ETV Bharat / city

ହର ଘର ତିରଙ୍ଗା ଅଭିଯାନରେ ପୂର୍ବତଟ ରେଳପଥ, ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ପୂର୍ବତଟ ରେଳପଥ କର୍ମଚାରୀ । ସମସ୍ତ ରେଲୱେ କ୍ବାର୍ଟର୍ସ ଓ ରେଳ ଷ୍ଟେସନ ଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏହି ଅଭିଯାନକୁ ସ୍ମରଣୀୟ କରାଇବା ପାଇଁ ବିଭିନ୍ନ ରେଳ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି । ଅଧିକ ପଢ଼ନ୍ତୁ

ହର ଘର ତିରଙ୍ଗା ଅଭିଯାନରେ ପୂର୍ବତଟ ରେଳପଥ, ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ

author img

By

Published : Aug 14, 2022, 8:14 AM IST

ଭୁବନେଶ୍ବର: ପୂର୍ବତଟ ରେଳପଥ କର୍ମଚାରୀ ମାନେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି । ସମସ୍ତ ରେଲୱେ କ୍ବାର୍ଟର୍ସ ମାନଙ୍କରେ ତ୍ରିରଙ୍ଗା ଉଡ଼ାଇବା ସହ ଏହାର ପରିସୀମା ମଧ୍ୟରେ ଥିବା ସମସ୍ତ ରେଳ ଷ୍ଟେସନ ଏବଂ ରେଳ ପ୍ରତିଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଏହି ଅଭିଯାନକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ହର ଘର ତିରଙ୍ଗା ଅଭିଯାନରେ ପୂର୍ବତଟ ରେଳପଥ, ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ
ହର ଘର ତିରଙ୍ଗା ଅଭିଯାନରେ ପୂର୍ବତଟ ରେଳପଥ, ବିଭିନ୍ନ ଷ୍ଟେସନରେ ସେଲଫି ପଏଣ୍ଟ ପ୍ରସ୍ତୁତ

ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ପୂର୍ବତଟ ରେଳପଥ ଆଜାଦିର ଅମୃତ ମହୋତ୍ସବରେ ସାମିଲ ହୋଇଛି । 'ହର ଘର ତ୍ରିରଙ୍ଗା' ଅଭିଯାନକୁ ସଫଳ କରାଇବା ପାଇଁ କର୍ମଚାରୀମାନଙ୍କୁ ନିଜ ଘରେ 13 ରୁ 15 ଅଗଷ୍ଟ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବାକୁ ପ୍ରୋତ୍ସାହିତ କରିଛି । ଏହି ପଦକ୍ଷେପ ପଛରେ ଥିବା ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ହୃଦୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ଏବଂ ଭାରତୀୟ ଜାତୀୟ ପତାକା ବିଷୟରେ ସଚେତନତା ସୃଷ୍ଟି କରିବା । ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ବରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ 'ହର ଘର ତ୍ରିରଙ୍ଗା' ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରାଇବା ପାଇଁ ବିଭିନ୍ନ ରେଳ ଷ୍ଟେସନରେ ସାଧାରଣଙ୍କ ପାଇଁ ସେଲଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.