ଭୁବନେଶ୍ବର: ସ୍କୁଲରେ ବସଉଠ ହୋଇ 10 ଛାତ୍ରୀ ଅସୁସ୍ଥ ହେବା ଘଟଣା। ଘଟଣାରେ ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ ପିଲାଙ୍କୁ ବସଉଠ କରାଇବା ଫଳରେ 10 ଜଣ ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଏହା ମଧ୍ୟ ପଢ଼ନ୍ତୁ ପ୍ରାର୍ଥନା ଭୁଲିଯିବାରୁ ଉଠବସ୍ କରାଇଲେ ଶିକ୍ଷକ, 10 ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି
ପ୍ରାର୍ଥନା ଭୁଲିଯିବାରୁ ଶିକ୍ଷକ ପିଲାଙ୍କୁ ଉଠବସ୍ କରାଇବା ଅଭିଯୋଗ। ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ 10 ଜଣ ଛାତ୍ରୀ ସ୍କୁଲରେ ବସଉଠ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ। ଯାହା ଫଳରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତମାନ ସମସ୍ତ ଛାତ୍ରୀ ସୁସ୍ଥ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପାଟଣା ଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଅଛନ୍ତି। ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କୁ ଗଣଶିକ୍ଷା ମନ୍ତ୍ରୀ ଦପ୍ତର ପତ୍ର ସଂଖ୍ୟା 84ରେ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ