ETV Bharat / city

Covid Impact: କମିଛି ବିଦେଶରେ ପାଠପଢ଼ା

ମହମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଯାହା ଦେଶ ସହ ବିଦେଶରେ ପାଠପଢ଼ା ଉପରେ ମଧ୍ୟ ପ୍ରଭାବ ପଡିଛି। ରାଜ୍ୟରୁ ପାଠ ପଢିବା ପାଇଁ ବିଦେଶ ଯାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚଳିତ ବର୍ଷ କମିଛି । ଅଧିକ ପଢନ୍ତୁ

author img

By

Published : Nov 20, 2021, 8:17 PM IST

ମହାମାରୀ ପାଇଁ କମିଛି ବିଦେଶରେ ପାଠପଢ଼ା
ମହାମାରୀ ପାଇଁ କମିଛି ବିଦେଶରେ ପାଠପଢ଼ା

ଭୁବନେଶ୍ବର : ମହମାରୀ ସମୟରେ ଶିକ୍ଷା ବ୍ୟବସ୍ଥା (Education System) ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଯାହା ଦେଶ ସହ ବିଦେଶରେ ପାଠପଢ଼ା ଉପରେ ମଧ୍ୟ ପ୍ରଭାବ ପଡିଛି । ରାଜ୍ୟରୁ ପଢିବା ପାଇଁ ଯାଉଥିବା ପିଲାମାନଙ୍କ ସଂଖ୍ୟା ଚଳିତ ବର୍ଷ କମିଛି । ବିଶେଷ ଭାବରେ ରାଜ୍ୟରୁ ପାଠ ପଢିବା ପାଇଁ ବିଦେଶ ଯାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚଳିତ ବର୍ଷ କମିଛି । ଚୀନ, ଋଷ, ୟୁକ୍ରେନ, ଫିଲିପାଇନ୍ସ, ମରିସସ୍ ,ନେପାଳ, ବାଂଲାଦେଶ, ନାଇଜେରିଆ, ଅରମେନିଆ, କାଜିକସ୍ତାନ କ୍ରିଜିକସ୍ଥାନ, ପୋଲାଣ୍ଡ, ଜର୍ମାନୀ, ୟୁକେ, କାନାଡ଼ା ଆଦି ଦେଶକୁ ଅଧିକାଂଶ ପିଲାମାନେ ପାଠପଢିବାକୁ ଯାଉଛନ୍ତି ।

ମହାମାରୀ ପାଇଁ କମିଛି ବିଦେଶରେ ପାଠପଢ଼ା

ରାଜ୍ୟରୁ 2 ରୁ 3 ହଜାର ପିଲା ଓଡିଶାରୁ ଯାଆନ୍ତି କେବଳ ମେଡିକାଲ ପାଠ ପଢିବାକୁ। ହେଲେ ବାକି ବିଟେକ ଓ ଅନାନ୍ୟ ବିଷୟ ଉପରେ 8 ହଜାରରୁ ଅଧିକ ପିଲା ଓଡିଶାରୁ ବର୍ଷକୁ ଯାଇଥାନ୍ତି। କିଛି ଦେଶରେ ଅନେକ କିଛି ବିଷୟ ରହିଛି । ଯାହା 10ଲକ୍ଷ ଠାରୁ 80 ଲକ୍ଷରୁ ଅଧିକ ଟଙ୍କାରେ ପାଠ ପଢିଥାଆନ୍ତି ଛାତ୍ରଛାତ୍ରୀ। ରାଜ୍ୟରୁ ବର୍ତ୍ତମାନ 30 ପ୍ରତିଶତ ପିଲା କୋଭିଡ ସମୟରେ ପାଠ ପଢିବାକୁ ଯାଇଛନ୍ତି।

ୟୁକ୍ରେନ, ଋଷ, ଚୀନ, ନେପାଳ ,ବାଂଲାଦେଶ ,କାଜିକସ୍ତାନକୁ ଓଡିଶାରୁ ଅଧିକ ପିଲା ପାଠ ପଢିବାକୁ ଯାଉଛନ୍ତି । କ୍ୟାରିଅର କାଉନସିଲିଂର ସୁଜିତ କୁମାର ସାହୁ କହିଛନ୍ତି ଯେ ଦୁଇଟି ଫେଜରେ ବିଦେଶରେ ଆଡମିଶନ ହୋଇଥାଏ । ଗୋଟିଏ ସେପ୍ଟେମ୍ବର ମାସରେ ଏବଂ ଡିସେମ୍ବର ଓ ଜାନୁଆରୀ ମାସରେ ହୋଇଥାଏ ।

ତେବେ ଓଡିଶାରୁ ଅଧିକ ପିଲାମାନେ ଏମବିବିଏସ ପାଇଁ ବିଦେଶକୁ ଯାଇଥାନ୍ତି । ବିଶେଷ କରି ମାଧ୍ୟବିତ ପରିବାରର ପିଲାମାନେ। ଦେଶରେ ଶିକ୍ଷାକୁ ନେଇ ଏକ ବିଜିନେସ କରାଯାଉଥିବାରୁ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକର ଆଡମିଶନ ଅର୍ଥ ଅଧିକ ରହିଥାଏ । ତେବେ ଏନେଇ ଏକାଧିକ ପିଲାମାନେ ପାଠପଢିବା ପାଇଁ ବିଦେଶକୁ ଗସ୍ତ କରିଥାନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.