ଭୁବନେଶ୍ବର: ଏଥର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେଲେ କାର୍ଯ୍ୟାନୁଷ୍ଠାନ । ସଂପୃକ୍ତ କେନ୍ଦ୍ରର ଅଧୀକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ | ଚଳିତ ବର୍ଷ ଭାଇରାଲ ରୋକିବାକୁ ହୋଇଛି କୋଡିଂ ବ୍ୟବସ୍ଥା |
ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପରୀକ୍ଷା କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ, ପିଲାମାନେ କିଭଳି ତ୍ରୃଟି ବିହୀନ ପରୀକ୍ଷା ଦେବେ ସେନେଇ ସରକାର ଚିନ୍ତାରେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଛି । ପ୍ରତି ବର୍ଷ ପ୍ରଶ୍ନପତ୍ର ଭାଇରାଲ ଘଟଣା ଘଟୁଥିଲେ ମଧ୍ୟ ଚଳିତ ବର୍ଷ କିଭଳି ଭାବରେ ତ୍ରୃଟି ବିଚ୍ୟୁତ ଢଙ୍ଗରେ ପରୀକ୍ଷା ହେବ ସେନେଇ ବିଭିନ୍ନ ପ୍ରଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଏହାସହ ସେ କହିଛନ୍ତି କି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସଂପୃକ୍ତ ସେଣ୍ଟର ଦାୟିତ୍ଵରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ