ETV Bharat / city

ରାଜ୍ୟ ବଜେଟ: ଏମିତି କହିଲେ ଅର୍ଥନୀତିଜ୍ଞ ଓ ସମୀକ୍ଷକ... - ରାଜ୍ୟ ବଜେଟ

2020-21 ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ମୋଟ 1 ଲକ୍ଷ 50 ହଜାର କୋଟିର ବଜେଟ ଉପସ୍ଥାପନ ହୋଇଛି । ତେବେ ଏହି ବଜେଟକୁ ନେଇ କ’ଣ କହୁଛନ୍ତି ଅର୍ଥନୀତିଜ୍ଞ ଓ ସମୀକ୍ଷକ...

ବଜେଟକୁ ନେଇ ଏମିତି କହିଲେ ଅର୍ଥନୀତିଜ୍ଞ ଓ ସମୀକ୍ଷକ...

author img

By

Published : Feb 18, 2020, 11:33 PM IST

ଭୁବନେଶ୍ବର: 2020-21 ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ମୋଟ 1 ଲକ୍ଷ 50 ହଜାର କୋଟିର ବଜେଟ ଉପସ୍ଥାପନ ହୋଇଛି । ତେବେ ଏହି ବଜେଟର ନୂଆ ଦିଗ କ’ଣ ? କୃଷି ପ୍ରବଣ ରାଜ୍ୟ ଓଡିଶା ପାଇଁ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ଏବଂ ଅନ୍ୟାନ୍ୟ ବିଭାଗକୁ କେତେ ଅର୍ଥ ମଞ୍ଜୁର ହୋଇଛି ? କାହାକୁ ବେଶି ଗୁରୁତ୍ବ ଦିଆଯାଇଛି ? ପ୍ରଥମଥର ପାଇଁ କେଉଁ କେଉଁ କ୍ଷେତ୍ରରେ ଆର୍ଥିକ ପ୍ରାବଧାନ ରହିଛି ତାକୁ ନେଇ ଅର୍ଥନୈତିକ ବିଶାରଦ ମାନେ ନିଜର ମତ ରଖିଛନ୍ତି ।

  • ବଜେଟରେ ପ୍ରଥମଥର ପୋଷଣକୁ ଦିଆଯାଇଛି ଗୁରୁତ୍ବ

ଦେଶ ଓ ରାଜ୍ୟ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଓଡ଼ିଶାରେ ଶିଳ୍ପ, କୃଷି ଉତ୍ପାଦନ କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଲାଗିରହିଛି ସେଥିପାଇଁ ଅଭିବୃଦ୍ଧି ହାର 6 ପ୍ରତିଶତକୁ ଖସି ଆସିଛି। ତା ସତ୍ତ୍ବେ ମଧ୍ୟ ରାଜ୍ୟ ସରକାର ରାଜସ୍ବ ବଳକା ବଜେଟ ଆଗତ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ଚଳିତ ବଜେଟରେ ପ୍ରଥମଥର ପାଇଁ ପୋଷଣକୁ ଗୁରୁତ୍ବ ଦିଆଯାଇ ସ୍ବତନ୍ତ୍ର ବ୍ୟୟ ବରାଦ କରାଯାଇଛି । କୃଷି କ୍ଷେତ୍ରରେ ସେମିତି କିଛି ବୈପ୍ଳବିକ ପରିବର୍ତ୍ତନ ଅର୍ଥ ଦିଆଯାଇନାହିଁ । ରାଜ୍ୟରେ 80 ଭାଗ ଗ୍ରାମାଞ୍ଚଳ ଥିବାରୁ ଗ୍ରାମ୍ୟ ଉନ୍ନୟନ ନେଇ ଆଖିଦୃଶିଆ ଅର୍ଥର ବ୍ୟୟ ବରାଦ ହୋଇନାହିଁ । ଖାଲି ଡିଜିଟାଲ ବ୍ୟବସ୍ଥା କଲେ ହେବନାହିଁ ସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି ବୋଲି ଅର୍ଥନୈତିକ ବିଶାରଦ ନାଗେଶ୍ବର ପଟ୍ଟନାୟକ କହିଛନ୍ତି ।

ବଜେଟକୁ ନେଇ ଏମିତି କହିଲେ ଅର୍ଥନୀତିଜ୍ଞ ଓ ସମୀକ୍ଷକ...
  • ବଜେଟରେ ଜଳବାୟୁ ପରିବର୍ତ୍ତନ ନେଇ ଅର୍ଥ ବରାଦ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

2020-21 ବଜେଟ ନିଶ୍ଚିତ ଭାବେ ଏକ ଲୋକାଭିମୁଖୀ ବଜେଟ । ମାନବସମ୍ବଳ ଅଭାବ ହେତୁ କୃଷି କ୍ଷେତ୍ରରେ ଯନ୍ତ୍ରୀକିକରଣ ନେଇ ବ୍ୟୟ ବରାଦ କରିଛନ୍ତି ସରକାର । ସମଗ୍ର ବିଶ୍ବରେ ଜଳବାୟୁ ଜନିତ ସମସ୍ୟା ଉଭା ହୋଇଛି । ତେଣୁ ଚଳିତ ବଜେଟରେ ଜଳବାୟୁ ପରିବର୍ତ୍ତନ ନେଇ ଅର୍ଥ ବରାଦ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଚଳିତ ବର୍ଷ ବଜେଟ ପୁସ୍ତିକା ଏକ ବ୍ୟତିକ୍ରମ, ସରକାର ଡିଜିଟାଲ ଆପ ଦ୍ବାରା ବଜେଟ ଉପଲବ୍ଧ ପ୍ରକ୍ରିୟାକୁ ଗୁରୁତ୍ବ ଦେଇଛନ୍ତି ଯାହା ଅତ୍ୟନ୍ତ ଭଲ । ଲୋକସାଧନ ପାଇଁ ଏ ବଜେଟ ପ୍ରସ୍ତୁତ ହୋଇଥିବାରୁ ଏହା ଏକ ଲୋକାଭିମୁଖୀ ବଜେଟ । କେନ୍ଦ୍ର ଟିକସ ଅଂଶ ଏବଂ ରାଜ୍ୟ ରାଜସ୍ବ ଆଦାୟ ସହଜ ସାଧ୍ୟ ହେବ । ତେଣୁ ଏହାକୁ ରାଜସ୍ବ ବଳକା ବଜେଟ କୁହାଯାଇପାରେ ବୋଲି ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର କହିଛନ୍ତି।

  • ବଜେଟ ଏକ ଫୋକସ ବଜେଟ

ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଏହି ବଜେଟ ଏକ ଫୋକସ ବଜେଟ । ଏହି ବଜେଟ ଏକ ଆଧୁନିକୀକରଣ ବଜେଟ କହିଲେ ଠିକ ହେବ। ଜଳବାୟୁ ପରିବର୍ତ୍ତନକୁ ପ୍ରାଧାନ୍ୟ ଦିଆଯାଇଛି, କୁପୋଷଣ ଏକ ବଡ ସମସ୍ୟା ହୋଇ ସମଗ୍ର ଦେଶରେ ଉଭା ହୋଇଥିବା ବେଳେ ପ୍ରଥମକରି କୁପୋଷଣକୁ ରୋକିବା ପାଇଁ ରାଜ୍ୟ ସରକାର ଟାର୍ଗେଟ କରି ନିର୍ଦ୍ଧିଷ୍ଟ ଅର୍ଥର ବ୍ୟୟ ବରାଦ କରିଛନ୍ତି । କୃଷି, ଏମଏସଏମଇ କ୍ଷେତ୍ର, ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା ନେଇ ସରକାର ଚେଷ୍ଟା କରିଛନ୍ତି । ଭୁବନେଶ୍ବର ଯେଭଳି କ୍ରୀଡା କ୍ଷେତ୍ରରେ ପ୍ରଶଂସିତ ହେଉ ସେନେଇ ଭୁବନେଶ୍ବରକୁ କ୍ରୀଡା ରାଜଧାନୀ କରିବା ପାଇଁ ଆର୍ଥିକ ପ୍ରାବଧାନ ରଖିଛନ୍ତି ଯାହା ଏକ ସଫଳ ବଜେଟ ବୋଲି କୁହାଯାଇପାରେ । ଅର୍ଥନୈତିକ ବିଶାରଦ ଦିଲ୍ଲୀପ ବିଷୋୟୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.