ETV Bharat / city

ଇଞ୍ଜିନିୟର ଦିବସରେ ଦୁଃଖ ବଖାଣିଲେ ରେଲୱେ ଇଞ୍ଜିନିୟର

ଆଜି ଇଞ୍ଜିନିୟର ଦିବସ ଅବସରରେ ଇଷ୍ଟକୋଷ୍ଟ ରେଲୱେ ଇଞ୍ଜିନିୟର ଆସୋସିଏସନ ପକ୍ଷରୁ ଭୁବନେଶ୍ବର ସ୍ଥିତ ସ୍ଥାନୀୟ ରେଳ ବିହାର କମ୍ୟୁନିଟି ହଲ ପରିସରରେ ଇଞ୍ଜିନିୟର୍ସ ଡେ’ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରେଲୱେରେ କାର୍ଯ୍ୟରତ ଇଞ୍ଜିନିୟରମାନେ ନିଜ ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

author img

By

Published : Sep 15, 2019, 5:36 PM IST

ଫଟୋ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜି ଇଞ୍ଜିନିୟର ଦିବସ । ଏହି ଅବସରରେ ଇଷ୍ଟକୋଷ୍ଟ ରେଲୱେ ଇଞ୍ଜିନିୟର ଆସୋସିଏସନ ପକ୍ଷରୁ ଭୁବନେଶ୍ବର ସ୍ଥିତ ସ୍ଥାନୀୟ ରେଳ ବିହାର କମ୍ୟୁନିଟି ହଲ ପରିସରରେ ଇଞ୍ଜିନିୟର୍ସ ଡେ’ ପାଳିତ ହୋଇଯାଇଛି।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ଆୟୋଜିତ କାର୍ଯ୍ୟକ୍ରମରେ 'ରେଲୱେ ଇଞ୍ଜିନିୟର ମାନଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ' ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିରେ ଇଞ୍ଜିନିୟରମାନେ ନିଜ ଲକ୍ଷ୍ୟ ପୂରଣ ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ବାଧାବିଘ୍ନ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ଆବଶ୍ୟକତା ଠାରୁ କମ୍‌ ଲୋକବଳ ଥିଲେ ମଧ୍ୟ ସେମାନେ ନିଜର ଦକ୍ଷତା ପ୍ରତିପାଦନ କରୁଥିବା କହିଥିଲେ ।

ରେଲୱେରେ କାର୍ଯ୍ୟରତ ଇଞ୍ଜିନିୟରମାନେ ସର୍ବଦା ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଏ ସବୁ ସତ୍ତ୍ବେ ଅନ୍ୟ ସରକାରୀ ସଂସ୍ଥାରେ ଇଞ୍ଜିନିୟର ମାନଙ୍କୁ ଦିଆଯାଉଥିବା ସୁବିଧା ରେଲୱେ ବିଭାଗରେ ଦିଆନଯାଉଥିବା ଅଭିଯୋଗ କରିଥିଲେ ।

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଇଷ୍ଟ କଷ୍ଟ ରେଲୱେର ମହାପ୍ରବନ୍ଧକ ଇଂ ବିଦ୍ୟାଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ରେଳ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଇଞ୍ଜିନିୟର ମାନେ ଆଣିଥିବା ଅଭିଯୋଗର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରେଲୱେ ରେ କାର୍ଯ୍ୟରତ ଇଞ୍ଜିନିୟର ମାନେ ଅନେକ ପ୍ରକାର ଦୁଃଖ କଷ୍ଟ ସହି ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁଛନ୍ତି।ଏପରିକି ଆବଶ୍ୟକତା ଠାରୁ କମ ମାନବ ସମ୍ବଳ କୁ ବିନିଯୋଗ କରି ସର୍ବଦା ନିଜର ଦକ୍ଷତା ପ୍ରତିପାଦନ ପ୍ରତି ଚେଷ୍ଟିତ ଅଛନ୍ତି।ଏହାବାଦ ଅନ୍ୟସରକାରୀ ସଂସ୍ଥାମାନଙ୍କରେ ଇଞ୍ଜିନିୟରମାନଙ୍କୁ ଦିଆଯାଉଥିବା ସୁବିଧା ରେଲୱେ ରେ ମିଳୁନଥିବା କ୍ଷୋଭ ର ସହିତ ସଙ୍ଘ ତାହାର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଛି।

Body:ଇଷ୍ଟ କଷ୍ଟ ରେଲୱେ ଇଞ୍ଜିନିୟର୍ସ ଆସୋସିଏସନ ପକ୍ଷରୁ ଭାରତର ବିଶିଷ୍ଟ ଇଞ୍ଜିନିୟର ତଥା ଭାରତରତ୍ନ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ବା ଇଞ୍ଜିନିୟର୍ସ ଦିବସ ସ୍ଥାନୀୟ ରେଳ ବିହାର କମ୍ୟୁନିଟି ହଲ ପରିସରରେ ଆୟୋଜିତ ହୋଇଛି।ଏହି ଅବସରରେ "ରେଲୱେ ଇଞ୍ଜିନିୟର ମାନଙ୍କ ନିର୍ଦ୍ଧାରିତ ଲକ୍ଷ"ଉପରେ ଆଲୋଚନା କରାଯାଇଥିଲା।ଯେଉଁଥିରେ ଇଞ୍ଜିନିୟରମାନେ ତାଙ୍କ ଲକ୍ଷ ପୂରଣ ପାଇଁ ଆସୁଥିବା ବାଧାବିଘ୍ନ ପ୍ରତି ଦୃଷ୍ଟିଆକର୍ଷଣ କରିବା ସହିତ ନିଆଁଣ୍ଟ ମାନବସମ୍ବଳ ପୂରଣ ଦିଗରେ ଆଲୋକପାତ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଇଷ୍ଟ କଷ୍ଟ ରେଲୱେର ମହାପ୍ରବନ୍ଧକ ଇଂ ବିଦ୍ୟାଭୂଷଣ ଓ ଅନ୍ୟ ଅଧିକାରୀମାନେ ସେମାନଙ୍କ ଅଭାବ ଅସୁବିଧା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ,
ବାଇଟ-ସମ୍ପାଦକ-ଇଂ ବି ପି ଦାଶ,

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.