ଭୁବନେଶ୍ବର: ପ୍ରଦୀପଙ୍କ ଆକାଉଣ୍ଟ ଉପରେ ଇଡିର ଆଖି । ଟ୍ରାନଜାକ୍ସନ କପି ମାଗିଲା ଇଡି । ଗିରଫ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଟ୍ରାନଜାକ୍ସନର ନାଲି ଗାର ପକାଇବା ଆରମ୍ଭ କରିଛି ଇଡି ।
ଏନେଇ କ୍ରାଇମବ୍ରାଞ୍ଚଠୁ ପାଇଥିବା ଟ୍ରାନଜାକ୍ସନ କପିକୁ ସର୍ଟ ଲିଷ୍ଟ କରିଛି । କେତେ ଟଙ୍କା ବିଧାୟକଙ୍କ ଆକାଉଣ୍ଟରୁ ପାଠକ ଆକାଉଣ୍ଟକୁ ଯାଇଛି । ଏବଂ ବିଧାୟକଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାର ସୋର୍ସ କଣ ରହିଛି ? କେତେ ଟଙ୍କାର ଟ୍ରାନଜାକ୍ସନ ହୋଇଛି । ଠକେଇ ଉଦ୍ଦେଶ୍ୟରେ ଟ୍ରାନଜାକ୍ସନ ହୋଇଛି କି ? ସେସବୁର ଖୋଳତାଡ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ।
ତେବେ ପୂର୍ବରୁ ପାଠକ ଆକାଉଣ୍ଟର ଖୋଳତାଡ କରୁଥିବା ଇଡି ଏବେ ବିଧାୟକଙ୍କ ଆକାଉଣ୍ଟର ଟ୍ରାନଜାକ୍ସନର ଗୋଟିଏ ଗୋଟିଏ ଡେବିଟନଓ କ୍ରେଡିଟ ତାଲିକା ପ୍ରସ୍ତୁତ ଆରମ୍ଭ ହୋଇଛି । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ କରିଥିବା ସମ୍ପତ୍ତି କଣ ପ୍ରକୃତରେ ଏକ ବଡ ଧରଣର କାରବାର ହୋଇଛି । ଯାହା ଇଡିର ପରିସରଭୁକ୍ତ । ସେନେଇ ତନାଘନା ଆରମ୍ଭ କରିଛି ଇଡି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ