ETV Bharat / city

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ସତ୍ୟନିଷ୍ଠାର ଶପଥ ନେଲେ ପୂର୍ବତଟ ରେଳପଥ କର୍ମଚାରୀ

author img

By

Published : Oct 26, 2021, 9:18 PM IST

ପାଳନ ଚାଲିଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ପୂର୍ବତଟ ରେଳପଥ କର୍ମଚାରୀ ନେଲେ ସତ୍ୟନିଷ୍ଠାର ଶପଥ । ଅଧିକ ପଢନ୍ତୁ....

ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ, ସତ୍ୟନିଷ୍ଠାର ଶପଥ ନେଲେ ପୂର୍ବତଟ ରେଳପଥ କର୍ମଚାରୀ

ଭୁବନେଶ୍ବର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସେବାରେ ସତ୍ୟନିଷ୍ଠତା ବଜାୟ ରଖିବାର ଶପଥ ନେଇଛନ୍ତି ପୂର୍ବତଟ ରେଳପଥ କର୍ମଚାରୀ । ପୂର୍ବତଟ ରେଳପଥ ପକ୍ଷରୁ ଦୁର୍ନୀତି ସଚେତନତା ସପ୍ତାହ-2021 ପାଳନ ଅବସରରେ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ପୂର୍ବାହ୍ନରେ ୱାଲଟିୟର ରେଳ ମଣ୍ଡଳ ମୁଖ୍ୟାଳୟରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ବଚ୍ଛତା ଆଣିବାକୁ ଶପଥ ପାଠ କରାଇଛନ୍ତି।

ଜୀବନରେ ସମସ୍ତ କ୍ଷେତ୍ରରେ ସାଧୁତା ସହିତ ନିୟମର ପାଳନ କରିବା, କାହାଠାରୁ ଲାଞ୍ଚ ନନେବା କିମ୍ବା ନଦେବା। ସମସ୍ତ କାର୍ଯ୍ୟକୁ ସଚ୍ଚୋଟତା ସହ ପାରଦର୍ଶିତା ଭଳି କାର୍ଯ୍ୟକରିବା, ସାର୍ବଜନୀନ ହିତରେ କାର୍ଯ୍ୟକରିବା। ବ୍ୟକ୍ତିଗତ ବ୍ୟବହାରରେ ସତ୍ୟନିଷ୍ଠା ପ୍ରଦର୍ଶନ କରିବା ସହ ଉଦାହରଣ ଦ୍ବାରା ନେତୃତ୍ବ ନେବା ଏବଂ ଭ୍ରଷ୍ଟାଚାରର ଯେକୌଣସି ଘଟଣାକୁ ଉଚିତ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ରେଳକର୍ମଚାରୀମାନେ ସଂକଳ୍ପ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.