ସେନେଇ ଆଲୋଚନା ହୋଇଛି । ଖରାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି । ସମସ୍ତ ପରୀକ୍ଷା ପ୍ରଥମ ସିଟିଂରେ କରାଯିବ । ତେବେ କିଭଳି ଭାବରେ ପରୀକ୍ଷା କରାଯିବ ଏବଂ ଫଳ ପ୍ରକାଶ ପାଇବ ସେନେଇ ସମସ୍ତ ପ୍ରସ୍ତୁତି ବିଭାଗ ପକ୍ଷରୁ କରାଯାଇଛି । ବିଭିନ୍ନ ସମୟରେ ପ୍ରଶ୍ନପତ୍ରକୁ ନେଇ ଗୁଜବ ଆସେ । ତେବେ ଏହି ଗୁଜବାକୁ ଛାତ୍ରଛାତ୍ରୀ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ଖରାକୁ ଦୃଷ୍ଟିରେ ରଖି ମେ 2 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି ସ୍କୁଲ ଓ କଲେଜ । ଆଗକୁ ଛୁଟି ହେବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି ଗଣ ଶିକ୍ଷାମନ୍ତ୍ରୀ । ସ୍ଥିତିଦେଖି ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷପ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.