ETV Bharat / city

ରାଜ୍ୟର 4ଟି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ

ରାଜ୍ୟର 4ଟି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ । ଦିନ ୧୧ ଟା ୧୯ ରେ ଭୂକମ୍ପ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ରାଜ୍ୟର 4ଟି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ
ରାଜ୍ୟର 4ଟି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ
author img

By

Published : Apr 15, 2022, 7:16 PM IST

ଭୁବନେଶ୍ବର: ରାଜ୍ୟର 4ଟି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ । ଏହି ଜିଲ୍ଲାଗୁଡିକ ହେଉଛି ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ । ଭୂକମ୍ପର କେନ୍ଦ୍ରସ୍ଥଳ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ୩.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗଞ୍ଜାମ ଜିଲ୍ଲାର ଭୂକମ୍ପରେ ୧୧ ଟା ୧୯ ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏପରିକି ପଡୋଶୀ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର ବିସ୍ବାସ କହିଛନ୍ତି । ସେ କହିଛନ୍ତି ଯେ, ଆଜି(ଶୁକ୍ରବାର) ରାଜ୍ୟର ୪ଟି ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୩.୫ ରହିଛି । ଦିନ ୧୧ ଟା ୧୯ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା ।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଉରକେଲା ସହରର ୨୦୩ କିଲୋମିଟର ଦୂରରେ, ଝାଡଖଣ୍ଡର ଜାମସେଦପୁରର ୨୯୯ କିଲୋମିଟର ଦକ୍ଷିଣରେ ଥିବାବେଳେ ଏହାର ଗଭୀରତା ପୃଥିବୀର ଭୂତଳ ଭିତରେ ୧୦ କିଲୋମିଟର ଦୂରରେ ଥିଲା । ତେବେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । ଅନ୍ୟପଟେ ଗତ ମାସରେ କାଲାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ୩.୫ ମ୍ୟାଗ୍ନିଚ୍ୟୁଡର ଏପରି ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.