ETV Bharat / city

ଏଥର ଆଦିବାସୀ ମେଳାରେ ଦେଖିବାକୁ ମିଳିବନି ଗାଁର ଝଲକ, ଇ-ରେଜିଷ୍ଟ୍ରେସନ ବାଧ୍ୟତାମୂଳକ - ପ୍ରବେଶ ଅନୁମତି

ଚଳିତ ବର୍ଷ ଆଦିବାସୀ ମେଳାରେ ଆଉ ଦେଖିବାକୁ ମିଳିବନି ଆଦିବାସୀଙ୍କ ସୁନ୍ଦର ସୁନ୍ଦର ଗାଁର ଦୃଶ୍ୟ, କି ଚାଖିବାକୁ ମିଳିବନି ତାଙ୍କର ସ୍ବାଦିଷ୍ଟ ଖାଦ୍ୟର ସ୍ବାଦ।

ଏଥର ଆଦିବାସୀ ମେଳାରେ ଦେଖିବାକୁ ମିଳିବନି ଗାଁର ଝଲକ

author img

By

Published : Jan 21, 2021, 8:30 PM IST

ଭୁବନେଶ୍ବର: ରାଜଧାନୀର ୟୁନିଟ-1 ସ୍ଥିତ ପଡିଆରେ ଜାନୁଆରୀ 26ରୁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳାରେ ଏଥର ଦେଖିବାକୁ ମିଳିବନି ଆଦିବାସୀଙ୍କ ସୁନ୍ଦର ସୁନ୍ଦର ଗାଁର ଦୃଶ୍ୟ, କି ଚାଖିବାକୁ ମିଳିବନି ତାଙ୍କର ସ୍ବାଦିଷ୍ଟ ଖାଦ୍ୟର ସ୍ବାଦ। ଏହାସହ ମେଳା ବୁଲିବାକୁ ଚାହିଁଲେ ଆପଣଙ୍କୁ ପ୍ରଥମେ କରିବାକୁ ପଡିବା ଇ-ପଞ୍ଜିକରଣ। ନଚେତ ଆପଣମାନେ ମଧ୍ୟ ଏଥିରୁ ବଞ୍ଚିତ ହେବେ।

ଏଥର ଆଦିବାସୀ ମେଳାରେ ଦେଖିବାକୁ ମିଳିବନି ଗାଁର ଝଲକ

ଓଡିଶା ସରକାରଙ୍କ ଆଦିବାସୀ ଓ ଜନଜାତି ବିଭାଗ ପକ୍ଷରୁ ଏଥର ଆଦିବାସୀ ମେଳାକୁ କୋରୋନା କଟକଣା ମଧ୍ୟରେ ଏକ ନମ୍ବର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଉଛି । କେବଳ ଆଦିବାସୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକ୍ରୟ ପାଇଁ 90ଟି ଷ୍ଟଲ ହୋଇଥିବା ବେଳେ 10 ଟି ଷ୍ଟଲ ବିଭିନ୍ନ ବିଭାଗର ପ୍ରଦର୍ଶନ ପାଇଁ ରହିବ ବୋଲି କହିଛନ୍ତି ବିଭାଗର ନିର୍ଦ୍ଦେଶକ ତଥା ସରକାରଙ୍କ ସ୍ବତନ୍ତ ସଚିବ ଅଖିଳ ବିହାରୀ ଓତ୍ତା।

ସେହିପରି ଏଥର ଏହି ମେଳାରେ ଲୋକମାନେ ଆଦିବାସୀ ନାଚ ଓ ଗୀତର ମଜ୍ଜା ମଧ୍ୟ ନେଇପାରିବେ ନାହିଁ । ଏହାର ସୁବିଧା ନିର୍ଦ୍ଦିଷ୍ଟ ସମୟରେ ଭର୍ଚୁଆଲ ଯୋଗେ ମିଳିବ ବୋଲି ସେ କହିଛନ୍ତି। ଜଣେ ଏହି ମେଳାକୁ ନ ଆସି ମଧ୍ୟ ବିଭିନ୍ନ ସାମଗ୍ରୀକୁ ଅନଲାଇନ ମାଧ୍ୟମରେ କ୍ରୟ କରି ପାରିବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.