ETV Bharat / city

ସ୍କୁଲ ଫି ଛାଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ - education minister reaction

ସ୍କୁଲ ଫି ଛାଡ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ନିର୍ଦ୍ଦେଶ ମିଳିଲେ ବିଭାଗ ନିଷ୍ପତ୍ତି ନେବ ବୋଲି ସମୀର ରଞ୍ଜନ ଦାସ କହିଛନ୍ତି।

ସ୍କୁଲ ଫି ଛାଡ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Jan 11, 2021, 11:10 AM IST

ଭୁବନେଶ୍ବର: ସ୍କୁଲ ଫି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଥିବା ଗଣମାଧ୍ୟମରୁ ସୂଚନା ପାଇଛି । ବିଭାଗ ନିକଟକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତର୍ଜମା କରାଯିବ। ଉଚ୍ଚନ୍ୟାୟାଳୟ କି ନିର୍ଦ୍ଦେଶ କିମ୍ବା ପରାମର୍ଶ ଦେଇଛନ୍ତି ତାକୁ ଦେଖିବା ପରେ ବିଭାଗ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସମୀର ରଞ୍ଜନ ଦାସ କହିଛନ୍ତି।

ସ୍କୁଲ ଫି ଛାଡ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଗଜପତି ଜିଲ୍ଲାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କୋରୋନା ସଂକ୍ରମଣ ପ୍ରସଙ୍ଗ । ସ୍କୁଲ ଯିବା ପୂର୍ବରୁ ଶିକ୍ଷକ ମାନଙ୍କର କୋଭିଡ ଟେଷ୍ଟ ହୋଇଥିଲା। ଯେଉଁମାନେ ପଜିଟିଭ ହୋଇଛନ୍ତି ସେମାନେ ଆଇସଲେସନରେ ଅଛନ୍ତି । ଯେଉଁଠି ଶିକ୍ଷକ ଅଭାବ ରହିଛନ୍ତି ଅନ୍ୟସ୍ଥାନରୁ ଶିକ୍ଷକ ଆଣି ପାଠ ପଢାଯାଉଛି । ସଂକ୍ରମଣ ପାଇଁ ବିଭାଗ ସଜାଗ ରହିଛି । ରବିବାରରେ ସ୍କୁଲରେ 65 ପ୍ରତିଶତ ଛାତ୍ରଛାତ୍ରୀ ଥିଲେ ।

ବିଭିନ୍ନ ଟିମ ସ୍କୁଲକୁ ଗ୍ରସ୍ତ କରି ଅନୁଧ୍ୟାନ କରୁଛନ୍ତି । ସବୁ ସ୍ଥାନରେ ଆନୁଷ୍ଠାନିକ ବ୍ୟବସ୍ଥା କରାଯାଇଛି । ଆଜି ଖୋର୍ଦ୍ଧା, ନୟାଗଡ଼ ଏବଂ ବୌଦ୍ଧ ଜିଲ୍ଲାର କିଛି ସ୍କୁଲ ପରିଦର୍ଶନ କରିବେ ମନ୍ତ୍ରୀ ସମୀର ଦାସ।

ଭୁବନେଶ୍ବରରୁ ବିକାଶ ଦାସ ଓ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.