ଭୁବନେଶ୍ବର: ସ୍ବାଧୀନତା ଦିବସଠାରୁ ଓଡି଼ଶାରେ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏଥିଲାଗି ୯ଟି ମେସିନକୁ କଟକ SCB ମେଡିକାଲରେ ରଖାଯାଇଛି । ଏହାସହିତ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ବୋଲି ସୂଚନା ମିଳିଛି ।
ଏହି କାର୍ଯ୍ୟ ଲାଗି ଗୋଟିଏ ବ୍ୟାଚ କୋଲକାତାରୁ ଟ୍ରେନିଂ ନେଇ ଫେରିଛନ୍ତି । ଆଉ ଗୋଟିଏ ଟିମ ଖୁବଶୀଘ୍ର କୋଲକାତା ଯିବେ । ସମସ୍ତ ମେସିନ ଇନଷ୍ଟଲ ମଧ୍ୟ ହୋଇ ସାରିଛି । ପ୍ରସ୍ତୁତିକରଣ ପ୍ରାୟ ଶେଷ ହୋଇଛି । 9ଟି ମେସିନକୁ ଦୁଇ ଭାଗରେ ବିଭକ୍ତ କରାଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । କୋଭିଡରୁ ଭଲ ହେବା ପରେ ଅଧିକ ଲୋକଙ୍କର ଇକମୋ ମେସିନର ଆବଶ୍ୟକତା ପଡୁଛି ।
ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ କରାଯିବ ଓ ସଂକ୍ରମିତଙ୍କ ପାଇଁ ସ୍ମଲ ୟୁନିଟ କରାଯିବ । କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି 6ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି 3ଟି ମେସିନ ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ସୂଚନା ଥାଉ କି କୋଭିଡ ସଂକ୍ରମିତଙ୍କ ଶ୍ବାସକ୍ରିୟାରେ ସାହାଯ୍ୟ କରିବା ପାଇଁ ଏହି ମେସିନକୁ ବ୍ୟବହାର କରାଯାଏ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ